Neem tree brings good luck to the house: removes lack of wealth Photograph: (sambad.in)
ନୂଆଦିଲ୍ଲୀ: ଅତି ଗୁଣକାରୀ ବନୌଷଧୀମାନଙ୍କ ଭିତରୁ ନିମ୍ବ ଅନ୍ୟତମ। ଏହି ଗଛର ସବୁ ଅଂଶ ଔଷଧି ରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ। ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ। ଘରର ଯେ କୌଣସି ଦିଗରେ ବିଶେଷ କରି ଦକ୍ଷିଣ ପାଖରେ ଏ ଗଛ ରହିଲେ ଘରେ ସମସ୍ତଙ୍କ ଦେହ ଭଲରହେ ବୋଲି ମାନ୍ୟତା ରହିଛି।
ବସନ୍ତ ଋତୁ ଆଗରୁ ନିମ୍ବକଢର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ବିଶେଷ କରି ନିମ୍ବ ଗଛରୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ମହାପ୍ରଭୁଙ୍କ ନବକଳେବର ବେଳେ ଦାରୁ ଆସିଥାଏ, ଯେଉଁଥିରୁ ନୂଆ ମୂର୍ତ୍ତି ମାନ ତିଆରି କରାଯାଇଥାଏ।
ଆହୁରି ପଢ଼ନ୍ତୁ:Humayun Kabir: ହୁମାୟୁନ୍ କବୀର ଜଣେ ପୁରୁଣା ବିଜେପି ସଦସ୍ୟ: ମସଜିଦ୍ ନିର୍ମାଣ ନାଁରେ ଖୋଳୁଛନ୍ତି କି ମମତାଙ୍କ ରାଜନୈତିକ କବର !
ନକାରାତ୍ମକ ଶକ୍ତି ଦୂର କରେ ଲିମ୍ବ ଗଛ
ଲିମ୍ବ ଏକ ଔଷଧୀୟ ଗଛ ଯାହା ପାରମ୍ପରିକ ଭାରତୀୟ ଚିକିତ୍ସା ପ୍ରଣାଳୀ ଆୟୁର୍ବେଦରେ ବହୁଳ ଭାବରେ ବ୍ୟବହୃତ ହୁଏ। ସ୍ୱାସ୍ଥ୍ୟ ପାଇଁ ଏହା ଲାଭଦାୟକ ଅଟେ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ପାଇଁ ଜଣାଶୁଣା। ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ, ନିମକୁ ଏକ ଶୁଦ୍ଧକାରୀ ଏଜେଣ୍ଟ ଭାବରେ ବିଶ୍ୱାସ କରାଯାଏ। ଯାହା ଶରୀରରୁ ନକାରାତ୍ମକ ଶକ୍ତିକୁ ଦୂର କରିପାରେ। ଗାଧୋଇବା ପୂର୍ବରୁ ପାଣିରେ ନିମ୍ବ ପତ୍ର ମିଶାଇ ଗାଧୋଇଲେ ନକାରାତ୍ମକ ଶକ୍ତି ଦୂର ହୁଏ, ଜୀବନରେ ସକାରାତ୍ମକତା ଆସେ ଏବଂ ଧୀରେ ଧୀରେ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମ୍ପର୍ଣ୍ଣ ହୋଇଥାଏ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ କେତୁ ଏବଂ ଶନି ଗ୍ରହକୁ ଶାନ୍ତ କରିବା ପାଇଁ ଏକ ଉପଚାର ଭାବରେ ବିବେଚନା କରାଯାଇଥାଏ ।
ଆର୍ଥିକ ଅବସ୍ଥାରେ ସୁଧାର ଆଣେ
ଘରେ ଟଙ୍କାର ଅଭାବ ପରିଲକ୍ଷିତ ହୋଇଥାଏ, ତେବେ ଲିମ୍ବର କିଛି ପତ୍ରକୁ ଘରର ଆଲମାରୀରେ ରଖିପାରିବେ। ଏହାକୁ ପ୍ରତି ଶୁକ୍ରବାର ଦିନ ବାହାର କରି ପୁଣି ସଜ ପତ୍ର ରଖିବେ। ଲରାତାର ୨୧ ଦିନ ଏପରି କରିବା ଫଳରେ ଆପଣଙ୍କ ଆର୍ଧିକ ଅବସ୍ଥାରେ ସୁଧାର ଆସିଥାଏ।
କାର୍ଯ୍ୟରେ ସଫଳତା ଆଣିଥାଏ
ଲିମ୍ବ ଜୀବନରୁ ନକାରାତ୍ମକତାକୁ ଦୂର କରି ଜୀବନରେ ସକାରାତ୍ମକତା ସଷ୍ଟି କରିଥାଏ। ଆପଣଙ୍କ ବ୍ୟବସାୟ ଖରାଫ ହେଉଥିଲେ କିମ୍ବା ମାନ୍ଦା ଚାଲୁଥିଲେ ପ୍ରତିଦିନ ନିମ୍ବ ପତ୍ରକୁ ନିଜ କର୍ମସଂସ୍ଥା ପାଖରେ ରଖନ୍ତ। ଏହା ନକାରାତ୍ମକତାକୁ ଦୂରେଇରଖିବା ସହ ଗ୍ରାହକ ମାନଙ୍କୁ ଆକର୍ଷିତ କରିଥାଏ। ଶାସ୍ତ୍ରରେ ଲିମ୍ବପତ୍ରକୁ ଧନ ବୃଦ୍ଧିର ପ୍ରତୀକ ରୂପେ ବିବେଚନା କରାଯାଇଥାଏ।
ଚର୍ମ ରୋଗରୁ ରକ୍ଷା କରେ
ଲିମ୍ବପତ୍ରରେ ଗାଧୋଇବା ଦ୍ବାରା ଚର୍ମ ରୋଗରୁ ଆମେ ରକ୍ଷା ପାଇଥାଉ। ଗାଧୋଇବା ଆଗରୁ ଗରମ ପାଣିରେ ଲିମ୍ବ ପତ୍ରକୁ ଫୁଟାଇ ଏଥିରେ ଗାଧୋଇଲେ କାଛୁ କୁଣ୍ଡିଆ,ମିଳିମିଳା ପରି ରୋଗରୁ ନିସ୍ତାର ମିଳିଥାଏ।
ଆହୁରି ପଢ଼ନ୍ତୁ:Electricity Bill : ‘୧୨ ଟଙ୍କା ବାକି ଅଛି, ନଦେଲେ ବିଦ୍ୟୁତ ସଂଯୋଗ କାଟିଦେବୁ ‘
Follow Us