ଅନେକ ଲୋକ ଏବେ ବ୍ୟାଙ୍କ୍‌ରେ ଲକର୍‌ ସୁବିଧାର ଲାଭ ଉଠାଉଛନ୍ତି। ତେବେ ବ୍ୟାଙ୍କ୍‌ ଲକର୍‌ର ଚାବି ହଜିଗଲେ କ’ଣ କରିବେ ଜାଣନ୍ତି କି? ଡୁପ୍ଲିକେଟ୍‌ ଚାବି କେମିତି ପାଇବେ? ଏହାପାଇଁ ଆପଣଙ୍କୁ ‌େକତେ ଟଙ୍କା ଜମା‌ କରିବାକୁ ପଡ଼ିବ? ଆସନ୍ତୁ ଜାଣିବା।

Advertisment

Good News: ଅସହାୟ ବୃଦ୍ଧଙ୍କ ଶବଦାହ କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ

 ବ୍ୟାଙ୍କ ନିୟମ କ’ଣ କହେ?
ବ୍ୟାଙ୍କ୍‌ ଲକର୍‌ ଚାବି ହଜିଗଲେ ବି ଆପଣଙ୍କ ଜରୁରି ଡକ୍ୟୁମେଣ୍ଟ, ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଜିନିଷ ସୁରକ୍ଷିତ ରହିଥାଏ। କିନ୍ତୁ ଆପଣ ଆବଶ୍ୟକ ସମୟରେ ସେଗୁଡ଼ିକୁ ବ୍ୟାଙ୍କ୍‌ରୁ କାଢ଼ି ଆଣିପାରିବେ ନାହିଁ। ବ୍ୟାଙ୍କ୍‌ ପାଖରେ ମଧ୍ୟ ଡୁପ୍ଲିକେଟ୍‌ ଚାବି ନଥାଏ। ଏହାର  ସମାଧାନ ଆର୍‌ବିଆଇ ନିୟମାବଳି ଅନୁସାରେ ହୋଇଥାଏ। 

 ପ୍ରକ୍ରିୟା କ’ଣ?
ବ୍ୟାଙ୍କ୍‌ ଅନୁସାରେ, ପ୍ରତ୍ୟେକ ଲକର୍‌ ପାଇଁ ଦୁଇଟି ଭିନ୍ନ ଚାବି ରହିଥାଏ। ମାଷ୍ଟର୍‌ ଚାବି ବ୍ୟାଙ୍କ୍‌ ପାଖରେ ଥାଏ ଏବଂ ଦ୍ବିତୀୟଟି ଗ୍ରାହକଙ୍କ ପାଖରେ। ଦୁଇଟିଯାକ ଚାବି ଅଲଗା, ଅର୍ଥାତ୍ କୌଣସିଟି ବି ଡୁପ୍ଲିକେଟ୍‌ ନୁହେଁ। ଲକର୍‌ ଖୋଲିବା ପାଇଁ ଆପଣଙ୍କୁ ସର୍ବଦା ଦୁଇଟି ଚାବି ଆବଶ୍ୟକ। ଯଦି ଆପଣଙ୍କର ଚାବି ହଜିଯାଏ, ତେବେ ତୁରନ୍ତ ବ୍ୟାଙ୍କ୍‌ ସହ ଯୋଗାଯୋଗ କରନ୍ତୁ। ବ୍ୟାଙ୍କ୍‌ ଆପଣଙ୍କୁ ଆବଶ୍ୟକ କାଗଜପତ୍ରରେ ଦସ୍ତଖତ କରାଇବ। ଆପଣଙ୍କୁ ଏକ ଅଣ୍ଡର୍‌ଟେକିଂ କିମ୍ବା ଏଫ୍‌ଆଇଆର୍‌ ଦେବାକୁ ବି ବ୍ୟାଙ୍କ କହିପାରେ। ତା’ପରେ ଡୁପ୍ଲିକେଟ୍‌ ଚାବି ଅର୍ଡର କରିବାର ପ୍ରକ୍ରିୟା ଆରମ୍ଭ ହେବ।

 କେତେ‌େ‌ବଳେ ଲକର ଭଙ୍ଗାଯାଏ 
ଏଥିପାଇଁ କିଛି ସଂସ୍ଥା ଅନୁବନ୍ଧିତ ଥା’ନ୍ତି। ଯଦି ସେମାନଙ୍କ ପାଖରେ ସେପରି ଚାବି ଥାଏ, ତା’ହେଲେ ଡୁପ୍ଲିକେଟ୍‌ ମିଳିଯାଏ। ନଚେତ ଲକର୍‌ର କବାଟକୁ ଭାଙ୍ଗି ନୂଆ ଲଗାଯାଏ। ଲକର୍‌ ଭାଙ୍ଗିବା ପାଇଁ ଗ୍ରାହକଙ୍କ ଠାରୁ ଲିଖିତ ଅନୁମତି ନିଆଯାଏ ଏବଂ ଏଥିପାଇଁ ସଂପୂର୍ଣ୍ଣ ଖର୍ଚ୍ଚ ଉକ୍ତ ଗ୍ରାହକ ହିଁ ପୈଠ କରିଥାନ୍ତି। ନୂଆ ଚାବି ପାଇବାକୁ ୧୫ ଦିନରୁ ଅଧିକ ସମୟ ଲାଗିଥାଏ। 

Horoscope 2026 January 22: ଜାଣନ୍ତୁ ଆଜିର ରାଶିଫଳ