Scientific experiment: ୯୬ ବର୍ଷ ହେଲା ଚାଲିଛି ବୈଜ୍ଞାନିକ ପରୀକ୍ଷଣ

Advertisment

କଦାଚିତ୍ ବିଜ୍ଞାନ ବି ଅତି ମନ୍ଥର ହୋଇପାରେ। ତଥ୍ୟାବଳି ଟିକେ ଟିକେ ହୋଇ ଅଳ୍ପ ପରିମାଣରେ ଆସେ, ବାସ୍ତବତା ବହୁ ବିଳମ୍ବରେ ଜଣାପଡ଼େ ଏବଂ ଅସଲ କଥା ସୁଷ୍ପଷ୍ଟ ହୁଏ ନାହିଁ। ସେମିତି ନିରୋଳା ବିଜ୍ଞାନୀୟ ଧୈର୍ଯ୍ୟ ସହକାରେ ଗତିଶୀଳ ହେଉଛି ଦୀର୍ଘ କାଳ ଧରି ଚାଲିଥିବା ବିଶ୍ବର ଏକ ପରୀକ୍ଷାଗାର ପରୀକ୍ଷଣ।

କଦାଚିତ୍ ବିଜ୍ଞାନ ବି ଅତି ମନ୍ଥର ହୋଇପାରେ। ତଥ୍ୟାବଳି ଟିକେ ଟିକେ ହୋଇ ଅଳ୍ପ ପରିମାଣରେ ଆସେ, ବାସ୍ତବତା ବହୁ ବିଳମ୍ବରେ ଜଣାପଡ଼େ ଏବଂ ଅସଲ କଥା ସୁଷ୍ପଷ୍ଟ ହୁଏ ନାହିଁ। ସେମିତି ନିରୋଳା ବିଜ୍ଞାନୀୟ ଧୈର୍ଯ୍ୟ ସହକାରେ ଗତିଶୀଳ ହେଉଛି ଦୀର୍ଘ କାଳ ଧରି ଚାଲିଥିବା ବିଶ୍ବର ଏକ ପରୀକ୍ଷାଗାର ପରୀକ୍ଷଣ।

fhjsffhfs

କଦାଚିତ୍ ବିଜ୍ଞାନ ବି ଅତି ମନ୍ଥର ହୋଇପାରେ। ତଥ୍ୟାବଳି ଟିକେ ଟିକେ ହୋଇ ଅଳ୍ପ ପରିମାଣରେ ଆସେ, ବାସ୍ତବତା ବହୁ ବିଳମ୍ବରେ ଜଣାପଡ଼େ ଏବଂ ଅସଲ କଥା ସୁଷ୍ପଷ୍ଟ ହୁଏ ନାହିଁ। ସେମିତି ନିରୋଳା ବିଜ୍ଞାନୀୟ ଧୈର୍ଯ୍ୟ ସହକାରେ ଗତିଶୀଳ ହେଉଛି ଦୀର୍ଘ କାଳ ଧରି ଚାଲିଥିବା ବିଶ୍ବର ଏକ ପରୀକ୍ଷାଗାର ପରୀକ୍ଷଣ। ପ୍ରାୟ ଏକ ଶତାବ୍ଦୀ ହେବ ଅବିରାମ ଚାଲିଥିବା ସେ ପରୀକ୍ଷଣର ତତ୍ତ୍ବାବଧାନ କରୁଛନ୍ତି କେତେକ ତତ୍ତ୍ବାବଧାରକ ଓ ଅନେକ ଦେଖଣାହାରି। ସଦା ଧୀର-ମନ୍ଥର ଗତିରେ ଚାଲିଛି ସେ ପରୀକ୍ଷଣ।

Dhamara Port: ବିଜେଡି ରାସ୍ତାରେ ଯାଉଛି ବିଜେପି! ଅଞ୍ଚଳବାସୀଙ୍କ ସ୍ଵପ୍ନ କେବେ ହେବ?

ଏ ପରୀକ୍ଷଣ ଆରମ୍ଭ ହୋଇଥିଲା ୧୯୨୭ ମସିହାରେ। ଅଷ୍ଟ୍ରେଲିଆସ୍ଥିତ କୁଇନ୍‌ସଲାଣ୍ଡ୍‌ ବିଶ୍ବବିଦ୍ୟାଳୟ‌େର ପଦାର୍ଥ ବିଜ୍ଞାନୀ ଥିବା ଟମାସ୍‌ ପାର୍ଣ୍ଣେଲ୍‌ ପରୀକ୍ଷା ନିମନ୍ତେ ଗୋଟାଏ ନିବୁଜ କାହାଳୀରେ ଦୁନିଆର ସବୁଠୁ ବହଳିଆ ତରଳ ପଦାର୍ଥ ଭାବେ ସୁପରିଚିତ ‘ପିଚୁ’ ଭର୍ତ୍ତି କଲେ। ଆଲକାତରାରୁ ନିର୍ଗତ ପିଚୁ ଏକଦା ଜାହାଜରେ ହେଉଥିବା ଛିଦ୍ରରେ ମୁଦ ଦେବା ଲାଗି ବ୍ୟବହାର କରାଯାଉଥିଲା। ତିନିବର୍ଷ ପରେ ୧୯୩୦ରେ ପାର୍ଣ୍ଣେଲ୍‌ କୌଣସି କାର୍ଯ୍ୟକ୍ରମ ଉଦ୍‌ଘାଟନ ବେଳେ ଫିତା କାଟିଲା ଭଳି ଉକ୍ତ କାହାଳୀର ତଳପ୍ରାନ୍ତରେ ଥିବା ସରୁ ନଳୀଟିକୁ କାଟିପକାଇ ଆରମ୍ଭକଲେ ‘ପିଚୁ ପତନ ପରୀକ୍ଷା’। ସେବେଠାରୁ ସେ କୃଷ୍ଣକାୟ ଘନ ନିର୍ଯ୍ୟାସ ବୋହିଚାଲିଲା। 

 ଶହେ ବର୍ଷ ପୂରିବ ପୂରିବ ହେଉଥିଲେ ବି ବିଶ୍ବର ଦୀର୍ଘ ସମୟବ୍ୟାପୀ ଚାଲିଥିବା ଏ ପରୀକ୍ଷାଗାର ପରୀକ୍ଷଣ ସରିବାକୁ ଆହୁରି ଅନେକ କାଳ ଲାଗିବ।

ସାଧାରଣ ତାପମାତ୍ରାରେ କଠିନ ଦିଶୁଥିଲେ ବି ପିଚୁ ବାସ୍ତବରେ ତରଳ ଅବସ୍ଥାରେ ଥାଏ। ଅବଶ୍ୟ ସେତେବେଳେ ତା’ର ସାନ୍ଦ୍ରତା ଥାଏ ଜଳ ସାନ୍ଦ୍ରତାଠାରୁ ୧୦ ହଜାର କୋଟି ଗୁଣା ବହଳିଆ। ସେ କାହାଳୀ ତଳେ ରଖାଯାଇଥିବା କାଚପାତ୍ର ବା ବିକର୍‌ରେ ପ୍ରଥମ ପିଚୁଟୋପା ପଡ଼ିବାକୁ ଲାଗିଲା ୮ ବର୍ଷ। ତା’ପରେ ପ୍ରତି ୮ ବର୍ଷ ଅନ୍ତରରେ ସେ କାହାଳୀରୁ ଟୋପାଏ ଲେଖାଏଁ ପିଚୁ ପଡ଼ିଚାଲିଲା। ମାତ୍ର ୧୯୮୦ ଦଶକରେ ଉକ୍ତ କାହାଳୀ ରଖାଯାଇଥିବା ଘରେ ଏୟାର୍‌କଣ୍ଡିସନର୍‌ ଲାଗିବା ହେତୁ ପିଚୁଟୋପା ପଡ଼ିବା ବ୍ୟବଧାନ ଆହୁରି ମନ୍ଥର ହୋଇଗଲା। ସେ କାହାଳୀ ନଳୀ କଟାଯିବା ଘଟଣା ଆଜକୁ ୯୬ ବର୍ଷ ଅତିକ୍ରାନ୍ତ ହୋଇଗଲାଣି ଅଥଚ ସେଥିରୁ ମାତ୍ର ୯ ଟୋପା ପିଚୁ ଝରିଛି। ଶେଷ ଟୋପାଟି ଝରିଥିଲା ୨୦୧୪ ମସିହାରେ। ୨୦୩୦ ଭିତରେ ଆଉ ଟୋପାଏ ପିଚୁ ଝରିବ ବୋଲି ବୈଜ୍ଞାନିକମାନେ ଆଶାକରି ଅପେକ୍ଷା କରିଛନ୍ତି।

Protest: ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ସବୁ ଠପ୍

ଏତେଜଣ ଅତନ୍ଦ୍ର ହୋଇ ନିଘା ରଖିଥିଲେ ବି ବିକର୍‌ ମଧ୍ୟକୁ ପିଚୁଟୋପାଏ ପଡ଼ିବା କେହି କେବେ ପ୍ରତ୍ୟକ୍ଷ ଭାବେ ଦେଖିନାହାନ୍ତି। ସମ୍ପ୍ରତି ଉକ୍ତ ପରୀକ୍ଷଣର ଲାଇଭ୍‌-ଷ୍ଟ୍ରିମିଂ କରାଯାଉଛି। କିନ୍ତୁ, ଅତୀତରେ ଘଟିଥିବା କେତେକ ତ୍ରୁଟିବିଚ୍ୟୁତି ହେତୁ ପିଚୁଟୋପା ଖସୁଥିବା ସେ ମହାର୍ଘ ମୁହୂର୍ତ୍ତଟିକୁ ଲୋକେ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ପାର୍ଣ୍ଣେଲ୍‌ଙ୍କ ଅନ୍ତେ ସତୀର୍ଥ ପଦାର୍ଥବିଜ୍ଞାନୀ ଜନ୍‌ ମେନ୍‌ଷ୍ଟୋନ୍‌ ୧୯୬୧ରେ ଉକ୍ତ ପିଚୁଭରା କାହାଳୀ ନିମନ୍ତେ ତତ୍ତ୍ବାବଧାରକ କର୍ତ୍ତବ୍ୟ ସମ୍ପାଦନ କଲେ। ଦୁଃଖର ବିଷୟ କାହାଳୀରୁ ପିଚୁଟୋପା ଖସୁଥିବା ଦୃଶ୍ୟ ଦୁହେଁ ବେନିନେତ୍ରରେ ଦେଖିପାରି ନ ଥିଲେ। ମେନ୍‌ଷ୍ଟୋନ୍‌ ୫୨ ବର୍ଷ ଧରି ତତ୍ତ୍ବାବଧାରକ ଥିଲେ। ୨୦୦୦ ମସିହାରେ ବଜ୍ରବତାସ ‘ଲାଇଭ୍‌ ଫିଡ୍‌’ରେ ବ୍ୟାଘାତ ସୃଷ୍ଟିକରିବାରୁ ମେନ୍‌ଷ୍ଟୋନ୍‌ ଖସୁଥିବା ପିଚୁଟୋପାଟି ଦେଖିପାରି ନ ଥିଲେ। ପୁନଶ୍ଚ ୨୦୧୪ ଏପ୍ରିଲ୍‌ରେ ଆଉ ଟୋପାଏ ପିଚୁ ପଡ଼ିବାର ମାତ୍ର ଅଳ୍ପ କେଇମାସ ଆଗରୁ ସେ ସ୍ବର୍ଗବାସୀ ହୋଇଗଲେ। ସେ ପିଚୁ ଟୋପା ପରୀକ୍ଷଣର ତୃତୀୟ ତଥା ସାମ୍ପ୍ରତିକ ତତ୍ତ୍ବାବଧାରକ ଅଛନ୍ତି ପଦାର୍ଥବିଜ୍ଞାନ ପ୍ରାଧ୍ୟାପକ ଅାଣ୍ଡ୍ରୁ ହ୍ବାଇଟ୍‌। ଦୀର୍ଘ-ପ୍ରତୀକ୍ଷିତ ୧୦ମ ଟୋପା ପତନ ଦେଖିବା ନିମନ୍ତେ ସେ ଅତନ୍ଦ୍ର ହୋଇ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe