ଜାଣତରେ ହେଉ ବା ଅଜାଣତରେ, ଆମେ ଅଧିକାଂଶ ‘ଏଆଇ’ ବା କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ଉପକରଣ ବା ଟୁଲ୍ ବ୍ୟବହାର କରୁଛେ। ‘ଚାଟ୍ଜିପିଟି’ ଆସିବା ପରେ ଅନେକ ଏହାକୁ ପ୍ରଥମ ଏଆଇ ଟୁଲ୍ ବୋଲି ବିବେଚନା କରିଥିଲେ। କିନ୍ତୁ ବାସ୍ତବରେ ଆମେ ଦୈନନ୍ଦିନ ଜୀବନରେ ଏଆଇ ବ୍ୟବହାରରେ ଅଭ୍ୟସ୍ତ। ଅସଲରେ ଏଆଇ ହେଉଛି ଗୋଟାଏ କମ୍ପ୍ୟୁଟର୍ ପରିଚାଳିତ ବ୍ୟବସ୍ଥା, ଯାହା ମନୁଷ୍ୟର କାର୍ଯ୍ୟ ଅଚିରେ ସମ୍ପନ୍ନ କରିପାରୁଛି। ଅବଶ୍ୟ ଏ ସବୁ କାର୍ଯ୍ୟରେ ସୁଦକ୍ଷ ହେବା ପାଇଁ ଏଆଇ ମନୁଷ୍ୟ ଦ୍ବାରା ପ୍ରଦତ୍ତ ସୂଚନାବଳୀ ଓ ଡେଟାରୁ ନିରନ୍ତର ଶିକ୍ଷାଗ୍ରହଣ କରିଚାଲୁଛି। ଏ ସବୁ ଶିଖିବା ପାଇଁ ‘ଏଆଇ’ ଆଲ୍ଗୋରିଦିମ୍ ଓ କମ୍ପ୍ୟୁଟର୍ ମଡେଲ୍ ବ୍ୟବହାର କରୁଛି। ଉକ୍ତ ବିପୁଳ ଡେଟାରୁ ଏଅାଇ ବ୍ୟବହାରକାରୀର ଚାହିଦା ଚିହ୍ନଟ କରିବା ସହିତ ସେଗୁଡ଼ିକ ମଧ୍ୟରେ ଠିକଣା ଜାଗାର ଥିବା ସାମଞ୍ଜସ୍ୟ ଧରିପାରୁଛି। ତେଣୁ, ଏଆଇକୁ ଯେତେ ଅଧିକ ଡେଟା ଯୋଗାଇ ଦିଆଯିବ ତା’ର କାର୍ଯ୍ୟଦକ୍ଷତା ସେତେ ବ୍ୟାପକ ହେବ। ସେହି କାର୍ଯ୍ୟଦକ୍ଷତା କାରଣରୁ ହିଁ ଆଜିକାଲି ‘ଏଆଇ’ର ଲୋକପ୍ରିୟତା ବୃଦ୍ଧିପାଉଛି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ସମ୍ପ୍ରତି ମନୁଷ୍ୟର ଅନେକଗୁଡ଼ିଏ ଦୈନନ୍ଦିନ କାର୍ଯ୍ୟରେ ଏଆଇ ସହଯୋଗ କରୁଛି। ଭର୍ଚ୍ୟୁଆଲ୍ ଆସିଷ୍ଟାଣ୍ଟ୍, ନେଭିଗେସନ୍ ଆପ୍, ଗ୍ରାମାର୍ ଆଣ୍ଡ୍ ରାଇଟିଙ୍ଗ୍ ଟୁଲ୍, ଇ-ମେଲ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍ ଓ ମିଡିଆ ରେକମେଣ୍ଡେସନ୍ ଇଞ୍ଜିନ୍ ହେଉଛି ଦୈନନ୍ଦିନ ଜୀବନରେ ସହାୟକ ହେଉଥିବା ପାଞ୍ଚଟି ସାଧାରଣ ‘ଏଆଇ ଟୁଲ୍’ ବା କୃତ୍ରିମ ବୁଦ୍ଧିମତ୍ତା ବଳରେ ଚାଳିତ ଉପକରଣ। ଏହା ଆଜି ନୁହେଁ, ବିଗତ ଦଶନ୍ଧିରୁ ଆମେ ଏହା ବ୍ୟବହାର କରୁଛେ।
ଭର୍ଚ୍ୟୁଆଲ୍ ଆସିଷ୍ଟାଣ୍ଟ୍: ଗୁଗଲ୍ ଆସିଷ୍ଟାଣ୍ଟ୍, ଆମାଜନ୍ ଆଲେକ୍ସା ଓ ଆପଲ୍ ସିରି ଭଳି ଏଆଇ ଟୁଲ୍ ସବୁ ଭଏସ୍ କମାଣ୍ଡ୍ ପାଳନ କରିବା, ଆଲାର୍ମ ସେଟ୍ କରିବା, ପାଣିପାଗ ଖବର ବୁଝିବା, ସ୍ମାର୍ଟ ଗୃହ ଉପକରଣ ସବୁ ନିୟନ୍ତ୍ରଣ କରିବା ଏବଂ ପ୍ରଶ୍ନାବଳିର ତୁରନ୍ତ ଉତ୍ତର ପ୍ରଦାନ କରିବା ନିମନ୍ତେ ସ୍ବାଭାବିକ ଭାଷା ପ୍ରକ୍ରିୟା ଉପଯୋଗ କରନ୍ତି।
ନେଭିଗେସନ୍ ଆପ୍: ଗୁଗଲ୍ ମ୍ୟାପ୍ ଓ ୱେଜ୍ ଭଳି ଦିଗବାରେଣୀ ଆପ୍ ସବୁ ରିୟଲ୍-ଟାଇମ୍ ଟ୍ରାଫିକ୍ ଡେଟା, ପାଗ ପରିସ୍ଥିତି ବିଶ୍ଳେଷଣ, ସାମୟିକ ପଥ ଅବରୋଧ ବେଳେ ବିକଳ୍ପ ସୁଗମ ପଥ ପ୍ରଦର୍ଶନ ଏବଂ ପହଞ୍ଚିବା ନିମନ୍ତେ ନିର୍ଭୁଲ୍ ସମୟ ଆକଳନ କରିବା ନିମନ୍ତେ ‘ଏଆଇ’ ବ୍ୟବହାର କରନ୍ତି।
ଗ୍ରାମାର୍ ଆଣ୍ଡ୍ ରାଇଟିଙ୍ଗ୍ ଟୁଲ୍: ଗ୍ରାମାର୍ଲି ଭଳି ଏଆଇ ଲିଖନ ସହାୟକ ବର୍ଣ୍ଣାଶୁଦ୍ଧି ଓ ବ୍ୟାକରଣଗତ ପ୍ରମାଦ ଧରି, ଲିଖନ ଶୈଳୀ ଉନ୍ନତ କରିବା ସୂତ୍ର ବତାଇ ଏବଂ ଉଚିତ ସମୟରେ କଥାବସ୍ତୁର ଆଭିମୁଖ୍ୟ ସୁଧାରି ବ୍ୟବହାରକାରୀମାନଙ୍କୁ ସ୍ପଷ୍ଟ ଓ ବିଚକ୍ଷଣ ଲେଖାଳି ଭଳି ଲେଖିବାରେ ସହାୟକ ହୁଏ।
IKKISH: ହିଟ ହେବା ପାଇଁ 'ଇକୀସ'କୁ ଏତିକି ଟଙ୍କା ଆୟ କରିବାକୁ ପଡିବ
ଇ-ମେଲ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍: ସ୍ବତଃସ୍ଫୂର୍ତ୍ତ ଭାବେ ସ୍ପାମ୍ ପୃଥକ୍ କରିବା, ଆସୁଥିବା ମେସେଜ୍ ବା ମେଲ୍ ସବୁକୁ ପ୍ରାଇମେରି, ପ୍ରମୋସନ୍, ସୋସିଆଲ୍ ଫୋଲ୍ଡର୍ ଆଦି ବର୍ଗରେ ବିଭକ୍ତ କରିବା ଏବଂ ତ୍ବରିତ ଉତ୍ତର ଲେଖିବା ନିମନ୍ତେ ଶବ୍ଦାବଳୀ ପ୍ରସ୍ତାବନା ବା ‘ସ୍ମାର୍ଟ ରିପ୍ଲାଏ’ ଦେବା ନିମନ୍ତେ ଜି-ମେଲ୍ ଓ ଆଉଟ୍ଲୁକ୍ ଭଳି ଅନେକ ଇ-ମେଲ୍ ଯୋଗାଣକାରୀ ଏଆଇ ବ୍ୟବହାର କରୁଛନ୍ତି।
ମିଡିଆ ରେକମେଣ୍ଡେସନ୍ ଇଞ୍ଜିନ୍: ବ୍ୟବହାରକାରୀଙ୍କ ଦର୍ଶନ ଓ ଶ୍ରବଣାଭ୍ୟାସ ବିଶ୍ଳେଷଣକରି ସେମାନଙ୍କ ରୁଚି ଅନୁଯାୟୀ ସମ୍ଭାବ୍ୟ ଉପଭୋଗ୍ୟ ସିନେମା, ସୋ’ ଓ ମ୍ୟୁଜିକ୍ ଇତ୍ୟାଦି ଦେଖିବା ବା ଶୁଣିବା ନିମନ୍ତେ ପରାମର୍ଶ ଦେଇ ମନୋରଞ୍ଜନ ଅନୁଭୂତି ବୃଦ୍ଧି କରିବା ଲାଗି ‘ନେଟ୍ଫ୍ଲିକ୍ସ୍’ ଓ ‘ସ୍ପଟିଫାଏ’ ଭଳି ଷ୍ଟ୍ରିମିଙ୍ଗ୍ ସର୍ଭିସ୍ ସବୁ ଏଆଇ ଆଲ୍ଗୋରିଦିମ୍ ଉପଯୋଗ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/dagdadgavzc-2026-01-02-23-18-47.jpg)