ଆଇ ଲଭ୍ ୟୁ କହିଲେ, ମାଗଣା ମୋବାଇଲ୍ ରିଚାର୍ଜ: ଯୁବକଙ୍କୁ ନିସ୍ତୁକ ମାଡ଼

ଭାଇରାଲ୍ ଭିଡିଓ ରାଜସ୍ଥାନର ବୋଲି କୁହାଯାଉଛି। ଏହି ଭିଡିଓରେ ଯୁବତୀମାନେ ରାସ୍ତାମଝିରେ ଜଣେ ଯୁବକଙ୍କୁ ପିଟୁଛନ୍ତି। ଯୁବକଙ୍କର କାର୍ଯ୍ୟକଳାପ ଶୁଣି ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯୁବତୀମାନେ ଠିକ୍ କାର୍ଯ୍ୟ କରିଛନ୍ତି।

i love you

ଜୟପୁର: ଯୁବତୀଙ୍କୁ କମେଣ୍ଟ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବତୀମାନେ ଏହି ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଛନ୍ତି।  ଏହି ମାମଲା ରାଜସ୍ଥାନର ବୋଲି କୁହାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଅନେକ ଯୁବତୀ ଜଣେ ଯୁବକଙ୍କୁ ଘେରି ରହିଛନ୍ତି।  ଯୁବକଙ୍କୁ ଆକ୍ରମଣ କରାଯାଉଥିବା ଦେଖି ଭିଡ଼ ଜମା ହୋଇଥିଲେ। ଲୋକେ ଯୁବକଙ୍କୁ ରାସ୍ତାରେ ଟାଣି ଟାଣି ନେଇଥିଲେ। କୁହାଯାଉଛି ଯେ ଏହି ଭିଡିଓ ରାଜସ୍ଥାନର କୁଚମାନ ସହରର ଅଟେ।

କୁହାଯାଉଛି ଯୁବତୀମାନେ ତାଙ୍କୁ ମାଡ଼ ମାରୁଛନ୍ତି  କାରଣ, ସେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଛନ୍ତି। ଏହି ଯୁବକ ରିଚାର୍ଜ କରିବାକୁ ଦୋକାନକୁ ଆସିଥିବା ଯୁବତୀଙ୍କୁ କହିଥିଲେ ମତେ ଆଇ ଲଭ୍ ୟୁ କହିଲେ ମୁଁ ମାଗଣାରେ ମୋବାଇଲ୍ ରିଚାର୍ଜ କରିଦେବି। ଏହା ପରେ ଅନେକ ଯୁବତୀ ଏକାଠି ହୋଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି।

ଏହାକୁ ନେଇ ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ ମଜାଳିଆ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ଆଇ ଲଭ୍ ୟୁ ଶବ୍ଦ ନିଶ୍ଚିତ ଭାବରେ ଏହି ଯୁବକଙ୍କ ଜୀବନରୁ ଲିଭି ଯାଇଥିବ।

ଅନ୍ୟଜଣେ ଲେଖିଛନ୍ତି ଯେ ଯଦି ଯୁବତୀମାନେ ଏପରି ଲୋକଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି ତେବେ ଅପରାଧ ହାର ହ୍ରାସ ପାଇବ। ଅନ୍ୟ ଜଣେ ଲେଖିଛନ୍ତି ଝିଅମାନେ ଏହିପରି ସାହସୀ ହେବା ଆବଶ୍ୟକ। ଅନ୍ୟ ଜଣେ ଲେଖିଛନ୍ତି ଝିଅମାନେ ସଂପୂର୍ଣ୍ଣ ଠିକ୍ କରିଛନ୍ତି, ଏହିପରି ସେମାନଙ୍କୁ ମାଡ଼ ଦେବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ:ଜୟା ଜଣେ ଅହଂକାରୀ ମହିଳା: କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ

ଅନ୍ୟ ଜଣେ ଲେଖିଛନ୍ତି ଏହିପରି ଲୋକଙ୍କ ସହ ଏହା ଘଟିବା ଉଚିତ୍। ଯଦି ଦୁଷ୍କର୍ମକାରୀଙ୍କୁ ଏହି ଉପାୟରେ ମାଡ଼ ନ ଦିଆଯାଏ  ତେବେ ଏପରି କାର୍ଯ୍ୟକଳାପ ବନ୍ଦ ହେବ ନାହିଁ। ଏଭଳି ରୋମିଓଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଝିଅମାନଙ୍କ ହାତରେ ରହିଛି ବୋଲି ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି।

ଅଧିକ ପଢ଼ନ୍ତୁ:ମମତା ସରକାରଙ୍କ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe