Sambalpuri Song In SouthAfrica: ଆମେ ସମ୍ବଲପୁରିଆ ଫୁଲରେ… ଦକ୍ଷିଣ ଆଫ୍ରିକାରେ ଶୁଭିଲା ସମ୍ବଲପୁରୀ ଗୀତ, ଘଡ଼ିଏ ଛିଡ଼ା ହୋଇ ମୋଦୀ ଦେଖିଲେ ନୃତ୍ୟ…

ସମ୍ବଲପୁରୀ ଗୀତରେ ଦୁଲୁକିଲା ଦକ୍ଷିଣ ଆଫ୍ରିକା । ଜୋହାନ୍ସବର୍ଗରେ ସମ୍ବଲପୁରୀ ଗୀତରେ ନାଚି ଜମେଇଦେଲେ ନୃତ୍ୟଶିଳ୍ପୀ । ବିଦେଶରେ ମୋଦୀ ଦେଖିଲେ ଓଡିଶାର ଗୀତ, ଓଡିଆ ସଂସ୍କୃତିର ଝଲକ

sambalpuri song

sambalpuri song Photograph: (Sambad.in)

ନୂଆଦିଲ୍ଲୀ: ସମ୍ବଲପୁରୀ ଗୀତରେ ଦୁଲୁକିଲା ଦକ୍ଷିଣ ଆଫ୍ରିକା । ଜୋହାନ୍ସବର୍ଗରେ ସମ୍ବଲପୁରୀ ଗୀତରେ ନାଚି ଜମେଇଦେଲେ ନୃତ୍ୟଶିଳ୍ପୀ । ବିଦେଶରେ ମୋଦୀ ଦେଖିଲେ ଓଡିଶାର ଗୀତ, ଓଡିଆ ସଂସ୍କୃତିର ଝଲକ । ଯେତେବେଳେ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ପାଇଁ ଭବ୍ୟ ଆୟୋଜନ ହୋଇଥିଲା ଠିକ୍ ସେତେବେଳେ ବିଭିନ୍ନ ନୃତ୍ୟ ସଂଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଉଥିଲା । ଆଉ ସେଇଠି ମୋଦୀଙ୍କୁ ‘ଆମେ ସମ୍ବଲପୁରିଆ ଫୁଲରେ’ ଗୀତରେ ନାଚି ସ୍ବାଗତ କରିଥିଲେ ନୃତ୍ୟଶିଳ୍ପୀ ମାନେ । ଯାହାକୁ ଦେଖି ଘଡ଼ିଏ ଅଟକି ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଓଡିଶାର ସମ୍ବଲପୁରୀ ଗୀତର ମଜା ନେଇଥିଲେ । 

ଆହୁରି ପଢନ୍ତୁ- Smriti Mandhana Marriage: ଆଜି ଥିଲା ଝିଅର ବାହାଘର, ବାପାଙ୍କୁ ହେଲା ହାର୍ଟ ଆଟାକ୍... ଅନିର୍ଦ୍ଦିଷ୍ଟକାଳ ପାଇଁ ଘୁଞ୍ଚିଲା ସ୍ମୃତି ମନ୍ଧାନାଙ୍କ ବାହାଘର

ଘଡ଼ିଏ ଛିଡ଼ା ହୋଇ ଦେଖିଲେ ମୋଦୀ

ସୂଦର ଦକ୍ଷିଣ ଆଫ୍ରିକାର ମଞ୍ଚରେ ସମ୍ବଲପୁରୀ ଗୀତର ଗୁଞ୍ଜରଣ ହେବା ଆଉ ମୋଦୀ ଏହାକୁ ମଗ୍ନ ଆଖିରେ ଦେଖିବା ନିହାତି ଭାବେ ଏକ ଗର୍ବ ଓ ଗୌରବର କଥା । ବିଦେଶରେ ଓଡିଆ ମାଟିର ସୁଗନ୍ଧ, ଓଡିଆ ସଂସ୍କୃତି ଓ ଲୋକଗୀତ ଝଲକ ବିଦେଶରେ ଦିଶିଲା । ଏହା ଭାରତ ପାଇଁ, ଓଡିଶା ପାଇଁ, ସମ୍ବଲପୁର ପାଇଁ ଗର୍ବ ଏବଂ ବଡ଼ ପରିଚୟ। ଏହା ପ୍ରମାଣିତ କଲା ଆମର କଳା, ଆମର ସଂସ୍କୃତି ସାରା ବିଶ୍ୱରେ ଆଜି ଏକ ନମ୍ବର।

ଆହୁରି ପଢନ୍ତୁ- Winter Session: ୧ରୁ ସଂସଦର ଶୀତ ଅଧିବେଶନ, ଆସିପାରେ ୧୨ଟି ବିଲ୍

ତେବେ ଗତ ଶୁକ୍ରବାର ଦିନ ଠାରୁ ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ଜୋହାନ୍ସବର୍ଗରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯେଉଁଠାରେ ନିଶାଦ୍ରବ୍ୟ ବ୍ୟବସାୟ ଓ ଆତଙ୍କବାଦ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କକୁ ଛିନ୍ନ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଫେଣ୍ଟାନିଲ୍ ଭଳି ଭୟଙ୍କର ସିନ୍ଥେଟିକ୍ ଡ୍ରଗ୍ସର ବ୍ୟବସାୟକୁ ରୋକିବା ଏହାର ମୁଖ୍ୟ ଲକ୍ଷ୍ୟ। ‘ଏହି ଭୟଙ୍କର ଡ୍ରଗ୍ସ-ଆତଙ୍କ ଅର୍ଥନୀତିକୁ ଏବେ ଧ୍ବସ୍ତ କରିବାର ସମୟ ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଛନ୍ତି। ଏହା ବ୍ୟତୀତ ମୋଦି ଆଉ ଏକ  ପ୍ରସ୍ତାବ ରଖିଛନ୍ତି, ତାହା ହେଉଛି ବୈଶ୍ୱିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ଟିମ୍।  ଏହା ବିଶ୍ୱର ଯେକୌଣସି ସ୍ଥାନରେ ମହାମାରୀ ବା ପ୍ରାକୃତିକ ବିପଦ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପହଞ୍ଚାଇପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe