Python Cpr: ଆହତ ଅଜଗରକୁ ମୁହଁରେ ସିପିଆର ଦେଇ ଯୁବକ ବଞ୍ଚାଇଲେ ଜୀବନ

Advertisment

କିଛିସମୟ ପ‌ରେ ଆହତ ଅଜଗରର ହୋଇଯାଇଥାଆନ୍ତା ମୃତ୍ୟୁ। ମୁହଁରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଗ୍ରାମବାସୀ। ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବନବିଭାଗ। ନିଶ୍ବାସ ଫେରି ପାଇବାପରେ ସୁରକ୍ଷିତ ଭାବେ ଅଜଗରକୁ ଜଙ୍ଗଲରେ ଛଡ଼ାଗଲା।

Updated On

କିଛିସମୟ ପ‌ରେ ଆହତ ଅଜଗରର ହୋଇଯାଇଥାଆନ୍ତା ମୃତ୍ୟୁ। ମୁହଁରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଗ୍ରାମବାସୀ। ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବନବିଭାଗ। ନିଶ୍ବାସ ଫେରି ପାଇବାପରେ ସୁରକ୍ଷିତ ଭାବେ ଅଜଗରକୁ ଜଙ୍ଗଲରେ ଛଡ଼ାଗଲା।

ଅଦ୍ୟତନ ହୋଇଛି
Untitled-4

Python Cpr: Photograph: (@SAMBAD.IN)

Dediapada Python Rescue : ଗୁଜୁରାଟର ଡେଡିଆପାଡ଼ାର କୋଲିୱାଲା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଗ୍ରାମରେ ଏକ ବିରାଟ ଅଜଗର ଅଚେତ ହୋଇପଡ଼ିଥିବା ବନବିଭାଗକୁ ଖବର ହୋଇଥିଲା।  

ଅଧିକପଢ଼ନ୍ତୁ:ପାକିସ୍ତାନୀ ISIର ପୂର୍ବତନ ମୁଖ୍ୟ ଫୈଜ ହମିଦଙ୍କୁ ୧୪ବର୍ଷ ଜେଲ ଦଣ୍ଡ

ସିପିଆର ‌ଦେଇ ବଞ୍ଚାଇଲେ ଅଜଗରର ଜୀବନ

ଖବର ପାଇବା ପରେ ବନ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ ଅଜଗରକୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଉଦ୍ଧାର ଅଜଗରଟିର ଅବସ୍ଥା ଏପରି ଥିଲା କି କୌଣସି ମୁହୂର୍ତ୍ତରେ ତାହାର ମୃତ୍ୟ ହୋଇଯାଇଥାଆନ୍ତା। ସାପର ଏ ଅବସ୍ଥା ଦେଖି ସହି ପାରି ନଥିଲେ ଗ୍ରାମବାସୀ ଭାବିନଭାଇ । ସେ ସଙ୍ଗେସଙ୍ଗେ ଅଜଗରକୁ ମୁହଁରେ ସିପିଆର ଦେବା ଆରମ୍ଭ କରିଥିଲେ। 

କିଛି ମିନିଟର ନିରନ୍ତର ପ୍ରୟାସ ପରେ ଅଜଗରର ଶରୀର ସକ୍ରିୟ ହେବାକୁ ଲାଗିଥିଲା। ଗାଁ ଲୋକମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ। ବନ ବିଭାଗ ଦଳ ଅଜଗରକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଘଞ୍ଚଜଙ୍ଗଲରେ ଛାଡି ଦେଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକପଢ଼ନ୍ତୁ:ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଁ ଘରର ରଙ୍ଗ କିପରି ହେବା ଉଚିତ, କ’ଣ କୁହେ ବାସ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe