Advertisment

Memory is a silver lining: ସ୍ମୃତି ଏକ ରୁପାଜହ୍ନ: ବାଇଶ ପାହାଚରେ ନଗଡ଼ିଲେ ମନ ଶାନ୍ତ ହୁଏ ନାହିଁ

Advertisment

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏକ ବହୁ ପରିଚିତ ନାମ। ସେ ଗୀତିକାର ଭାବେ ସିନେ-ଜଗତରେ ପଦାର୍ପଣ କରି ପରେ ବହୁ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଲେଖି ସଫଳତା ଅର୍ଜନ କରିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏକ ବହୁ ପରିଚିତ ନାମ। ସେ ଗୀତିକାର ଭାବେ ସିନେ-ଜଗତରେ ପଦାର୍ପଣ କରି ପରେ ବହୁ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଲେଖି ସଫଳତା ଅର୍ଜନ କରିଥିଲେ।

sfhhsfhsxbbv

ବନ୍ଦନା ମିଶ୍ର୍ର

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏକ ବହୁ ପରିଚିତ ନାମ। ସେ ଗୀତିକାର ଭାବେ ସିନେ-ଜଗତରେ ପଦାର୍ପଣ କରି ପରେ ବହୁ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଲେଖି ସଫଳତା ଅର୍ଜନ କରିଥିଲେ। ପ୍ରାୟ ୭୦ଟି ଛବିରେ ସେ ଗୀତ ରଚନା କରିଛନ୍ତି। ‘ଏ ଏ ଆଲୋ ମଣି ପିଲାଦିନ କଥା ଭୁଲିଗଲୁଣି...’ ଭଳି ସୁଗମ ସଂଗୀତରୁ ନେଇ ‘ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା..’ (ଅନୁତାପ), ‘ଚରଣ କମଳ ବନ୍ଦେ...’ (ଶ୍ରୀଜଗନ୍ନାଥ), ‘ଏ ଦୁନିଆଟା ଡଙ୍ଗାହେଲେ...(ଦଣ୍ଡାବ‌ାଳୁଙ୍ଗା),  ‘ସ୍ମୃତି ଏକ ରୁପାଜହ୍ନ...’ (ଚକାଭଉଁରି) ଓ ‘ପୁଚୁକୀ ଗାଲୀ ଫେସନ ବାଲୀ...’ (ସୁନାପଞ୍ଜୁରି) ଭଳି ବହୁ ଲୋକପ୍ରିୟ ସିନେଗୀତର ସେ ସ୍ରଷ୍ଟା। ସିନେମା ପାଇଁ ଗୀତ ଲେଖି ସେ ଅଜସ୍ର ଲୋକପ୍ରିୟତା ହାସଲ କରିଛନ୍ତି। ଜୀବନର ଏକ ଅଭୁଲା ସ୍ମୃତି ରୋମନ୍ଥନ ବେଳେ ସେ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ନେଇ ଏକ ବିରଳ ଅନୁଭୂତି ବର୍ଣ୍ଣନା କରିଛନ୍ତି।  

PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’

ପିଲାଦିନେ ଶୀର୍ଷାନନ୍ଦ ପୁରୀ ଶ୍ରୀମନ୍ଦିରରେ ବିତାଇଥିବା ଭାବମୟ ମୁହୂର୍ତ୍ତକୁ ଆଜି ବି ଭୁଲି ପାରିନାହାନ୍ତି। କିଭଳି ବାପା ତାଙ୍କୁ ବାଇଶ ପାହାଚରେ ଗଡ଼ାଇ ଦେଇ ଜଗାକୁ ସମର୍ପିତ କରିଥିଲେ, ତାହା ଆଜି ବି ତାଙ୍କ ଆଖି ଆଗରେ ନାଚିଯାଏ। ସେ କହନ୍ତି, ‘‘ପିଲାବେଳର କଥା। ବାପା ଆମକୁ ନେଇ ପ୍ରତିବର୍ଷ ପୁରୀ ଯାଉଥିଲେ। ପୁରୀ ଯିବା ମାନେ ଜଗନ୍ନାଥ ମନ୍ଦିରକୁ ଯିବା। ମୁଁ ସେତେବେଳେ ୧୧ କି ୧୨ ବର୍ଷର ହୋଇଥାଏ। କାରଣ ମନେପଡୁନାହିଁ, କିନ୍ତୁ ବାପା ମୋତେ ଜଗାକୁ ସମର୍ପି ଦେଇ ବାଇଶ ପାହାଚରେ ଗଡ଼ାଇଦେଲେ। ତା’ପରେ ମୁଁ ଯେବେ ବି ବଡ଼ ଦେଉଳ ଯାଏ ସେଠି ଗଡ଼େ। ସମୟକ୍ରମେ ତାହା ମୋର ଅଭ୍ୟାସରେ ପରିଣତ ହୋଇଗଲା। ଏବେ ପର୍ଯ୍ୟନ୍ତ ମୁଁ ‌ଯେବେ ବି ଶ୍ରୀମନ୍ଦିର ଯାଏ, ବାଇଶ ପାହାଚରେ ନଗଡ଼ିବା ପର୍ଯ୍ୟନ୍ତ ମୋ ମନ ବୁଝେ ନାହିଁ।’’

Weekly Horoscope 2026 Feb 22 To Feb 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ

‘‘୧୯୮୮ ମସିହାର କଥା। ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ମୋର କଳାଠାକୁର’ରେ ଗୀତ ଲେଖିବାର ସୁଯୋଗ ମିଳିଲା। ଖୋକାଭାଇ ମ୍ୟୁଜିକ୍‌ କରୁଥାଆନ୍ତି। ମୋତେ ଗୋଟେ ଭିନ୍ନ ସିକୁଏନ୍ସ ପାଇଁ ଗୀତ ଲେଖିବାକୁ କହିଲେ। ‌ଜଣେ ମହିଳା ଜଗନ୍ନାଥଙ୍କୁ ନିଜ ପୁଅ ପରି ସ୍ନେହ କରୁଛି ଓ ଜଗନ୍ନାଥଙ୍କୁ କୋଳରେ ଧରି ବୁଲୁଛି। ଘଡ଼ିଏ ବି ପାଖରୁ ଛାଡୁନି। ସେ ଗୀତ ଗାଇ ଜଗନ୍ନାଥଙ୍କୁ ଶୁଆଇ ଦେଉଛି। କ’ଣ ଲେଖିବି ବୋଲି ଭାବୁଥାଏ, ହେଲେ ଲେଖିପାରୁ ନଥାଏ। ଜଗାକୁ ମନେ ପକାଇଲି। ହଠାତ ମନକୁ ଲାଇନ୍‌ଟେ ଆସିଗଲା- ‘‘ନିଦ ମାଉସୀ ଦେ ଆଉଁଶି ଜଗନ ଆଖି ମୋର, ଚାହିଁ ଚାହିଁ ମୋ ଜୀବନ ଯାଉ ଚକାଆଖିକୁ ତୋର...ପୁଅ ମୋହର କଳାଠାକୁର, କଳାଠାକୁର ପୁଅ ମୋହର...।’’ ଖୋକାଭାଇଙ୍କ ମନକୁ ଲାଇନ୍‌ଟା ପାଇଗଲା। କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ରେକର୍ଡ ହେବା ପରେ ଖୁବ୍ ସୁନ୍ଦର ଶୁଭିଲା। ତା’ପରେ ଅନିତା ଦାସଙ୍କ ଅଭିନୟ ଏ ଗୀତରେ ପ୍ରାଣ ଭରି ଦେଇଥିଲା। ଏହି ଗୀତ ଲେଖିବା ପରେ କାଳିଆ ପ୍ରତି ମୋର ବିଶ୍ବାସ ଆହୁରି ବଢ଼ିଗଲା। ମୁଁ ‌ସେବେଠୁ ମହାପ୍ରଭୁଙ୍କୁ ମୋର ପୁଅ ‌ବୋଲି ଭାବିନେଇଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe