Restrictions on junk food: ଇଂଲଣ୍ଡ୍‌ରେ ‘ଜଙ୍କ୍‌ ଫୁଡ୍‌’ ବିଜ୍ଞାପନ ଉପରେ କଟକଣା: ଭାରତରେ କେବେ?

Advertisment

ପ୍ରାକ୍‌-ପ୍ରସ୍ତୁତ ଅଥବା ପ୍ୟାକେଟ୍‌ ହୋଇ ବିକ୍ରୟ ହେଉଥିବା ଖାଦ୍ୟ ସମ୍ପ୍ରତି ପିଲାମାନଙ୍କର ଅତି ପ୍ରିୟ ଆହାର। ଚର୍ବି, ଶର୍କରା ଓ ଲବଣ ସମୃଦ୍ଧ ଏ ପାଟି ସୁଆଦିଆ ଖାଦ୍ୟରେ କିନ୍ତୁ ଖାଦ୍ୟସାର ଅତି ସ୍ବଳ୍ପ ପରିମାଣର ଥାଏ।

ପ୍ରାକ୍‌-ପ୍ରସ୍ତୁତ ଅଥବା ପ୍ୟାକେଟ୍‌ ହୋଇ ବିକ୍ରୟ ହେଉଥିବା ଖାଦ୍ୟ ସମ୍ପ୍ରତି ପିଲାମାନଙ୍କର ଅତି ପ୍ରିୟ ଆହାର। ଚର୍ବି, ଶର୍କରା ଓ ଲବଣ ସମୃଦ୍ଧ ଏ ପାଟି ସୁଆଦିଆ ଖାଦ୍ୟରେ କିନ୍ତୁ ଖାଦ୍ୟସାର ଅତି ସ୍ବଳ୍ପ ପରିମାଣର ଥାଏ।

fhsfhhfh

ପ୍ରାକ୍‌-ପ୍ରସ୍ତୁତ ଅଥବା ପ୍ୟାକେଟ୍‌ ହୋଇ ବିକ୍ରୟ ହେଉଥିବା ଖାଦ୍ୟ ସମ୍ପ୍ରତି ପିଲାମାନଙ୍କର ଅତି ପ୍ରିୟ ଆହାର। ଚର୍ବି, ଶର୍କରା ଓ ଲବଣ ସମୃଦ୍ଧ ଏ ପାଟି ସୁଆଦିଆ ଖାଦ୍ୟରେ କିନ୍ତୁ ଖାଦ୍ୟସାର ଅତି ସ୍ବଳ୍ପ ପରିମାଣର ଥାଏ। ଥରକୁ ଥର ଏସବୁ ଭୋଜନ କଲେ ମେଦବହୁଳତା, ମଧୁମେହ ଓ ରକ୍ତଚାପ ବୃଦ୍ଧି ପାଏ। ଖାଦ୍ୟଦ୍ରବ୍ୟ କଥା ଛାଡ଼ନ୍ତୁ, ଏ ସବୁର ବିଜ୍ଞାପନ ବି ପିଲାଙ୍କୁ ବାତୁଳ କରିପକାଏ। ତେଣୁ, ବାଲ୍ୟକାଳୀନ ମେଦବହୁଳତା ଦମନ କରିବା ଉଦ୍ଦେଶ୍ୟରେ ଇଂଲଣ୍ଡ୍‌ ଜଙ୍କ୍‌ ଫୁଡ୍‌ ବିଜ୍ଞାପନ ପ୍ରସାରଣ ଉପରେ କଟକଣା ଲାଗୁ କରିଛି। ଏ ସବୁ ଭୋଜନ କରି ପିଲାଏ ମେଟାବୋଲିକ୍‌ ଡିଜ୍‌ଅର୍ଡର୍‌, ହୃଦ୍‌ରୋଗ ଓ କେତେକ ପ୍ରକାର କର୍କଟ ରୋଗାକ୍ରାନ୍ତ ହେଉଛନ୍ତି ଏବଂ କେବେ କେବେ ସେମାନଙ୍କର ଅକାଳ ବିୟୋଗ ହେଉଛି।

BJD Strike: ମଣ୍ଡି ଅବ୍ୟବସ୍ଥା ନେଇ ଟ୍ରେଲର ଦେଖାଇଲୁ, ପିଲ୍ମ ଦେଖାଇବୁ: ବିଜେଡି

ସେଥିଲାଗି ରାତି ୯ଟା ଆଗରୁ ଟେଲିଭିଜନ୍‌ରେ ଏବଂ ଅନ୍‌ଲାଇନ୍‌ରେ ଅ‌ାଦୌ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ସମ୍ବନ୍ଧୀୟ ବିଜ୍ଞାପନ ପ୍ରସାରଣ କରାଯାଇପାରିବ ନାହିଁ ବୋଲି ଇଂଲଣ୍ଡ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିୟମ କରିଛି। ବିଶ୍ବରେ ପ୍ରଥମକରି ଏତାଦୃଶ କଠୋର ନିୟମ ପ୍ରଣୟନକରି ଇଂଲଣ୍ଡ୍‌ ସରକାର ପ୍ରତି ବର୍ଷ ପିଲାମାନଙ୍କ ଭୋଜନରୁ ୨.୭ ନିୟୁତ ଯାଏ କ୍ୟାଲୋରି ହଟାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ, ସବୁ ପ୍ରକାର ସ୍ୟାଣ୍ଡ୍‌ଉଇଜ୍‌, ପ୍ରେଟ୍‌ଜେଲ୍‌, ପୋରିଜ୍‌, ଓଟ୍‌ସ ଓ ମ୍ୟୁଜ୍‌ଲି ଆଦି ସକାଳ ଜଳଖିଆ ଉପରେ ଏହି କଟକଣା ଲାଗୁ କରାଯାଇଛି। ଏହାଦ୍ବାରା ମେଦବହୁଳ ପିଲାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ।

ସମ୍ପ୍ରତି ଭାରତ ଭଳି ଅନେକ ଦେଶରେ ଚର୍ବିଳ, ଲବଣାକ୍ତ, ଶର୍କରାଯୁକ୍ତ ଖାଦ୍ୟଦ୍ରବ୍ୟ ଏବଂ ପ୍ୟାକେଟ୍‌ହୋଇ ବିକ୍ରୟ ହେଉଥିବା ଚିପ୍‌ସ, କୁକିଜ୍‌, କ୍ରାକର୍‌, କ୍ୟାଣ୍ଡି, ବକ୍ସଡ୍‌ ମାକାରୋନି, ଚିଜ୍‌ ଆଦି ଅନେକ କିସମ ଖାଦ୍ୟ ଦୈନନ୍ଦିନ ଆହାର ତାଲିକାଭୁକ୍ତ ହୋଇଗଲାଣି। କେବଳ ସେତିକି ନୁହେଁ, ଦିନକୁଦିନ ଏସବୁ ପ୍ରାକ୍‌-ପ୍ରସ୍ତୁତ ଭୋଜନ ଚାହିଦା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି। ଏ କ୍ଷେତ୍ରରେ ଇଂଲଣ୍ଡ୍‌ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହାକୁ ସତର୍କ ସୂଚନା ଭାବେ ବିବେଚନା କରାଯାଇପାରେ।

Makar Sankaranti: ଭୋଗୀ ନିଆଁରୁ ଆରମ୍ଭ ହେଲା ମକର ପର୍ବ

ଏ ମର୍ମରେ ଖାଦ୍ୟ ପୋଷକତତ୍ତ୍ବ ନୀତି ବିଶେଷଜ୍ଞ ଡାକ୍ତର ଅରୁଣ ଗୁପ୍ତା କହନ୍ତି, ‘‘ଉପରୋକ୍ତ ଖାଦ୍ୟଦ୍ରବ୍ୟ କାରଣରୁ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ରାଷ୍ଟ୍ରମାନେ ସଂସ୍କାରମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ଆଗରୁ ଭାରତ ମଧ୍ୟ ଏତାଦୃଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।’’ ୨୦୨୩ରେ ପ୍ରକାଶିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମଧ୍ୟ ଦର୍ଶାଉଛି ଯେ ୨୦୦୬ରେ ପ୍ରାୟ ୯୦ କୋଟି ଡଲାର୍‌ ମୂଲ୍ୟ ଥିବା ଭାରତର ପ୍ରକ୍ରିୟାକୃତ ଖାଦ୍ୟ ବଜାର ୨୦୧୯ ସୁଦ୍ଧା ୩,୭୯୦ କୋଟି ଡଲାର୍‌କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଏହାର ବାର୍ଷିକ ବୃଦ୍ଧି ହାର ୩୩ ପ୍ରତିଶତରୁ ଅଧିକ। ପୁନଶ୍ଚ ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ମଧ୍ୟ ସାବଧାନ କରାଇ ଦେଇଛି ଯେ ଭାରତ ତା’ର ପିଲାମାନଙ୍କ ଶାରୀରିକ, ମାନସିକ ଓ ଆବେଗିକ ସ୍ବାସ୍ଥ୍ୟ ସୁରକ୍ଷିତ ରଖିବା ଉଚିତ। କାରଣ, ରିପୋର୍ଟରେ ଠାଏ ଉଲ୍ଲେଖ ଅଛି ଯେ ‘ଜଙ୍କ୍‌ ଫୁଡ୍‌’ପ୍ରିୟ ଭାରତୀୟ ପିଲାମାନେ ମଧ୍ୟ ମେଦବହୁଳତା ଭଳି ରୋଗରେ ପୀଡ଼ିତ ହେଉଛନ୍ତି। କିନ୍ତୁ କ୍ଷୋଭର ବିଷୟ, ଭାରତ ଏପର୍ଯ୍ୟନ୍ତ ‘ଜଙ୍କ୍‌ ଫୁଡ୍‌’ ଉପରେ ନିୟମାବଳି ପ୍ରଣୟନ କରିବା ପର୍ଯ୍ୟାୟକୁ ଯାଇପାରିନାହିଁ। ପ୍ରଥମକରି ଔପଚାରିକ ଭାବେ ‘ଜଙ୍କ୍‌ ଫୁଡ୍‌’ ସଂଜ୍ଞା ନିରୂପଣ କରିବା ଲାଗି ଗତ ବର୍ଷ ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ-ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିସନ୍‌’ ଦ୍ବାରା ନିର୍ଦ୍ଧାରିତ ମାନକ ଗୃହୀତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ମାତ୍ର, ତତ୍‌ସଂକ୍ରାନ୍ତ ନିୟମାବଳି ଏଯାଏ ପ୍ରକାଶ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe