ଜୟପୁର: ଯୁବତୀଙ୍କୁ କମେଣ୍ଟ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବତୀମାନେ ଏହି ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଛନ୍ତି। ଏହି ମାମଲା ରାଜସ୍ଥାନର ବୋଲି କୁହାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଅନେକ ଯୁବତୀ ଜଣେ ଯୁବକଙ୍କୁ ଘେରି ରହିଛନ୍ତି। ଯୁବକଙ୍କୁ ଆକ୍ରମଣ କରାଯାଉଥିବା ଦେଖି ଭିଡ଼ ଜମା ହୋଇଥିଲେ। ଲୋକେ ଯୁବକଙ୍କୁ ରାସ୍ତାରେ ଟାଣି ଟାଣି ନେଇଥିଲେ। କୁହାଯାଉଛି ଯେ ଏହି ଭିଡିଓ ରାଜସ୍ଥାନର କୁଚମାନ ସହରର ଅଟେ।
ଅଧିକ ପଢ଼ନ୍ତୁ:ଜୟା ଜଣେ ଅହଂକାରୀ ମହିଳା: କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ
ଅନ୍ୟ ଜଣେ ଲେଖିଛନ୍ତି ଏହିପରି ଲୋକଙ୍କ ସହ ଏହା ଘଟିବା ଉଚିତ୍। ଯଦି ଦୁଷ୍କର୍ମକାରୀଙ୍କୁ ଏହି ଉପାୟରେ ମାଡ଼ ନ ଦିଆଯାଏ ତେବେ ଏପରି କାର୍ଯ୍ୟକଳାପ ବନ୍ଦ ହେବ ନାହିଁ। ଏଭଳି ରୋମିଓଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଝିଅମାନଙ୍କ ହାତରେ ରହିଛି ବୋଲି ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି।
ଅଧିକ ପଢ଼ନ୍ତୁ:ମମତା ସରକାରଙ୍କ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ
Follow Us