୨୦୨୫ର ଚର୍ଚ୍ଚିତ ଘଟଣା ଓ ଖବରର ଶିରୋନାମ ପାଲଟିବା ବ୍ୟକ୍ତିବିଶେଷଙ୍କୁ ନେଇ ‘କନକ ନ୍ୟୁଜ୍’ ପକ୍ଷରୁ ‘ନ୍ୟୁଜ୍ ମେକର-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ପାଲ୍ ହାଇଟ୍ସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖବରର ଶିରୋନାମାରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ସାହସୀ ବାଳକ ସତ୍ୟପ୍ରକାଶ ସେଠୀ, ମାଲକାନଗିରିର ଏମ୍ବିବିଏସ୍ ଛାତ୍ରୀ ଚମ୍ପା ରାସପେଡ଼ା, ମାଲକାନଗିରି ବଡ଼ବେଲସ୍ଥିତ ଏସ୍ଏସ୍ଡି ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ଦାସ, ସୁଖଦେବ କାୱାସୀ ଓ ରୁକ୍ମଣୀ କାୱାସୀ, ଗଜପତିର ଫାର୍ମାସିଷ୍ଟ ବିଦ୍ୟାଧର ସାହୁ, ପାଲା ଗାୟକ ପ୍ରମିଳା ପ୍ରଧାନଙ୍କୁ ନ୍ୟୁଜ୍ ମେକର-୨୦୨୫ ଭାବେ ସମ୍ମାନିତ ହୋଇଥିଲା। ସେହିପରି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, କେନ୍ଦ୍ରାଞ୍ଚଳ ଡିଆଇଜି ପିନାକ ମିଶ୍ର, ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କ ସମେତ ‘କନକ ନ୍ୟୁଜ୍’ର ଆସ୍କା ପ୍ରତିନିଧି ମନୋଜ ଗୌଡ଼, ସୁନ୍ଦରଗଡ଼ ବ୍ୟୁରୋ ହେଡ୍ ଦେବାଶିଷ କବି, ଯାଜପୁର ରୋଡ ରିପୋର୍ଟର ପ୍ରକାଶ ରାଉତ ସମ୍ବର୍ଦ୍ଧିତ ହୋଇଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକା ଶୀଲା ଭଟ୍ଟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଆଞ୍ଚଳିକ ସ୍ତରରେ ପ୍ରକାଶିତ ଖବରକାଗଜଗୁଡ଼ିକ ଲୋକଙ୍କ ସମସ୍ୟାକୁ ନଜରକୁ ଆଣିଥା’ନ୍ତି। ଜାତୀୟ ଗଣମାଧ୍ୟମଗୁଡ଼ିକ କେବେ ବି ଦେଶକୁ ପ୍ରତିନିଧିତ୍ବ କରୁନାହାନ୍ତି, ବରଂ ଦିଲ୍ଲୀରେ ଅଟକି ରହିଯାଉଛନ୍ତି। ସଂସ୍କୃତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗରେ ରହିଥିଲେ ମଧ୍ୟ ଜାତୀୟସ୍ତରରେ ସେତେଟା ପ୍ରଚାର ପ୍ରସାର ହୋଇପାରୁ ନାହିଁ। ଓଡ଼ିଶାରେ ଯେଉଁଭଳି ଭିତ୍ତିଭୂମି ରହିଛି ତାହା ଆଉ କେଉଁଠି ନାହିଁ। ଓଡ଼ିଶା ବାହାରେ ସାମ୍ପ୍ରଦାୟିକ ବିଭାଜନ ବହୁ ପରିମାଣରେ ହେଉଛି। ମାତ୍ର ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ହିନ୍ଦୁତ୍ବ ସବୁଠାରୁ ଶ୍ରେଷ୍ଠ ପାଲଟିଛି। ଏଠାକାର ବୁଦ୍ଧିଜିମ୍, ଜୈନିଜିମ୍ ଓ ହିନ୍ଦୁତ୍ବକୁ ନେଇ ଏକ ପର୍ଯ୍ୟଟକ ପ୍ୟାକେଜ୍ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣରେ କହିଥିଲେ, ପାଠକ ଓ ଦର୍ଶକଙ୍କ ଭଲ ପାଇବା ଆମକୁ ଆଗକୁ ବଢ଼ିବାକୁ ଅନୁପ୍ରାଣିତ କରିଛି।
Memorable 25: ମନେରହିବ ୨୫: ଲୋକ ସାଧାରଣ କାମ ଅସାଧାରଣ
ସତ୍ୟ ଓ ତଥ୍ୟ ଆଣିବାକୁ ଆମେ ସବୁବେଳେ ପ୍ରୟାସ କରୁଛୁ । ଜ୍ୟୋତିପ୍ରକାଶ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଦ୍ବିତୀୟ ଅଧିବେଶନରେ ବିଧାୟକ ଜୟ ଢୋଲକିଆଙ୍କ ସହ ‘କନକ ନ୍ୟୁଜ୍’ ଆଙ୍କର ଭବାନୀ ମହାପାତ୍ର ସାକ୍ଷାତ ନେଇଥିଲେ। ‘ଲଜ୍ଜା: ଦାୟୀ କରିବା କାହାକୁ’ ଶୀର୍ଷକ ତୃତୀୟ ଅଧିବେଶନରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ, ବିଜେଡି ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ରାଜ୍ୟ ମହିଳା ଶାଖା ସଭାପତି ମୀନାକ୍ଷୀ ବାହିନୀପତି ରଖିଥିଲେ। ଏହି ଅବସରରେ ‘କୁନାଙ୍କ କକ୍ଟେଲ୍’ ସମେତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅଭିନେତା ଉତ୍ତମ ମହାନ୍ତିଙ୍କୁ ଅଡିଓ ଭିଜୁଆଲ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/fhfshhfxvbbv-2025-12-28-00-53-53.jpg)