Private Railway Station: ଚର୍ଚ୍ଚାରେ ଥିଲା ନବାବଙ୍କ ରାଜକୀୟ ଠାଣି: ଘର ଭିତରେ ଥିଲା ରେଳ ଷ୍ଟେସନ

୧୯୨୫ ମସିହାରେ ରାମପୁରର ନବାବ ହମିଦ ଅଲି ଖାନ ୧୧୩ କୋଟି ଟଙ୍କା ଖର୍ଚ୍ଚରେ ତାଙ୍କ ପ୍ରାସାଦ ଭିତରେ ଏକ ଘରୋଇ ରେଳ ଷ୍ଟେସନ ନିର୍ମାଣ କରିଥିଲେ। ଯାହା ୧୯୬୦ ଦଶକର ଶେଷ ସୁଦ୍ଧା ନୀରବି ଗଲା।

Untitled-5

indian-nawab-takes-train-inside-his-palace-owns-private-railway-station‘ Photograph: (@sambad.in)

ନୂଆଦିଲ୍ଲୀ: ଅନେକ ଶିଳ୍ପପତିଙ୍କ ସଫଳତା କାହାଣୀ ଚର୍ଚ୍ଚାର ପରିସରରେ ରହିଛି। ଏହି କ୍ରମରେ ଆମେ ଆପଣଙ୍କୁ ରାମପୁରର ନବାବଙ୍କ ବିଷୟରେ କିଛି ଜଣାଅଜଣା ଘଟଣା ବିଷୟରେ ଜଣାଇବାକୁ ଯାଉଛୁ। ଆପଣ ଜାଣନ୍ତି ରାମପୁରର ନବାବ ନିଜ ପାଇଁ ଏକ ଘରୋଇ ରେଳ ଲାଇନ ନିର୍ମାଣ କରିଥିଲେ। ଏହି ରେଳ ଲାଇନ ଦେଇ ନବାବଙ୍କ ପ୍ରାସାଦକୁ ସିଧାସଳଖ ଟ୍ରେନ୍ ଯାଉଥିଲା। ଏହି ଟ୍ରେନରେ ବସି ନବାବ ନିଜର ଯାତ୍ରା ଆରମ୍ଭ କରୁଥିଲେ। 

ପ୍ରାସାଦ ଭିତରେ ତିଆରି ହୋଇଥିଲା ଘରୋଇ ରେଳ ଷ୍ଟେସନ

୧୯୨୫ ମସିହାରେ ରାମପୁରର ନବାବ ହମିଦ ଅଲି ଖାନ ୧୧୩ କୋଟି ଟଙ୍କା ଖର୍ଚ୍ଚରେ ତାଙ୍କ ପ୍ରାସାଦ ଭିତରେ ଏକ ଘରୋଇ ରେଳ ଷ୍ଟେସନ ନିର୍ମାଣ କରିଥିଲେ। ବ୍ରିଟିଶ ଶାସନ ସମୟରେ ୧୯୨୫ ମସିହାରେ ନବାବ ବଡୋଦା ଷ୍ଟେଟ୍ ରେଳ ବିଲ୍ଡର୍ସକୁ ଚାରୋଟି କମ୍ପାର୍ଟମେଣ୍ଟ ସହିତ ଏକ ରାଜକୀୟ ଟ୍ରେନ୍ ଡିଜାଇନ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଟ୍ରେନଟି ଏକ ଚଳପ୍ରଚଳ ପ୍ରାସାଦଠାରୁ କମ୍ ନଥିଲା, ଯେଉଁଥିରେ ଏକ ଶୟନ କକ୍ଷ, ଭୋଜନାଳୟ, ରୋଷେଇ ଘର ଏବଂ ଏକ ମନୋରଞ୍ଜନ କ୍ଷେତ୍ର ଥିଲା। ଏଥିରେ ଗୃହସହାୟକ ଏବଂ ରୋଷେଇଆଙ୍କ ପାଇଁ ପୃଥକ କମ୍ପାର୍ଟମେଣ୍ଟ ରହିଥିଲା।

ଅଧିକପଢ଼ନ୍ତୁ:ଖେସାରୀଙ୍କ ପେସାକୁ ନେଇ ସମାଲୋଚନା କଲେ ତେଜ ପ୍ରତାପ

ଏହି ଟ୍ରେନ ପାଇଁ ମିଲକ ଏବଂ ରାମପୁର ମଧ୍ୟରେ ଏକ ୪୦ କିଲୋମିଟର ରେଳ ଲାଇନ ବିଛାଯାଇଥିଲା, ଯାହା ରାଜକୀୟ ବାସଭବନକୁ ମୁଖ୍ୟ ଲାଇନ ସହିତ ସଂଯୋଗ କରୁଥିଲା।ରାଜକୀୟ ଟ୍ରେନ୍ ଆସିବା ପରେ ରକ୍ଷୀମାନେ ତୂରୀ ବଜାଇ ମଖମଲ କାର୍ପେଟ ବିଛାଇ ନବାବଙ୍କୁ ସ୍ୱାଗତ କରୁଥିଲେ।

ନବାବ ହମିଦ ଅଲ୍ଲୀ ଖାନଙ୍କ ମୃତ୍ୟୁ ପରେ ନୀରବି ଗଲା ରୟାଲ ଷ୍ଟେସନ

ନବାବ ହମିଦ ଅଲ୍ଲୀ ଖାନଙ୍କ ମୃତ୍ୟୁ ପରେ ଘରୋଇ ରେଳ ଷ୍ଟେସନର ଧୀରେଧୀରେ ଅବନତି ଆରମ୍ଭ ହୋଇଯାଇଥିଲା। ତାଙ୍କ ଉତ୍ତରାଧିକାରୀ ନବାବ ରାଜା ଅଲ୍ଲୀ ଖାନ ରେଳ ଷ୍ଟେସନକୁ ବଜାୟ ରଖିପାରିଲେ ନାହିଁ। ୧୯୬୦ ଦଶକର ଶେଷ ସୁଦ୍ଧା ଏକଦା ସ୍ପନ୍ଦନଶୀଳ ରୟାଲ ଷ୍ଟେସନ ନୀରବ ହୋଇଯାଇଥିଲା। ଟ୍ରାକଗୁଡ଼ିକ କଳଙ୍କି ଲାଗି ଷ୍ଟେସନଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।

ଅଧିକପଢ଼ନ୍ତୁ:ପ୍ରଦୂଷଣ ସାଙ୍ଗକୁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ଋତୁକାଳୀନ ଭାଇରସ୍

Railway Station

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe