ପାରଳାଖେମୁଣ୍ଡି : ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଗଜପତିଜିଲ୍ଲା ସଦରମହକୁମାଠୁ ମାତ୍ର ୧୦ କିଲୋମିଟର ଦୂର କାଶୀନଗର ବ୍ଲକ ମିନିଗାଁ‌ରେ ପିଇବା ପାଣି ପାଇଁ ଡହଳବିକଳ ପରିିସ୍ଥିତି ଦେଖାଦେଇଛି। ପ୍ରତିବର୍ଷ ଲୋକେ ଏହି ସମସ୍ୟାରେ ସନ୍ତୁଳି ହେଉଥିବା ବେଳେ ୮ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପର କାମ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ପ୍ରକଳ୍ପ କାମ ଶେଷ କରିବାକୁ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଅଭି‌‌‌‌ଯୋଗ କରିଥିଲେ ହେଁ, କୌଣସି ସୁଫଳ ମିଳୁନି।  ସେପଟେ ବ୍ଲକର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ତପ୍ତପା ବେହେରା କହିଛନ୍ତି, ମେଗା ପ୍ରକଳ୍ପ ସକାଶେ ବର୍ତ୍ତମାନ ସମସ୍ତ ଅନୁଦାନ ବନ୍ଦ ରହିଛି।

Advertisment

🔴 LIVE | News Updates 19 February 2026: ବିଶ୍ବନେତାଙ୍କୁ ସ୍ବାଗତ କରିବେ ମୋଦୀ; ନାଳରେ ଖସିପଡ଼ିଲା କାର୍‌; ଲୁଗା ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ

ଅନୁଦାନ ମିଳିଲେ ଯାଇ କାର୍ଯ୍ୟ ଆରମ୍ଭ ହେବ।  ତେବେ ଆଗକୁ ଗ୍ରୀଷ୍ମର ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା ରହିଥିବାରୁ ପିଇବା ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ୨୫୦ ପରିବାର ତଥା ୭୦୦ରୁ ଅଧିକ ଲୋକ ରହୁଥିବା ମିନିଗାଁରେ ବର୍ଷସାରା ଜଳକଷ୍ଟ ଲାଗି ରହିଥିବା ବେଳେ ଖରାଦିନ ଆସିଲେ ଏହା ଦ୍ବିଗୁଣିତ ହୋଇଯାଏ। ଏହାକୁ ଆଖି ଆଗରେ ରଖି ଏଠାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୪ରେ ପ୍ରସ୍ତାବ ଦିଆଯାଇଥିଲା। ୨୦୧୭ରେ ମଞ୍ଜୁରି ମିଳିବା ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଘରକୁ ଘର ପାଣି ଯୋଗାଇବା ନିମନ୍ତେ ପାଇପ୍‌ ଲାଇନ୍ ବିଛାଯାଇଥିଲା। ଫଳରେ ଜଳକଷ୍ଟ ଦୂର ହେବ ବୋଲି ଗ୍ରାମବାସୀଆଶା ରଖିଥିଲେ। କିନ୍ତୁ, ଓଭରହେଡ୍ ଟାଙ୍କି କାମ ସରିଲା ନାହିଁ। ଇତିମଧ୍ୟରେ ୮ ବର୍ଷ ବିତିଗଲାଣି।

Don't get up from the market: ବାଳକାଟି ବଜାରରୁ ଉଠୁନି ଜବରଦଖଲ ଉଚ୍ଛେଦ ବର୍ଜ୍ୟ

 ନିର୍ମାଣ କାର୍ଯ୍ୟ ସେମିତି ବନ୍ଦ ହୋଇ ପଡ଼ିରହିଛି। ଫଳରେ ଲୋକେ ଗାଁର ଗୋଟିଏ ନଳକୂଅ ଉପରେ ଭରସା କରୁଥିବା ବେଳେ ସେଥିରୁ ବି ଗୋଳିଆ ପାଣି ଆସୁଛି। ଆଉ ଦୁଇଟି ନଳକୂଅ ଅଚଳ ହୋଇ ପଡ଼ିରହିଥିବାରୁ ବାଧ୍ୟ ହୋଇ ଗୋଳିଆ ପାଣି ବ୍ୟବହାର କରୁଛନ୍ତି। ଆଉ ଖରାଦିନେ ପୋଖରୀ ପାଣି ଉପରେ ଭରସା କରିବାକୁ ପଡ଼ୁଛି ବୋଲି ଗ୍ରାମବାସୀ କହିଛନ୍ତି।