Muslimyouth Distributing Clothes Poorwomen :ଦୀପାବଳି ଅବସରରେ ଗରିବଙ୍କ ମୁହଁରେ ହସ ଫୁଟାଇଲେ ମୁସଲମାନ ବ୍ୟକ୍ତି

ଦୀପାବଳି ଅବସର‌ରେ ଗରିବଙ୍କ ମୁହଁରେ ହସ ଫୁଟାଇଲେ ମୁସଲମାନ ଯୁବକ। ଭିଡିଓ ଦେଖି ‌ଲୋକେ କହୁଛନ୍ତି, ‘ଏହା ହେଉଛି ପ୍ରକୃତ ଭାରତ, ଯେଉଁଠାରେ ମାନବତା ହେଉଛି ସର୍ବୋତ୍ତମ ଧର୍ମ।"

Untitled-32 (1)

muslim youth distributing newclothes-to-poorhindu Photograph: (sambad.in)

ନୂଆଦିଲ୍ଲୀ: ଦୀପାବଳି ଅବସରରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଗରିବ ଏବଂ ଅସହାୟ ମହିଳାଙ୍କୁ ନୂତନ ପୋଷାକ ବାଣ୍ଟୁଥିବାର ଦେଖିବାକୁ ମିଳୁଛି। ତେବେ ଆପଣମାନେ ପ୍ରଶ୍ନ କରି ପାରନ୍ତି ପ୍ରତିଦିନ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବଲୋକଙ୍କୁ କିଛି ନା କିଛି ସାହାଯ୍ୟ କରି ଥାଆନ୍ତି। ଏଥିରେ ନୂଆ କଥା କ’ଣ ରହିଲା।  
ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ... ଏହି ଘଟଣାର ସ୍ବତନ୍ତ୍ରତା ହେଉଛି ଦୀପାବଳି ଅବସରେ ଜଣେ ମୁସଲମାନ ବ୍ୟକ୍ତି ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। 

ଅଧିକପଢ଼ନ୍ତୁ:ଛଟ ପୂଜା ପାଇଁ ବାହାରିଥିବା ବେଳେ ପହଞ୍ଚି ପାରିଲେ ନାହିଁ ଘରେ... ଅଧାରାସ୍ତାରୁ ଟାଣି ନେଲା ଯମ

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଜଣେ ଯୁବକ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ ଯୁବତୀଙ୍କୁ, ତା'ପରେ ଜଣେ ବୃଦ୍ଧ ଫୁଲ ବିକ୍ରେତାଙ୍କୁ, ଜଣେ ସଫେଇ କର୍ମଚାରୀଙ୍କୁ ଏବଂ ଅନ୍ୟ ଗରିବ ମା' ଏବଂ ଭଉଣୀଙ୍କୁ ପୋଷାକ ପ୍ରଦାନ କରୁଛନ୍ତି। ସମସ୍ତେ ପୋଷାକ ପାଇ ବହୁତ ଖୁସି ହୋଇଥିବା ଦେଖିବାକୁ ମିଳୁଛି। 


ଏହି ଦୃଶ୍ୟରୁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି କି ଏକ ଛୋଟ ସାହାଯ୍ୟ ବି ଗରିବଙ୍କ ମୁହଁରେ ହସ ଫୁଟାଇଥାଏ।

ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବପ୍ରବଣ ହୋଇପଡୁଛନ୍ତି ଏବଂ ଉକ୍ତ ମୁସଲମାନ ଯୁବକଙ୍କୁ ଖୁବ ପ୍ରଶଂସା କରୁଛନ୍ତି।  ଜଣେ ଲେଖିଛନ୍ତି, "ଏହା ହେଉଛି ପ୍ରକୃତ ଭାରତ, ଯେଉଁଠାରେ ମାନବତା ହେଉଛି ସର୍ବୋତ୍ତମ ଧର୍ମ।" 

ଅଧିକପଢ଼ନ୍ତୁ:ଚା’ ଦୋକାନରେ କାମ କରୁଥିବା ହିମାଂଶୁ କଠିନ ପରିଶ୍ରମ କରି ନିଜ ସ୍ବପ୍ନକୁ କରିଛନ୍ତି ପୁରା... ଆଇଏଏସ ଭାବେ ଦେଶପ୍ରତି ଜାରି ରଖିଛନ୍ତି ସେବା

ଅନ୍ୟ ଜଣେ କହିଛନ୍ତି, ‘ଏହି ଘଟଣା ସମାଜକୁ ଶିକ୍ଷା ଦିଏ ଯେ ପର୍ବଗୁଡ଼ିକ କେବଳ ଆମ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ମୁହଁରେ ହସ ଆଣିବା ପାଇଁ ମଧ୍ୟ ହୋଇଥାଏ। 

muslimyouth distributing clothes poorhindu

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe