କୋର୍ଟ ଭିତରେ ପଶିଲା ମାଙ୍କଡ଼; ବିଚାରପତିଙ୍କ ସମେତ ଅନ୍ୟ କର୍ମଚାରୀ ହେଲେ ଭୟଭୀତ

Advertisment

ବାରାଣାସୀ ଜିଲ୍ଲା ଅଦାଲତରେ ସିଜେଏମ କୋର୍ଟ ଭିତରକୁ ପଶି ଆସିଥିଲା ମାଙ୍କଡ଼। ମାଙ୍କଡ଼ର ଉତପାତ ଦେଖି ଭୟଭୀତ ହୋଇଯାଇଥି‌ଲେ ବିଚାରପତି ଓ କର୍ମଚାରୀ। ଘଟଣାର ଭିଡିଓ ଭାଇରାଲ।

ବାରାଣାସୀ ଜିଲ୍ଲା ଅଦାଲତରେ ସିଜେଏମ କୋର୍ଟ ଭିତରକୁ ପଶି ଆସିଥିଲା ମାଙ୍କଡ଼। ମାଙ୍କଡ଼ର ଉତପାତ ଦେଖି ଭୟଭୀତ ହୋଇଯାଇଥି‌ଲେ ବିଚାରପତି ଓ କର୍ମଚାରୀ। ଘଟଣାର ଭିଡିଓ ଭାଇରାଲ।

trt

ନୂଆଦିଲ୍ଲୀ: କୋର୍ଟରେ ବିଭିନ୍ନ ମାମଲାର ବିଚାର ହୋଇଥାଏ। ନିକଟରେ ବାରାଣାସୀର ଜିଲ୍ଲା କୋର୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ଏହି ଫଟୋରେ କୋର୍ଟ ରୁମରେ ଏକ ମାଙ୍କଡ଼ ବସିଥିବା ଦେଖିବାକୁ ମିଳୁଛି।

ଅଧିକପଢ଼ନ୍ତୁ: ମୁଁ ବାହା ହୋଇ ନଥିଲେ ଗୋବିନ୍ଦାଙ୍କୁ ଏହି ଅଭିନେତ୍ରୀ କରିଥାଆନ୍ତେ ବିବାହ

ବାରାଣାସୀ ଜିଲ୍ଲା ଅଦାଲତରେ ସିଜେଏମ କୋର୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଜାନୁଆରି ୪ ତାରିଖର ବୋଲି କୁହାଯାଉଛି। କୋର୍ଟ ରୁମର ବିଚାରପତି ନିତ୍ୟାନନ୍ଦ ରାଏ କହିଛନ୍ତି, ‘ହଠାତ ଏକ ମାଙ୍କଡ଼ ଆସି କୋର୍ଟ ଭିତରେ ପଶି ଯାଇଥିଲା। କୋଠରି ଭିତରେ ଲୋକଙ୍କୁ ଦେଖି ଏଣେତେଣେ ଡିଆଁ ମାରିଥିଲା।

ମାଙ୍କଡ଼ର ଏଭଳି ଉତପାତ ଦେଖି କର୍ମଚାରୀମାନେ ନିଜର କାଗଜପତ୍ର ଓ ଫାଇଲକୁ ସଜାଡ଼ି ଯତ୍ନ କରି ରଖିଥିଲେ। ସୌଭାଗ୍ୟବଶତଃ ମାଙ୍କଡ଼ କାହାକୁ ବିଶେଷ କିଛି କ୍ଷତି ପହଞ୍ଚାଇ ନାହିଁ କି କୋର୍ଟର କୌଣସି କାଗଜ ପତ୍ର ନଷ୍ଟ କରି ନାହିଁ। ଘଣ୍ଟାଏ ଧରି କୋର୍ଟ ପରିସରରେ ବୁଲିବା ପରେ ମାଙ୍କଡ଼ଟି ଆପଣାଛାଏଁ ନିଜ ବାଟରେ ଚାଲିଯାଇଥିଲା। 

ଅଧିକପଢ଼ନ୍ତୁ: ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ଏହି ଘଟଣାର ଭିଡିଓ କୋର୍ଟ ପରିସରରେ ଉପସ୍ଥିତ ଥିବା କର୍ମଚାରୀ ନିଜନିଜ ଫୋନରେ ରେକର୍ଡ କରି ନେଇଥିଲେ। ଯାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe