Remember 25: ମନେରହିବ ୨୫: ଜନଜାତି ବିକାଶ, ଏକ ଆହ୍ବାନ

Advertisment

ଆଦିବାସୀମାନେ ପ୍ରକୃତିର ଉପାସକ। ସେମାନେ ବୃକ୍ଷ, ନଈ, ଝରଣା, ପାହାଡ଼, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଆଦି ପ୍ରାକୃତିକ ଏବଂ ସ୍ବର୍ଗୀୟ ବସ୍ତୁର ଉପାସନା କରିଥାନ୍ତି। ଶାଳ ଓ ମହୁଲ ହେଉଛି ଆଦିବାସୀଙ୍କର ସବୁଠୁ ପ୍ରିୟ ଓ ପୂଜ୍ୟ ବୃକ୍ଷ।

ଆଦିବାସୀମାନେ ପ୍ରକୃତିର ଉପାସକ। ସେମାନେ ବୃକ୍ଷ, ନଈ, ଝରଣା, ପାହାଡ଼, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଆଦି ପ୍ରାକୃତିକ ଏବଂ ସ୍ବର୍ଗୀୟ ବସ୍ତୁର ଉପାସନା କରିଥାନ୍ତି। ଶାଳ ଓ ମହୁଲ ହେଉଛି ଆଦିବାସୀଙ୍କର ସବୁଠୁ ପ୍ରିୟ ଓ ପୂଜ୍ୟ ବୃକ୍ଷ।

dagdadgavcz

ଆଦିବାସୀମାନେ ପ୍ରକୃତିର ଉପାସକ। ସେମାନେ ବୃକ୍ଷ, ନଈ, ଝରଣା, ପାହାଡ଼, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର ଆଦି ପ୍ରାକୃତିକ ଏବଂ ସ୍ବର୍ଗୀୟ ବସ୍ତୁର ଉପାସନା କରିଥାନ୍ତି। ଶାଳ ଓ ମହୁଲ ହେଉଛି ଆଦିବାସୀଙ୍କର ସବୁଠୁ ପ୍ରିୟ ଓ ପୂଜ୍ୟ ବୃକ୍ଷ। ଆଦିବାସୀମାନେ ବିଭିନ୍ନ ପର୍ବପର୍ବାଣିରେ ଶାଳ, ମହୁଲ ଗଛକୁ ପୂଜା କରିଥାନ୍ତି। ସେମାନେ ସୂର୍ଯ୍ୟ ଦେବତା, ଧରଣୀପେନୁ, ଚନ୍ଦ୍ର ଦେବତା (ଲାଞ୍ଜୁ ପେନୁ), ପାହାଡ଼ ଦେବତା (ସରୁ ପେନୁ), ନଈ, ଝରଣାକୁ ପୂଜା କରିଥାନ୍ତି। ଗୋଷ୍ଠୀ ଜୀବନ ସେମାନଙ୍କର ବଞ୍ଚିବାର ମୂଳମନ୍ତ୍ର। ସେମାନେ ଯାହା କିଛି କରନ୍ତି ଏକାଠି ନିଷ୍ପତ୍ତି ନେଇ କରନ୍ତି। ଆଦିବାସୀମାନେ ଏକାଠି ଗୀତ ଗାଇ, ନାଚି, ଖେଳି ଜୀବନକୁ ଉପଭୋଗ କରନ୍ତି। ସେମାନେ ବାର ମାସରେ ତେର ପର୍ବ ପାଳନ କରନ୍ତି। କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଅଞ୍ଚଳର କନ୍ଧ ଜନଜାତିର ଲୋକେ ଚୈତ୍ର ଓ ବୈଶାଖ ମାସରେ ପାହାଡ଼ ପୂଜା, ମେରିଆ ପୋଢ଼ ଯାତ୍ରା ଓ ବର୍ଷାଦିନେ ଟାକୁପର୍ବ, ବିହନ ପରବ (ବୁର୍ଲାଙ୍ଗ ଯାତ୍ରା) ଓ ଶୀତଦିନେ ପୁଣିକାଲୁ (ଅଣକା ଯାତ୍ରା) ପାଳନ କରନ୍ତି। ସେହିଭଳି କେନ୍ଦୁଝରର ଜୁଆଙ୍ଗ ଜନଜାତିମାନେ ବାଙ୍ଗୁର ପର୍ବ (ଆଷାଢ଼ୀ ପର୍ବ), ଅଖାଣି ପର୍ବ (ଶିକାର ପର୍ବ), କୁସୁମ ନୂଆଖିଆ, ଆମ୍ବ ନୂଆଖିଆ, ମାଘପୋଡ଼ି ପର୍ବ ପାଳନ କରନ୍ତି। ସୁନ୍ଦରଗଡ଼ ଓ ମୟୂରଭଞ୍ଜର ଆଦିବାସୀମାନେ ନୂଆଖାଇ ପର୍ବ, କରମା ପର୍ବ, ବାହାବଙ୍ଗା (ଶାଳଫୁଲ ପର୍ବ) ସହରାଇ ପର୍ବ, ମାଘେ ପରବ, ବାନ୍ଦନା ପର୍ବ (ଗୋରୁ ପୂଜା), ଉଡ଼ା ପର୍ବ ଆଦି ପାଳନ କରନ୍ତି। କୋରାପୁଟର ପରଜା ଆଦିବାସୀମାନେ ନୂଆଖିଆ ପର୍ବ, ପୁଷ୍‌ପୁନି ପର୍ବ, ଦିଆଲି ପରବ, ଚଇତ ପରବ, କାନ୍ଦୁଲଭଜା ପରବ, ବାଲି ଯାତରା, ବିଜପୁଟୁନି ପରବ, ଭୀମା ପୂଜା ଆଦି ଅନେକ ପର୍ବପର୍ବାଣି ପାଳନ କରନ୍ତି।

ଜନଜାତିଙ୍କ ପର୍ବପର୍ବାଣିକୁ ମୁଖ୍ୟତଃ ଛଅ ବିଭାଗରେ ବିଭକ୍ତ କରାଯାଇପାରେ। ସେଗୁଡ଼ିକ ହେଲେ- କୃଷିଭିତ୍ତିକ ପର୍ବ, ପାରମ୍ପରିକ ପର୍ବ, ସାମାଜିକ ପର୍ବ, ଶିକାରଭିତ୍ତିକ ପର୍ବ, ରୋଗ ଓ ବ୍ୟାଧି ନିରାକରଣ ପର୍ବ, ଗ୍ରାମ ସଂସ୍କାରମୂଳକ ପର୍ବ। ଆଦିବାସୀମାନେ ପାଳନ କରୁଥିବା ଅଧିକାଂଶ ପର୍ବ କୃଷିଭିତ୍ତିକ ପର୍ବ। ଚୈତ୍ର ଓ ବୈଶାଖ ମାସ ବେଳକୁ ଆଦିବାସୀଙ୍କ ହାତରେ କିଛି କାମ ନଥାଏ। ଚାଷକାର୍ଯ୍ୟ ଶେଷ ହୋଇ ଅମଳ ବି ସରିଯାଇଥାଏ। ସେହି ସମୟରେ ଆଦିବାସୀମାନେ ଶିକାର ପର୍ବ (ବେଣ୍ଟଯାତ୍ରା) ପାଳନ କରିଥାନ୍ତି। ଦଳ ଦଳ ହୋଇ ଆଦିବାସୀ ଯୁବକମାନେ ଜଙ୍ଗଲକୁ ଶିକାର କରିବାକୁ ଯାଆନ୍ତି ଏବଂ ଜୀବଜନ୍ତୁ ଶିକାର କରି ଆଣନ୍ତି। ମାତ୍ର, ଏବେ ବନ୍ୟପ୍ରାଣୀ ନିୟମ କଡ଼ାକଡ଼ି ହୋଇଯାଇଥିବାରୁ ଏବେ ଶିକାର ପର୍ବ ଆଉ ବ୍ୟାପକ ଭାବେ ନହୋଇ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଛି।

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଆଦିବାସୀଙ୍କ ସାମାଜିକ ଉତ୍ସବ ମଧ୍ୟରେ ବିବାହ, ଜନ୍ମ ଓ ମୃତ୍ୟୁ ସମ୍ପର୍କିତ କର୍ମକର୍ମାଣି ପ୍ରମୁଖ। ଆଦିବାସୀ ସମାଜରେ ବିଭିନ୍ନ ପ୍ରକାର ବିବାହ ଦେଖିବାକୁ ମିଳିଥାଏ। କେନ୍ଦୁଝରର ଜୁଆଙ୍ଗ ଓ ପାଉଡ଼ିଭୂୟାଁ ସମାଜରେ କମାଣ୍ଡରିଆ କନିଆ ବିଭା (ସ୍ଥିରୀକୃତ ବିବାହ), ଟାଙ୍କେଇ ଓଟି ବିଭା (ସ୍ଥିରୀକୃତ ବିବାହ), ଡିଗର କନିଆ ବିଭା (ବଳପୂର୍ବକ ଅପହରଣ ବିବାହ), ମନମାନି ବିଭା (ପ୍ରେମ ବିବାହ), ସୁରୁମ୍‌ କନିଆ ବିଭା(ପ୍ରେମ ବିବାହ), ଉଡୁଙ୍ଗ କନିଆ ବିଭା (କନ୍ୟା ଗର୍ଭବତୀ ‌ହୋଇଯିବା ପରେ ବିବାହ), ୱାଡ଼ି କନିଆ ବିଭା (ବାଲ୍ୟ ବିବାହ), ବୁର୍ହା କନିଆ ବିଭା (ବିଧବା ବିବାହ), ଡାକି କନିଆ ବିଭା (ଛାଡ଼ପତ୍ର ପରେ ପୁନର୍ବିବାହ) ଆଦି ବିବାହ ଦେଖିବାକୁ ମିଳିଥାଏ। ସେହିଭଳି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ମଗା ବିଭା (ସ୍ଥିରୀକୃତ ବିବାହ), କନିଆ ଝିକା ବିଭା (ଝିଅକୁ ଅପହରଣ କରି ଆଣିବା ପରେ ବିବାହ), ଉଦୁଲିଆ ବିଭା (ଝିଅକୁ ଅପହରଣ କରିବା ପରେ ବିବାହ), ପଇସାମୁଣ୍ଡି ବିଭା (ପ୍ରେମ ବିବାହ), ପସନାମୁଣ୍ଡି ବିଭା (ପୂର୍ବକାଳର ସ୍ବୟଂବର ପଦ୍ଧତିର ବିବାହ) ଦେଖିବାକୁ ମିଳିଥାଏ।

ଓଡ଼ିଶାରେ କେବେ କାର୍ଯ୍ୟକାରୀ ହେବ ‘ପେସା ଆଇନ-୧୯୯୬’
ଆଦିବାସୀମାନେ ବସବାସ କରୁଥିବା ଅଞ୍ଚଳକୁ ସମ୍ବିଧାନରେ ସ୍ବତନ୍ତ୍ର ଭାବେ ‘ଅନୁସୂଚୀତ ଅଞ୍ଚଳ’ ଭାବେ ଦର୍ଶାଯାଇଛି। ବିଶେଷକରି ଜନଜାତି ସଂଖ୍ୟା, ଏହାର ଘନତା, ଅଞ୍ଚଳର ଆକାର, ଅଞ୍ଚଳର ଅନଗ୍ରସରତା ଏବଂ ଜନଜାତି ଲୋକଙ୍କ ଅର୍ଥନୈତିକ ମାନଦଣ୍ଡରେ ଚିହ୍ନିତ ବୈଷମ୍ୟକୁ ଭିତ୍ତି କରି ଅନୁସୂଚିତ ଅଞ୍ଚଳ ଚିହ୍ନିତ କରାଯାଇଥାଏ। ସମ୍ବିଧାନର ଅନୁଚ୍ଛେଦ ୨୪୪(୧)ର ପଞ୍ଚମ ଅନୁସୂଚୀରେ ଭାରତର କେତେକ ଅନୁସୂଚୀତ ଅଞ୍ଚଳ ସମ୍ପର୍କରେ ଉଲ୍ଲେଖ ରହିଛି। ଓଡ଼ିଶାର କନ୍ଧମାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲ୍‌କାନଗିରି, କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ସମେତ କେନ୍ଦୁଝର, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ ଆଦି ଜିଲ୍ଲାର ଆଂଶିକ ଅଂଶକୁ ଅନୁସୂଚିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହି ଅନୁସୂଚିତ ଅଞ୍ଚଳର ବିକାଶ ଏବଂ ଜନଜାତିଙ୍କ ସଶକ୍ତୀକରଣ ପାଇଁ ୧୯୯୬ ଡିସେମ୍ବର ୨୪ରେ ଭାରତ ସରକାର ‘ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ’ (ପେସା) ପ୍ରଣୟନ କରିଥିଲେ। ମାତ୍ର ଆଜି ଯାଏଁ ଏହି ଆଇନ ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରିନାହିଁ। 

ରାଜନୀତିରେ ଆଦିବାସୀ ନେତାଙ୍କ ସ୍ବର ଓ ସଫଳ କାହାଣୀର ନାୟକ, ନାୟିକାମାନେ 

ରାଜ୍ୟ ତଥା ଜାତୀୟ ରାଜନୀତିରେ ଓଡ଼ିଶାର ଜନଜାତି ନେତାଙ୍କ ସ୍ବର ବଳିଷ୍ଠ ହୋଇଛି। ଭାରତର ମହାମହିମ ରାଷ୍ଟ୍ରପତି ପଦ ଅଳଂକୃତ କରିଛନ୍ତି ଓଡ଼ିଶାର ଜଣେ ଜନଜାତି ନେତ୍ରୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ସାନ୍ତାଳ ଜନଜାତି ଗୋଷ୍ଠୀର ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ମଧ୍ୟ ଥିଲେ। ସେ ମଧ୍ୟ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜଣେ ଜନଜାତି ନେତା ମୋହନ ଚରଣ ମାଝୀ ପଦ ସମ୍ଭାଳିଛନ୍ତି। ସେ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ଜନଜାତି ସମ୍ପ୍ରଦାୟର ଆଉ ଜଣେ ନେତା ଜୁଏଲ୍‌ ଓରାମ୍‌ ଏବେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ଜନଜାତି ଗୋଷ୍ଠୀର ଗିରୀଶ ଚନ୍ଦ୍ର ମୁର୍ମୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ସିଏଜି ହେବାରେ ପ୍ରଥମ ଓଡ଼ିଆ ଭାବେ ବିରଳ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ସେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥ‌ିଲେ। ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ମୋଦୀଙ୍କ ପ୍ରମୁଖ ଶାସନ ସଚିବ ଥିଲେ। ସେହିଭଳି ଆଉ ଜଣେ ଜନଜାତି ପୁଅ ଶିରୀଶ ଚନ୍ଦ୍ର ମୁର୍ମୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶାର ମାଲ୍‌କାନଗିରିର ଆଦିବାସୀ ଝିଅ ଅନୁପ୍ରିୟା ମଧୁମିତା ଲାକ୍ରା ଦେଶର ପ୍ରଥମ ଆଦିବାସୀ ମହିଳା ପାଇଲଟ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀ, କେନ୍ଦୁଝରର ତୁଳସୀ ମୁଣ୍ଡା, ପଥର ମଣିଷ ଦୈତାରୀ ନାଏକ, କନ୍ଧମାଳର ବିସ୍ମୟ ଚାରଣ କବି ପୂର୍ଣ୍ଣମାସୀ ଜାନି, କୋରାପୁଟ କୋଟପାଡ଼ ଶାଢିର ବୁଣାକାର ଗୋବର୍ଦ୍ଧନ ପନିକା, ମୟୂରଭଞ୍ଜର ଆଉ ଜଣେ ଆଦିବାସୀ ଝିଅ ଦମୟନ୍ତୀ ବେସ୍ରା ନିଜନିଜ ପ୍ରତିଭା ପାଇଁ ପଦ୍ମଶ୍ରୀ ପୁରସ୍କାର ଲାଭ କରିପାରିଛନ୍ତି।

ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସଫଳତା

ମାଲକାନଗିରି ଜିଲ୍ଲାର ଡିଡାୟୀ (ପିଭିଟିଜି) ଆଦିବାସୀ ଛାତ୍ରୀ ଚମ୍ପା ରାସପେଦା ଚଳିତବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ସେହିଭଳି ବଣ୍ଡାଘାଟିର ବଣ୍ଡା ଝିଅ ବିନି ମୁଦୁଲି ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହି ଦୁଇ ଛାତ୍ର ସମ୍ପୃକ୍ତ ଜନଜାତି ଗୋଷ୍ଠୀରୁ ଯଥାକ୍ରମେ ପ୍ରଥମ ମେଡିକାଲ ଏବଂ ପ୍ରଥମ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେହିଭଳି ସଉରା ଜନଜାତିର ଛାତ୍ର ଶୁଭମ୍‌ ଶବର ମଧ୍ୟ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଉରା ଜନଜାତି ପାଇଁ ଗୌରବ ଆଣିଛନ୍ତି। ନୂଆପଡ଼ା ଜିଲ୍ଲା ଚକୋଟିଆ ଭୁଞ୍ଜିଆ (ପିଭିଟିଜି) ସମ୍ପ୍ରଦାୟର ଛାତ୍ରୀ ଜୈମିନୀ ଝାଙ୍କର ଆୟୁର୍ବେଦ ମେଡିସିନ୍‌ ଉପରେ ଗବେଷଣା କରି ଚଳିତବର୍ଷ ପିଏଚ୍‌ଡି ଲାଭ କରିଛନ୍ତି। ଏହି ଘଟଣାଟି ଚକୋଟିଆ ଭୁଞ୍ଜିଆ ଜନଜାତିଙ୍କ କ୍ଷେତ୍ରରେ ପ୍ରଥମ ଘଟଣା।

ନିକଟରେ ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଦଳରେ ଓଡ଼ିଶାର ୪ ଜଣ ଜନଜାତି ଦୃଷ୍ଟିବାଧିତ କ୍ରୀଡ଼ାବିତ୍‌ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେମାନେ ହେଲେ ବାଲେଶ୍ବରର ଫୁଲ ସୋରେନ୍‌, ମୟୂରଭଞ୍ଜର ପାର୍ବତୀ ମାରାଣ୍ଡି, ଯମୁନାରାଣୀ ଟୁଡୁ ଓ ବାସନ୍ତୀ ହାଁସଦା। ଏହି ଚାରିଜଣ ଦୃଷ୍ଟିବାଧିତ ମହିଳା କ୍ରୀଡ଼ାବିତ୍‌ ହେଉଛନ୍ତି ସାନ୍ତାଳ ଜନଜାତି ଗୋଷ୍ଠୀର। ସେହିପରି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଜନଜାତି କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପୂର୍ବତନ ହକି ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମଧ୍ୟ ଜଣେ ସଫଳ ଜନଜାତି ପ୍ରତିନିଧି।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ଜନଜାତି ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା
ଆମ ରାଜ୍ୟରେ ଜନଜାତିଙ୍କ ଆର୍ଥିକ ବିକାଶ ପାଇଁ ଉଭୟ ଆଇଟିଡିଏ ଏବଂ ଅଣୁ ପ୍ରକଳ୍ପ ଜରିଆରେ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି। କେବଳ ଆଇଟିଡିଏ ଏବଂ ମାଇକ୍ରୋ ପ୍ରୋଜେକ୍ଟ କାହିଁକି, ବରଂ ବ୍ଲକ, ପଞ୍ଚାୟତ, କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ଜଳଛାୟା ମିସନ୍‌, ମୃତ୍ତିକା ସଂରକ୍ଷଣ ବିଭାଗ, ଉଠା ଜଳସେଚନ ପ୍ରକଳ୍ପ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ମାଛ ଚାଷ ବିଭାଗ ଆଦି ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ ମଧ୍ୟ ଜନଜାତିଙ୍କର ଆର୍ଥିକ ବିକାଶ ପାଇଁ ଟଙ୍କା ଖର୍ଚ୍ଚ ହେଉଛି। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ସରକାରୀ ‌ଯୋଜନା କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ହେଲା-ଏମ୍‌ଏମ୍‌ଜେଜେଏମ୍‌ (ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍‌): ଏହି ଯୋଜନା ମାଧ୍ୟମରେ କୃଷି, ଉଦ୍ୟାନକୃଷି ଓ ଜୀବିକାର ବିକାଶ ପାଇଁ ଆଦବାସୀଙ୍କୁ କୁକୁଡ଼ା, ଛେଳି, ବତକ, ବିଭିନ୍ନ ପନିପରିବା ବିହନ, ମଞ୍ଜି, ଚାରା, ସାର, ଔଷଧ ଯୋଗାଇ ଦେବା ସହିତ ଜଳସେଚନର ସୁବିଧା ପାଇଁ ଚେକ୍‌ ଡ୍ୟାମ୍‌ ଓ ଗଭୀର ନଳକୂପ ନିର୍ମାଣ କରାଯାଉଛି। 8ଭିଡିଭିକେ (ବନ ଧନ ବିକାଶ କାର୍ଯ୍ୟକ୍ରମ): ଏହି ଯୋଜନା ମାଧ୍ୟମରେ ଆଦିବାସୀମାନେ ସଂଗ୍ରହ କରୁଥିବା ପାରମ୍ପରିକ ବନଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି (ଭାଲ୍ୟୁ ଆଡିସନ) ପାଇଁ ଆର୍ଥିକ ସହାୟତା ଯୋଗେଇ ଦିଆଯାଉଛି। ବିଶେଷକରି ଆମ୍ବରୁ ଆମ୍ବଷଢ଼ା, ଆମ୍ବ ଆଚାର, ପଣସ ଚିପ୍‌ସ, ପଣସ କେକ୍‌, ପଣସ ଚକୋଲେଟ୍‌, ଶାଳପତ୍ର ଖଲି, ଦନା, ପ୍ଲେଟ୍‌ ଆଦି ପ୍ରସ୍ତୁତ କରି ଆଦିବାସୀମାନେ ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଛନ୍ତି।

ଆର୍ଟିକିଲ୍‌-୨୭୫: ଏହି ଯୋଜନା ମାଧ୍ୟମରେ ଦୁର୍ଗମ ଆଦିବାସୀବହୁଳ ଅଞ୍ଚଳକୁ ରାସ୍ତା ଓ ପୋଲ ନିର୍ମାଣ କରାଯାଉଛି।8 ଏସ୍‌ସିଏ (ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ): ଏହି ଯୋଜନା ଜରିଆରେ ଆଦିବାସୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରାଇବା ପାଇଁ ଡ୍ରାଗନ ଚାଷ, ପଣସ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା, ଷ୍ଟ୍ରବେରୀ ଚାଷ, ଚେକ୍‌ ଡ୍ୟାମ୍‌ ନିର୍ମାଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। 8 ଡିଏଜେଜିୟୁଏ (ଧର୍‌ତୀ ଆବା ଜନଜାତି ଗୌରବ ଉତ୍କର୍ଷ ଅଭିଯାନ): ଏହି ଯୋଜନା ଜରିଆରେ ଆଦିବାସୀ ଗ୍ରାମଗୁଡ଼ିକର ବିକାଶ ପାଇଁ ଖର୍ଚ୍ଚ ହେଉଛି। 8ପିଏମ୍‌ଏଏଜିୱାଇ (ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଅଭିଯାନ): ଏହି ଯୋଜନା ଜରିଆରେ ଭିତ୍ତିଭୂମିର ବିକାଶ ଯଥା- ରାସ୍ତା, ପୋଲ, କଲଭର୍ଟ ନିର୍ମାଣ କରାଯାଉଛି।

ଜନଜାତି କଳା ଓ ସ୍ଥାପତ୍ୟ

ଜନଜାତି ସଂସ୍କୃତି ଓ ପରମ୍ପରାରେ କଳା ଓ ସ୍ଥାପତ୍ୟ ଶିଳ୍ପର ଏକ ବିଶେଷ ଭୂମିକା ରହିଛି। ଆଜି ଓଡ଼ିଶାରରାୟଗଡ଼ା ଓ ଗଜପତି ଜିଲ୍ଲାରେ ବସବାସ କରୁଥିବା ସଉରା ଜନଜାତିଙ୍କ ଚିତ୍ରକଳା ‘ଇଡିତାଲ’ କେବଳ ରାଜ୍ୟ କାହିଁକି ଦେଶ ବିଦେଶରେ ଲୋକପ୍ରିୟତା ଅର୍ଜନ କରିପାରିଛି। ଏହା ଏକ ପ୍ରକାର ଝୋଟି ଚିତା ପର୍ଯ୍ୟାୟର ଚିତ୍ରକଳା ଏବଂ ବିଶେଷକରି କାନ୍ଥରେ ଅଙ୍କନ କରାଯାଇଥାଏ। ଚଳଚ୍ଚିତ୍ର ଦୁନିଆରେ ଆଦିବାସୀଙ୍କ ଅଳଙ୍କାରର ଗୋଟିଏ ବିଶେଷ ଭୂମିକା ରହିଛି। ଆଦିବାସୀ ଅଳଙ୍କାରର ସ୍ବାତନ୍ତ୍ର୍ୟ ରହିଛି। କୋରାପୁଟ ଅଞ୍ଚଳର ଆଦିବାସୀ ଅଳଙ୍କାରର ଏକ ସ୍ବତନ୍ତ୍ର ବଜାର ରହିଛି। ଓଡ଼ିଶାର ଏସବୁ ଆଦିବାସୀ ଅଳଙ୍କାର ଦେଶବିଦେଶକୁ ରପ୍ତାନୀ କରାଯାଉଛି। କେନ୍ଦୁଝରର ଜୁଆଙ୍ଗ ଜନଜାତିଙ୍କ କାଠ ଖୋଦେଇ ସ୍ଥାପତ୍ୟର ଏକ ନିଆରା ଭାଉ ରହିଛି। ଜୁଆଙ୍ଗମାନେ ସେମାନଙ୍କର ‘ମଣ୍ଡଘର’ ପାଇଁ କାଠରେ ଖୋଦେଇ କରି ନାନା ପ୍ରକାର ଆକର୍ଷଣୀୟ କାରୁକାର୍ଯ୍ୟ ପ୍ରସ୍ତୁତ କରିଥାନ୍ତି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଅଞ୍ଚଳର ଲୋଧା, ମାଙ୍କିଡ଼ିଆ ଓ ଅନ୍ୟ ଆଦିବାସୀମାନେ ବାଉଁଶ ପାତିଆକୁ ବ୍ୟବହାର କରି ଆକର୍ଷଣୀୟ ଉପକରଣ ଓ ସ୍ଥାପତ୍ୟକଳା ନିର୍ମାଣ କରିଥାନ୍ତି। ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଆଦିବାସୀମାନେ ପାରମ୍ପରିକ ଲାଖ ଓ କାଠ ଶିଳ୍ପ ପାଇଁ ଦେଶବିଦେ‌ଶରେ ପ୍ରସିଦ୍ଧିଲାଭ କରିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe