ମୁଦ୍ରାସ୍ଫୀତିର ଅର୍ଥ ହେଲା ବିଭିନ୍ନ ଦ୍ରବ୍ୟ ଓ ସେବାର ମୂଲ୍ୟରେ ବୃଦ୍ଧି, ଯାହା ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରେ। ଅର୍ଥାତ୍ ବଜାରରେ ଦ୍ରବ୍ୟ ଓ ସେବାଗୁଡ଼ିକର ଦର ବଢ଼ିଲେ ଆମକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହୁଏ। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ସରକାର ବି ପଦକ୍ଷେପ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ବଜାରରେ ଦରଦାମ ବୃଦ୍ଧି ହୋଇ ନଥିଲେ ମଧ୍ୟ ଅମର ଖର୍ଚ୍ଚ ବଢ଼ିଯାଏ, ଯାହା ଆମର ଆୟକୁ ସଂକୁଚିତ କରିଥାଏ। ତେଣୁ ଏ କ୍ଷେତ୍ରରେ ଆମେ ଏକ ଭିନ୍ନ ପ୍ରକାରର ମୁଦ୍ରାସ୍ଫୀତି-‘ଲାଇଫ୍ଷ୍ଟାଇଲ୍ ଇନ୍ଫ୍ଲେସନ୍’ ବା ‘ଜୀବନଶୈଳୀ ମୁଦ୍ରାସ୍ଫୀତି’ର ସମ୍ମୁଖୀନ ହୋଇଥାଉ। ଏହା କୌଣସି ଅର୍ଥନୈତିକ ସମସ୍ୟା ନୁହେଁ ଯେ, ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ନୀତି ନିର୍ଦ୍ଧାରଣ କରିବେ। ତେବେ ଜୀବନଶୈଳୀ ମୁଦ୍ରାସ୍ଫୀତି କ’ଣ? ଏହା ଏଭଳି ଏକ ମାନସିକ ଅବସ୍ଥା, ଯେଉଁଠି ଆମେ ଆମର ଆବଶ୍ୟକତାକୁ ନିଜେ ବଢ଼ାଇ ଦେଇ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିଥାଉ।
ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ
ଧରାଯାଉ ଚାକିରିରୁ ମାସିକ ୫୦ ହଜାର ଟଙ୍କା ଦରମା ପାଉଥିବା ବ୍ୟକ୍ତିଟିର ଦରମା ୧୦ ହଜାର ଟଙ୍କା ବଢ଼ିଗଲା। ସେହି ସମୟରେ ବଜାରରେ କୌଣସି ସାମଗ୍ରୀ ଦର ବଢ଼ି ନଥିଲେ ମଧ୍ୟ ସେହି ବ୍ୟକ୍ତିଙ୍କର ମାସିକ ବଜାର ଖର୍ଚ୍ଚ ବଢ଼ିଯାଏ। କାରଣ ଅଧିକ ଦରମାକୁ ଦେଖି ସେ ବିଳାସବ୍ୟସନ ପାଇଁ ଅଧିକ ଖର୍ଚ୍ଚ କରେ। ଘରକୁ ନୂଆ ନୂଆ ଦାମୀ ଉପକରଣ ଆଣେ। କିନ୍ତୁ ଟିକେ ସତର୍କ ନହେଲେ ଏଭଳି ସ୍ଥିତିରେ ବ୍ୟକ୍ତି ଜଣକ ଅଜାଣତରେ ଏକ ସ୍ଥିତିରେ ପହଞ୍ଚିଯାଏ, ଯେଉଁଠି ତା’ର ବର୍ଦ୍ଧିତ ଦରମା ସତ୍ତ୍ବେ ସେ ଆୟ ନିଅଣ୍ଟିଆ ସ୍ଥିତିରେ ରହେ। ତେଣୁ କ୍ରେଡିଟ୍ କାର୍ଡର ବ୍ୟବହାର ବୃଦ୍ଧି କରି ଏକ ଋଣଯନ୍ତାରେ ପଡ଼ିଯାଏ। ତେଣୁ ଜୀବନଶୈଳୀଜନିତ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆୟ ବୃଦ୍ଧି ସତ୍ତ୍ବେ ଆମକୁ ମିତବ୍ୟୟୀ ହେବାକୁ ପଡ଼ିବ। କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ କେଉଁ ସ୍ତର ପର୍ଯ୍ୟନ୍ତ ତାହାର ବ୍ୟବହାର ଯୁକ୍ତିଯୁକ୍ତ ଏବଂ କେତେଦିନ ଭିତରେ ଟଙ୍କା ଶୁଝିବା ଜରୁରି, ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଅନ୍ୟର ଚାଳିଚଳନରେ ପ୍ରଭାବିତ ନ ହୋଇ ନିଜର ଆବଶ୍ୟକତାକୁ ସୀମିତ ରଖିଲେ ଜଣେ ଜୀବନଶୈଳୀ ମୁଦ୍ରାସ୍ଫୀତିଜନିତ ଯନ୍ତାରେ ପଡ଼ିବ ନାହିଁ।
Delhi Missing: ଦିଲ୍ଲୀରେ ଦିନକୁ ୫୪ ଜଣଙ୍କ ପତ୍ତା ମିଳୁନି: ୨୦୨୬ର ପ୍ରଥମ ୧୫ ଦିନରେ ୮୦୦ରୁ ଅଧିକ ଲୋକ ନିଖୋଜ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/dgjdgdgjbcnbcnb-2026-02-05-00-47-40.jpg)