ପ୍ରସବ ପରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ପୋଷ୍ଟପାର୍ଟମ୍ ଡିପ୍ରେସନ୍। ପ୍ରସବ ପରେ ଜଣେ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଘଟେ, ଯାହା ଡିପ୍ରେସନ୍ କିମ୍ବା ଗମ୍ଭୀର ଦୁଃଖର କାରଣ ହୋଇପାରେ। ଗର୍ଭଧାରଣ ପରେ ମହିଳାମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ଘଟେ, ଯାହା ପ୍ରସବ ପରେ ମାନସିକ ଅବସାଦର ମୁଖ୍ୟ କାରଣ ହୋଇପାରେ। ଅନୁପଯୁକ୍ତ ଖାଦ୍ୟ, ନିଦ୍ରାର ଅଭାବ ଓ ହର୍ମୋନ୍ ଅସନ୍ତୁଳନ ମଧ୍ୟ ଅବସାଦର କାରଣ ହୋଇପାରେ।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ଏହି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମହିଳାଙ୍କ ଚିନ୍ତା କରିବା, ଅନୁଭବ କରିବା ଓ କାର୍ଯ୍ୟ କରିବାର କ୍ଷମତାକୁ ନକାରାତ୍ମକ ଭାବରେ ପ୍ରଭାବିତ କରେ। ପ୍ରସବ ପରେ ଡିପ୍ରେସନ୍ର ଅନେକ ଲକ୍ଷଣ ଦେଖାଦିଏ। ତା’ ମଧ୍ୟରୁ ଚିଡ଼ଚିଡ଼ାପଣ ଏବଂ ଅଧିକ ରାଗିବା, କାମରେ ଧ୍ୟାନ ଦେଇ ନପାରିବା, ବିଶ୍ରାମ ନେବା ପରେ ମଧ୍ୟ ଶରୀରରେ ଲଗାତାର ଯନ୍ତ୍ରଣା ଓ କ୍ଳାନ୍ତି ଅନୁଭବ କରିବା, ଅତ୍ୟଧିକ ଭୋକ କିମ୍ବା ବହୁତ କମ୍ ଭୋକ ଲାଗିବା, ଗର୍ଭାବସ୍ଥା ପରେ କ୍ରମାଗତ ଓଜନ ବୃଦ୍ଧି ହେବା, କୌଣସି କାରଣ ବିନା କାନ୍ଦିବାକୁ ଇଚ୍ଛା ହେବା ଏବଂ ବନ୍ଧୁ ତଥା ସମ୍ପର୍କୀୟଙ୍କଠାରୁ ନିଜକୁ ଦୂରେଇ ରଖିବା, ଆପଣଙ୍କ ପିଲା ବିଷୟରେ ଅତ୍ୟଧିକ ଚିନ୍ତିତ ହେବା କିମ୍ବା ତାଙ୍କ ପ୍ରତି ଆଦୌ ଧ୍ୟାନ ନ ଦେବା ଭଳି ସମସ୍ୟା ଦେଖାଯାଏ।
Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
ପ୍ରସବ ପରେ ମାନସିକ ଅବସାଦରୁ ବାହାରିବା ପାଇଁ ଅତି କମ୍ରେ ୧୦ ମିନିଟ୍ ହାଲୁକା ବ୍ୟାୟାମ କରନ୍ତୁ କିମ୍ବା ଚାଲନ୍ତୁ। ପୁଷ୍ଟିକର ଖାଦ୍ୟ ଖାଆନ୍ତୁ, କାରଣ ସୁସ୍ଥ ଖାଦ୍ୟ ପ୍ରସବ ପରେ ଅବସାଦମୁକ୍ତ ହେବାରେ ସାହାଯ୍ୟ କରେ। ଶିଶୁର ଯତ୍ନ ନେବା ସହିତ କିଛି ସମୟ କାଢ଼ି ନିଜ ମନ ପସନ୍ଦର କାର୍ଯ୍ୟ କରନ୍ତୁ। ପ୍ରସବ ପରେ ମହିଳାମାନେ ପ୍ରାୟତଃ ପର୍ଯ୍ୟାପ୍ତ ନିଦ ପାଆନ୍ତି ନାହିଁ, ଯାହା ପ୍ରସବ ପରେ ଡିପ୍ରେସନ୍ର ଏକ ପ୍ରମୁଖ କାରଣ। ତେଣୁ ଶିଶୁ ଶୋଇବା ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/22/ssfhxvbvxbv-2025-12-22-02-17-52.jpg)