Advertisment

Memorable 25: ମନେରହିବ ୨୫: ପ୍ରକୃତିର ପାହାର

Advertisment

ପ୍ରତିବର୍ଷ ଓଡ଼ିଶା ଉପରେ ପ୍ରକୃତି ଦାଉ ସାଧୁଛି। ପ୍ରକୃତିର ପାହାରରେ ନୟାନ୍ତ ହେଉଛି। କେଉଁ ବର୍ଷ ବାତ୍ୟା ଉଜାଡ଼ିଲାଣି ତ ଆଉ କେବେ ବନ୍ୟା ଭସାଇଲାଣି। ମରୁଡ଼ି ତ ରାଜ୍ୟବାସୀଙ୍କ ଚିର ସହଚର ପାଲଟିଛି।

ପ୍ରତିବର୍ଷ ଓଡ଼ିଶା ଉପରେ ପ୍ରକୃତି ଦାଉ ସାଧୁଛି। ପ୍ରକୃତିର ପାହାରରେ ନୟାନ୍ତ ହେଉଛି। କେଉଁ ବର୍ଷ ବାତ୍ୟା ଉଜାଡ଼ିଲାଣି ତ ଆଉ କେବେ ବନ୍ୟା ଭସାଇଲାଣି। ମରୁଡ଼ି ତ ରାଜ୍ୟବାସୀଙ୍କ ଚିର ସହଚର ପାଲଟିଛି।

adgdadgdg

ପ୍ରତିବର୍ଷ ଓଡ଼ିଶା ଉପରେ ପ୍ରକୃତି ଦାଉ ସାଧୁଛି। ପ୍ରକୃତିର ପାହାରରେ ନୟାନ୍ତ ହେଉଛି। କେଉଁ ବର୍ଷ ବାତ୍ୟା ଉଜାଡ଼ିଲାଣି ତ ଆଉ କେବେ ବନ୍ୟା ଭସାଇଲାଣି। ମରୁଡ଼ି ତ ରାଜ୍ୟବାସୀଙ୍କ ଚିର ସହଚର ପାଲଟିଛି। ଶ୍ରାବଣରେ ଚାଷଜମି ଫାଟି ଆଁ କରୁଛି। ଆବଶ୍ୟକ ନ ଥିବା ସମୟରେ ଏତେ ବର୍ଷା ହେଉଛି ଯେ ଚାଷୀ ମୁଣ୍ଡରେ ହାତ ଦେଉଛି। ବଜ୍ରପାତ, ସାପ କାମୁଡ଼ା, ଅଗ୍ନିକାଣ୍ଡ ପରି ବିପର୍ଯ୍ୟୟରେ ଅନେକ ଧନଜୀବନ ନଷ୍ଟ ହେଉଛି। ଆଖି ଆଗରେ ଉଜୁଡ଼ି ଯାଉଛି ଘରଦ୍ବାର। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ହେଉଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇ ହେଉନି। ବିପର୍ଯ୍ୟୟ ପରିଚାଳନା ଦିଗରେ କିଛିଟା ସୁଧାର ଆସିଛି ସତ। ମାତ୍ର ଅନେକ କିଛି ଅଧାଅଧୁରା ରହିଛି।
ପ୍ରସ୍ତୁତି: କେଶବ ପାଣି         ଅଳଙ୍କରଣ: ଦୀପ୍ତି ରଞ୍ଜନ ଆଚାର୍ଯ୍ୟ

ଓଡ଼ିଶା ଦେଖିଲା ‘ଭୂସ୍ଖଳନ’

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସହ ଯୋଡ଼ି ହୋଇଯାଇଛି ‘ଭୂସ୍ଖଳନ’। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ୨୦୨୫ରେ ଓଡ଼ିଶାରେ ପାହାଡ଼ ଧସିଥିଲା। କନ୍ଧମାଳଗଞ୍ଜାମ ସୀମା କଳିଙ୍ଗା ଘାଟି ରାସ୍ତାରେ ଭୂସ୍ଖଳନ ଏବର୍ଷର ସବୁଠାରୁ ବଡ଼ ବିପର୍ଯ୍ୟୟ ଭାବେ ଉଭା ହୋଇଥିଲା। ଫଳରେ ବ୍ରହ୍ମପୁର ଓ ଫୁଲବାଣୀକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। ପ୍ରାୟ ୫୦ ମିଟର ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ପାହାଡ଼ରୁ ପଥର ଖସି ରାସ୍ତାରେ ପଡ଼ିଥିଲା। ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଟିର ଉଭୟ ପାର୍ଶ୍ବକୁ ସିଲ୍ କରାଯାଇଥିଲା। ଗୋଟିଏ ସ୍ଥାନରେ ରାସ୍ତା ମରାମତି ପରେ ଆଉ ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ଏହି ଘାଟିରାସ୍ତା ବଡ଼ ଆକାରରେ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଏହି ଘାଟିରେ ବାଇପାସ୍‌ ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସେହିପରି ଲଗାଣ ବର୍ଷାରେ ମହେନ୍ଦ୍ରଗିରିଠାରେ ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହେବା ଦ୍ବାରା ୧୫ ଜଣ ପର୍ଯ୍ୟଟକ ଫସି ରହିଥିଲେ। ଅଗ୍ନିଶମ ଓ ପୁଲିସ କର୍ମଚାରୀ ଗୋଟିଏ ରାତି ପାହାଡ଼ କାଟିବା ପରେ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା। ବଣ୍ଡାଘାଟିରେ ବି ଭୂସ୍ଖଳନ ହୋଇଥିଲା। ଗଜପତି, ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏବର୍ଷ ଭୂସ୍ଖଳନ ଦେଖିବାକୁ ମିଳିଛି।

Shivraj Singh: ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ବଢ଼ାଇବା ପାଇଁ ବଡ଼ ଲକ୍ଷ୍ୟ ରଖିଛି: କେନ୍ଦ୍ରମନ୍ତ୍ରୀ

ଭାସିଲା ଉତ୍ତର ଓଡ଼ିଶା

ଲଘୁଚାପଜନିତ ଲଗାଣ ବର୍ଷା ‌ଯୋଗୁ ଏବର୍ଷ ଏକାଧିକ ଜିଲ୍ଲାରେ ବନ୍ୟା ବିତ୍ପାତ ଘଟିଥିଲା। ଜୁନ୍‌ରୁ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ନଦୀଗୁଡ଼ିକ ଫୁଲିବା ସହ ଶହ ଶହ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ଯୋଗୁ ହଜାର ହଜାର ଲୋକ ବାସହୀନ ହୋଇଥିଲେ। ମୟୂରଭଞ୍ଜ ଓ ବାଲେଶ୍ବରରେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଖୋଦ୍‌ ମୁଖ୍ୟମନ୍ତ୍ରୀ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଆକାଶମାର୍ଗରୁ ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ। ସୁବର୍ଣ୍ଣରେଖାରେ ୬ଥର ବନ୍ୟା ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ବର ବ୍ଲକ୍‌ର ଚାଷୀଙ୍କ ବର୍ଷକର ଦାନାକୁ ଧୋଇ ନେଇଥିଲା। ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ରେ କ୍ଷତି ଘଟାଇଥିଲା। ବ୍ରାହ୍ମଣୀ ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ପଶିଥିଲା। ମହାନଦୀରେ ବାରମ୍ବାର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଉପଯୁକ୍ତ ପରିଚାଳନା ପାଇଁ ବଡ଼ ବନ୍ୟାକୁ ରୋକାଯାଇଥିଲା। ମୌସୁମୀ ଶେଷ ଆଡ଼କୁ ଦକ୍ଷିଣ ଓଡ଼ିଶା ନଦୀଗୁଡ଼ିକ ଫୁଲିଥିଲେ ମଧ୍ୟ ବଡ଼ଧରଣର ବନ୍ୟା ଟଳିଯାଇଥିଲା। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ।

daggddgdgazvc

ବିପର୍ଯ୍ୟୟ ଯୋଦ୍ଧା

ବିପର୍ଯ୍ୟୟ ସମୟରେ  ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ ଥିଲା। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ଭଳି ପ୍ରମୁଖ ନଦୀରେ ବନ୍ୟା ବେଳେ ଓଡ୍ରାଫ୍‌ ଟିମ୍‌୧୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲେ। ଓଡ୍ରାଫ୍‌ ଦଳଗୁଡ଼ିକ ଅଗ୍ନିଶମ ସେବା ବାହିନୀ ସହ ଉପଯୁକ୍ତ ସମନ୍ବୟ ରକ୍ଷା କରି ପ୍ରଭାବିତ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ। ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାକୁ ୫ଟି ଏନ୍‌ଡିଆରଏଫ୍‌ ଟିମ୍‌ ଯାଇଥିଲେ। ରାଜ୍ୟ ସରକାର ମଧ୍ୟ ଘନଘନ ବୈଠକ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ତଟରକ୍ଷୀ ବାହିନୀ ସହ ଆଲୋଚନା କରିଥିଲେ। ସମୁଦ୍ର ମଧ୍ୟରେ ରହିଯାଇଥିବା ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବରେ କୂଳକୁ ଆଣିବା, ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୮ଟି ଜିଲ୍ଲାରେ ୧୪୦ଟି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗର ୨୦୦ରୁ ଅଧିକ ଦଳ ମୁତୟନ କରିଥିଲେ। ସବୁ ଜିଲ୍ଲାରେ ବରିଷ୍ଠ ଅଧିକାରୀମାନଙ୍କୁ ବାତ୍ୟା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ ବ୍ୟବସ୍ଥା ହୋଇଥିଲା। ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ୧୪୪୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୩୨ ହଜାର ୫୨୮ ଲୋକଙ୍କୁ ନିରାପଦ ଭାବେ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଶୁଖିଲା ଖାଦ୍ୟ ସହ ରନ୍ଧାଖାଦ୍ୟର ବ୍ୟବସ୍ଥା ହୋଇଥିଲା। ପୁରୀରେ ୧୦୦ ଲାଇଫ୍‌ ଗାର୍ଡ ସହ ଗୋପାଳପୁରରେ ମଧ୍ୟ ଲାଇଫ୍‌ ଗାର୍ଡ ମୁତୟନ ହୋଇଥିଲେ। ମାଲକାନଗିରିରେ ମୁଣ୍ଡବିହୀନ ମୃତଦେହ ଜବତ ପରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ଶାନ୍ତ କରିବାରେ ଓଡ୍ରାଫ୍‌ ଟିମ୍‌ର ସଦସ୍ୟମାନେ ପ୍ରମୁଖ ଭୂମିକା ତୁଲାଇଥିଲେ। ପାଣି ଭିତରେ ବୁଡ଼ି କଟାମୁଣ୍ଡ ‌ଖୋଜିଥି‌ଲେ।

ଲାଗିପାରିଲାନି ରାଡାର

ପ୍ରାକୃତିକ ବିପର୍ଯ୍ୟୟର ସଠିକ୍‌ ଆକଳନ କରିବାକୁ ଭୁବନେଶ୍ବର ସମେତ ବାଲେଶ୍ବର ଓ ସମ୍ବଲପୁରରେ ରାଡାର ଲାଗିବ। ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ବାରମ୍ବାର ଘୋଷଣା କରିଥିଲେ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଯେତେବେଳେ ବି ଓଡ଼ିଶା ଗସ୍ତରେ ଆସିଥିଲେ ରାଡାର ସମ୍ପର୍କରେ କହିଥିଲେ। ଏପରିକି ଡିସେମ୍ବର ଶେଷ ସୁଦ୍ଧା ବାଲେଶ୍ବର ଓ ସମ୍ବଲପୁର ରାଡାର କାର୍ଯ୍ୟକ୍ଷମ ହେବା ନେଇ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ। ବର୍ଷ ସରିବାକୁ ବସିଲାଣି। ହେଲେ ରାଡାର କାର୍ଯ୍ୟକ୍ଷମ ହେବାର ନାଁ ଗନ୍ଧ ନାହିଁ। ଏବେ ପାରାଦୀପ ଓ ଗୋପାଳପୁରରେ ଦୁଇଟି ରା‌ଡାର ରହିଛି, ଯାହା ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ସହ ବାତ୍ୟା, ବନ୍ୟା ସମ୍ପର୍କରେ ଆଗୁଆ ଓ ସଠିକ୍‌ ତଥ୍ୟ ମିଳିପାରୁଛି।

dghdagadzvvc

ନିଆଁର ତାଉ

କଟକରୁ ଭୁବନେଶ୍ବର ହେଉ କି ଗାଁରୁ ସହର। ସବୁଠି ନିଆଁର କୋପ ଏବର୍ଷ ଦେଖିବାକୁ ମିଳିଥିଲା। ବର୍ଷ ତମାମ ଜାରି ରହିଥିବା ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାରଖାର ହୋଇଯାଇଥିଲା। ବାର୍‌, ମାର୍କେଟ୍‌, ହୋଟେଲରେ ସର୍ଟସର୍କିଟ୍‌ ଜନିତ ଅଗ୍ନିକାଣ୍ଡ ଏବର୍ଷ ଶୀର୍ଷରେ ଥିଲା। କଟକ ଦୋଳମୁଣ୍ଡାଇରେ ଥିବା ଏକ ସୁଟକେସ ସୋ’ ରୁମରେ ଭୟାବହ ଅଗ୍ନିକାଣ୍ଡରେ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଗୋଆରେ ଏକ ବାର୍‌ରେ ଅଗ୍ନିକାଣ୍ଡରେ ଲୋକ ଜୀବନ୍ତ ଦଗ୍ଧ ହେବାର ଦୃଶ୍ୟ ମନରୁ ନ ଲିଭୁଣୁ ଭୁବନେଶ୍ବରର ଏକ ବାର୍‌ରେ ଲାଗିଥିଲା ନିଆଁ। ରାଜଧାନୀର ୧ ନମ୍ବର ହାଟରେ ନିଆଁ ଲାଗି ୪୦ରୁ ଅଧିକ ଦୋକାନ ଜଳିଯିବା ଘଟଣା ଏବର୍ଷ ଚର୍ଚ୍ଚାରେ ରହିଥିଲା। ପୁରୀ ଶ୍ରୀମନ୍ଦିର ନିକଟ, ‌ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ନିକଟରେ ନିଆଁ ଲାଗିଥିଲା। ବ୍ରହ୍ମଗିରି ଥାନା କାଣ୍ଡଗୋଦା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ହେବାରୁ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଶ୍ରୀବିଗ୍ରହ ପୋଡ଼ି ଯାଇଥିଲା। ବାରିପଦା, ରାଉରକେଲା, ପାରାଦୀପରେ ନିଆଁ ଲାଗି ଜୀବିକା ପୋଡ଼ି ଯିବାର ଭୟଙ୍କର ଚିତ୍ର ଏବର୍ଷ ସାମନାକୁ ଆସିଥିଲା। ଅଗ୍ନିଶମ କର୍ମଚାରୀଙ୍କ କଠିନ ପରିଶ୍ରମ ଦ୍ବାରା ବହୁ ପରିମାଣରେ ଆଶ୍ବସ୍ତି ମିଳିଥିଲା।

Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ

ହୀରାକୁଦ ବନ୍ୟାଜଳ ପରିଚାଳନା 
ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲୱେ ନିର୍ମାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବିଶ୍ବବ୍ୟାଙ୍କ ଓ କେନ୍ଦ୍ର ଜଳ ଆୟୋଗର ପ୍ରତିନିଧି ଦଳ ୨୦୨୫ ମାର୍ଚ୍ଚରେ ସମ୍ବଲପୁର ଆସି ହୀରାକୁଦ ଜଳଭଣ୍ଡାରର ବାମ ଓ ଡାହାଣ ଡାଇକ୍, ମୁଖ୍ୟବନ୍ଧ ଅଞ୍ଚଳ ବୁଲିବା ସହିତ ଅତିରିକ୍ତ ସ୍ପିଲୱେ ନିର୍ମାଣସ୍ଥଳ ନିରୀକ୍ଷଣ କରିଥିଲେ। ପ୍ରତିନିଧି ଦଳର ସକାରାତ୍ମକ ଆଭିମୁଖ୍ୟ ସବୁ ମହଲରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ନେଇ ଆଶା ସଞ୍ଚାର କରିଥିଲା। ହେଲେ ତାହା ବିଶେଷ ଆଗେଇପାରି ନାହିଁ। ବର୍ତ୍ତମାନ ଏକସଙ୍ଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ରହିଛି। ତାହାକୁ ୨୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ବଢ଼ାଇବାକୁ ଅତିରିକ୍ତ ସ୍ପିଲୱେ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଅନେକ ବ୍ୟାରେଜ୍‌ ନିର୍ମାଣ ସହ ନିଜ ରାଜ୍ୟର ସୁରକ୍ଷା ପାଇଁ ମନଇଚ୍ଛା ବର୍ଷାଜଳ ନିଷ୍କାସନ ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe