Life mantra: ଜୀବନ-ମନ୍ତ୍ର: ଏକାଦଶୀର ନାଆଁ; ଜୟା

Advertisment

ମାଘମାସ ଶୁକ୍ଳପକ୍ଷ ଏକାଦଶୀର ନାଆଁ ‘ଜୟା’। ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହାର ମାହାତ୍ମ୍ୟ କହିଛନ୍ତି। ଏହି ଏକାଦଶୀ ଅତ୍ୟନ୍ତ ପବିତ୍ର ଓ ପାପନାଶକ। ଏହା ମଧ୍ୟ ସମସ୍ତ କାମନା ପୂରଣକାରୀ ଓ ମୋକ୍ଷ ପ୍ରଦାୟକ।

ମାଘମାସ ଶୁକ୍ଳପକ୍ଷ ଏକାଦଶୀର ନାଆଁ ‘ଜୟା’। ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହାର ମାହାତ୍ମ୍ୟ କହିଛନ୍ତି। ଏହି ଏକାଦଶୀ ଅତ୍ୟନ୍ତ ପବିତ୍ର ଓ ପାପନାଶକ। ଏହା ମଧ୍ୟ ସମସ୍ତ କାମନା ପୂରଣକାରୀ ଓ ମୋକ୍ଷ ପ୍ରଦାୟକ।

ddaggdczvcv

ମାଘମାସ ଶୁକ୍ଳପକ୍ଷ ଏକାଦଶୀର ନାଆଁ ‘ଜୟା’। ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହାର ମାହାତ୍ମ୍ୟ କହିଛନ୍ତି। ଏହି ଏକାଦଶୀ ଅତ୍ୟନ୍ତ ପବିତ୍ର ଓ ପାପନାଶକ। ଏହା ମଧ୍ୟ ସମସ୍ତ କାମନା ପୂରଣକାରୀ ଓ ମୋକ୍ଷ ପ୍ରଦାୟକ। ‘ପଦ୍ମ ପୁରାଣ’ରେ ଥିବା ଜୟା ଏକାଦଶୀର କାହାଣୀ ଅତ୍ୟନ୍ତ ରୋଚକ। ଏକଦା ଇନ୍ଦ୍ରଙ୍କ ସଭାରେ ଗନ୍ଧର୍ବମାନେ ଗୀତ ଗାଉଥିଲେ। ସେମାନଙ୍କ ମଧ୍ୟରେ ପୁଷ୍ପବନ୍ତୀ ନାମ୍ନୀ ଗନ୍ଧର୍ବୀ ଓ ମାଲ୍ୟବାନ ନାମକ ଗନ୍ଧର୍ବ ମଧ୍ୟ ଥିଲେ। ଦୁହେଁ ଇନ୍ଦ୍ରଙ୍କ ସଭାକୁ ନୃତ୍ୟ-ଗୀତ ନିମନ୍ତେ ଆସିଥିଲେ। କିନ୍ତୁ ପରସ୍ପର ପ୍ରତି ଆକର୍ଷଣ ଫଳରେ ଦୁହେଁ କାମାବିଷ୍ଟ ହୋଇପଡ଼ିଥି‌ଲେ।

Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ

ଏହି ଚିତ୍ତବିଭ୍ରମ ଫଳରେ ସେମାନଙ୍କର ନୃତ୍ୟ ଓ ଗୀତରେ ଶୁଦ୍ଧତା ରହିଲା ନାହିଁ। ତାହା ଇନ୍ଦ୍ରଦେବଙ୍କୁ ଅପମାନିତ ଓ କ୍ଷୁବ୍‌ଧ କ‌ଲା। ଦୁହିଁଙ୍କୁ ଧିକ୍କାର କରି ସେ ଅଭିଶାପ ଦେଲେ–ତୁମେ  ପିଶାଚ ହୋଇ ମର୍ତ୍ତ୍ୟଲୋକକୁ ଯିବ ଏବଂ ନିଜ କୃତକର୍ମର ଫଳ ଭୋଗକରିବ। ସେହି ଅଭିଶାପ ପୁଷ୍ପବନ୍ତୀ ଓ ମାଲ୍ୟବାନଙ୍କୁ ଦୁଃଖୀ କଲା। ଦୁହେଁ ପିଶାଚ ହୋଇ ହିମାଳୟକୁ ଚାଲିଗଲେ ଏବଂ ଘୋର ଦୁଃଖ ଭୋଗ କଲେ। ନର୍କଯନ୍ତ୍ରଣା ଭୋଗ କରି ଦୁହେଁ ଭାବିଲେ–ଅନ୍ତତଃ ଏ ଜନ୍ମରେ ଆମର ଆଉ କିଛି ପାପ ନ ହେଉ!

ସମୟକ୍ରମେ ମାଘମାସ ଆସି ଉପସ୍ଥିତ ହେଲା ଏବଂ ଶୁକ୍ଳ ଏକାଦଶୀ ତିଥି ପଡ଼ିଲା। ଦୈବଯୋଗକୁ ସେଦିନ ତାଙ୍କୁ କିଛି ଆହାର ମିଳିଲା ନାହିଁ। ଗୋଟିଏ ଅଶ୍ବତ୍‌ଥ ବୃକ୍ଷ ତଳେ ଦୁଃଖରେ ବସି ବସି ତାଙ୍କର ଦିନ ବିତିଗଲା। ଦିନ ପରି, ରାତିରେ ବି ଦୁହିଁଙ୍କୁ ଉପାସ ଓ ଉଜାଗରରେ ରହିବାକୁ ପଡ଼ିଲା। ରାତି ପାହି ସକାଳ ହେଲା। ନିଜ ଅଜାଣତରେ ହେଲେ ବି ସେହି ଏକାଦଶୀରେ ଦୁହେଁ ଉପାସ ଓ ଉଜାଗରରେ ରହି ତାର ପୁଣ୍ୟଫଳ ଲାଭ କରିଥିଲେ। ଫଳରେ ବିଷ୍ଣୁଙ୍କ କୃପାରୁ ତାଙ୍କର ପିଶାଚ ଜନ୍ମର ପରିସମାପ୍ତି ଘଟିଲା। ଦୁହେଁ ନିଜର ପୂର୍ବ ରୂପ ଫେରି ପାଇଲେ। ଭଗବାନ ବିଷ୍ଣୁଙ୍କ କୃପାରୁ ସେମାନେ ବିମାନରେ ଆରୋହଣ କରି ସ୍ବର୍ଗଲୋକକୁ ଗଲେ।

Health: ଆପୋଲୋ ହସ୍ପିଟାଲ୍ସରେ ଶିଶୁଙ୍କ ସଫଳ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ଚିକିତ୍ସା

ଦୁହେଁ ସ୍ବର୍ଗଲୋକରେ ପହଞ୍ଚି ଦେବରାଜ ଇନ୍ଦ୍ରଙ୍କୁ ପ୍ରଣାମ କଲେ। ତାଙ୍କୁ ଦେଖି ଇନ୍ଦ୍ର ବିସ୍ମିତ ତଥା ଆନନ୍ଦିତ ହେଲେ। ତାଙ୍କୁ ପଚାରିଲେ–ମୋତେ କୁହ, କେଉଁ ପୁଣ୍ୟ ବଳରେ ତୁମେ ଦୁହେଁ ପିଶାଚ ଜନ୍ମରୁ ମୋକ୍ଷ ଲାଭ କରି ପୁଣି ସ୍ବର୍ଗପୁରକୁ ଆସିଲ? ମାଲ୍ୟବାନ ତାଙ୍କୁ ସବୁ କଥା କହିଲେ। ତାହା ଶୁଣି ଇନ୍ଦ୍ର  କହିଲେ–ତୁମେ ଦୁହେଁ ବିଷ୍ଣୁଙ୍କ କୃପା ଓ ପ୍ରୀତି ଲାଭ କରିଛ। ତେଣୁ ମୋର ବନ୍ଦନୀୟ। ଏବେ ତୁମେ ଦୁହେଁ ଦେବଲୋକରେ ମନ ଆନନ୍ଦରେ ବିହାର କର। ଜୟା ଏକାଦଶୀର ଏହି ମାହାତ୍ମ୍ୟ ବର୍ଣ୍ଣନା କରି ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ–ହେ ରାଜା! ଏହି ଜୟା ଏକାଦଶୀ ବ୍ରତ ବ୍ରହ୍ମହତ୍ୟା ଦୋଷରୁ ମଧ୍ୟ ମୁକ୍ତ କରେ। ଯେ ଏହି ବ୍ରତ କରି ଦାନ ଦିଏ, ସେ ସମସ୍ତ ଯଜ୍ଞର ଫଳ ପାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe