ନିକଟରେ କରୋନା ଭାଇରସ୍ ପାଇଁ ଲାଗୁୁ ହୋଇଥିବା ଲକ୍ଡାଉନ୍କୁ ନେଇ ଅନେକ ଗବେଷଣା କରାଯାଇଛି। ତେବେ, ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଲକ୍ଡାଉନ୍ କିଛି ମାତ୍ରାରେ ଲୋକଙ୍କ ସୁଖ ଫେରାଇ ଆଣିବାରେ ସହାୟ ହୋଇଛି। କେମ୍ବ୍ରିଜ୍ ୟୁନିଭରସିଟିର ବେନେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ପବ୍ଲିକ୍ ପଲିସି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଲକ୍ଡାଉନ୍ ଆରମ୍ଭରେ ମାତ୍ର ତିନି ସପ୍ତାହ ମଧ୍ୟରେ ଅନେକ ଲୋକ ଖୁସି ଥିବା ଜଣାପଡ଼ିଥିଲା।
ୟୁଗୋଭ୍ ସାପ୍ତାହିକ ମୁଡ୍ ଟ୍ରାକର୍ ସର୍ଭେ ଏବଂ ଗୁଗୁଲ୍ ସର୍ଚ୍ଚରୁ ନିଆଯାଇଥିବା ତଥ୍ୟକୁ ବ୍ୟବହାର କରି ଗବେଷକମାନେ ଜାଣିବାକୁ ପାଇଲେ ଯେ ବ୍ରିଟେନ୍ର ପ୍ରଥମ କୋଭିଡ୍-୧୯ ମୃତ୍ୟୁ ପୂର୍ବରୁ ୫୧ ପ୍ରତିଶତ ଲୋକ ନିଜକୁ ସୁଖୀ ଥିବା ଜଣାଇଥିଲେ। ମାର୍ଚ ୨୩ ତାରିଖରେ ଲକ୍ଡାଉନ୍ ଆରମ୍ଭ ହେବା ପରେ ପରେ ୨୫ ପ୍ରତିଶତ ଲୋକ ସୁଖୀ ଥିବା ତଦନ୍ତରୁ ଜାଣିବାକୁ ମିଳିଥିଲେ।
Deccan Herald
ଅବଶ୍ୟ, ଥରେ ଲକଡାଉନ୍ ପ୍ରତିବନ୍ଧକ ହଟାଯିବା ଆରମ୍ଭ ହେବା ପରେ, ଏହି ଆକଳନଗୁଡିକ ଓଲଟପାଲଟ ହୋଇଗଲା। ମାତ୍ର ଲକ୍ଡାଉନ୍ ଆରମ୍ଭରୁ ଲୋକଙ୍କ ଭିତରେ ଖୁସି ଦେଖିବାକୁ ମିଳିଥିଲା।
ଆହୁରି ଅନେକ ଗୁଡ଼ିଏ ଗଷେବଣାରୁ ଜାଣିବାକୁ ମିଳିଛି ଯେ ଲକ୍ଡାଉନ୍ ଅନେକଙ୍କ ବିଶାଦର କାରଣ ପାଲଟିଛି। ମାତ୍ର ଏହା ପ୍ରାରମ୍ଭରୁ ହୋଇନଥିଲା। ଅନେକ ଦିନ ଧରି ଲକ୍ଡାଉନ୍ ଲାଗୁ ହେବା ପରେ ଯାଇ ଲୋକଙ୍କ ଭିତରେ ବିଶାଦ ଭାବ ଦେଖିବାକୁ ମିଳିଲା। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଲକ୍ଡାଉନ୍ ଆରମ୍ଭରୁ ଲୋକେ ତାକୁ ଉପଭୋଗ କରୁଥିଲେ ଓ ପରେ ଏହା ବୋଝ ପାଲଟିଗଲା।