Humane Sagar Birthday, Dipti Rekha Reaction: ହ୍ୟୁମାନଙ୍କ ଜନ୍ମଦିନରେ ଏମାନଙ୍କ ଉପରେ ରାଗିଗଲେ ଦୀପ୍ତିରେଖା... କାମ ଓ କମିଶନ ନେଇ ଖୋଲିଲେ ଗୋଟି ଗୋଟି ପୋଲ୍

ହ୍ୟୁମାନଙ୍କ ଜନ୍ମଦିନରେ ତାଙ୍କ ସହ କଣ୍ଠଶିଳ୍ପୀ ଦୀପ୍ତିରେଖା କିନ୍ତୁ ଖୋଲିଛନ୍ତି ବଡ ଗୁମର । ସେ କହିଛନ୍ତି ଯେ ଏହି ମାସରେ ହ୍ୟୁମାନ ଭାଇଙ୍କର ଜନ୍ମଦିନ ଓ ସେ ଏହି ମାସରେ ହିଁ ଚାଲିଗଲେ । ଏହା ସବୁଠାରୁ ବଡ ଦୁଃଖର କଥା ଯେ ଆମେ ଚାହିଁଲେ ବି ସେ ମଣିଷକୁ ଆଉ ପାଇପାରିବାନି...

Humane Sagar and Dipti Rekha Padhy

Humane Sagar and Dipti Rekha Padhy Photograph: (sambad.in)

ଭୁବନେଶ୍ୱର: ଆଜି ବଞ୍ଚିଥିଲେ ନିଶ୍ଚିତ କେକ କାଟିଥାନ୍ତେ । ଆଜି ବଞ୍ଚିଥିଲେ ନିଶ୍ଚିତ ଶୁଭକାମନାର ବାର୍ତ୍ତା ଛୁଟିଥାନ୍ତା । ହେଲେ ଆଜି ଏମିତି ଏକ ଦିନ ଶୁଭେଚ୍ଛା ବାର୍ତ୍ତା ପାଇବାକୁ ଥିବା ବ୍ୟକ୍ତି ନାହିଁ । କିଛି ଅଭୁଲା ସ୍ମୃତି, ଆଉ ବାରମ୍ବାର କନ୍ଦାଇଦେଉଥିବା ପୁଣି କେତେବେଳେ ପ୍ରେମରେ ଆନମନା କରୁଥିବା କଣ୍ଠସ୍ୱର ହିଁ ବଞ୍ଚିରହିଛି । ବାସ୍ତବରେ ଆଜି ହେଉଛି ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଜନ୍ମଦିନ । ଆଜି ଯଦି ହ୍ୟୁମାନ ଥାନ୍ତେ ତେବେ ତାଙ୍କୁ ୩୪ ପୁରି ୩୫ ଚାଲିଥାନ୍ତା । ଆଜି ହ୍ୟୁମାନଙ୍କ ମୃତ୍ୟୁକୁ ୮ ଦିନ ବିତିଥିବାବେଳେ ନଭେମ୍ବର ମାସ ହ୍ୟୁମାନଙ୍କ ପରିବାର ପାଇଁ ଅଶୁଭ ମାସ ହୋଇଯାଇଛି ।

ଆହୁରି ପଢନ୍ତୁ- Humane Sagar, He-Man Birthday: ବାକି ରହିଗଲା ବାର୍ଥ-ଡେ: ଅଧୁରା ରହିଗଲା ସେଲିବ୍ରିଟିଙ୍କ ଜନ୍ମଦିନ, ସେଲିବ୍ରେସନ ପୂର୍ବରୁ ଚାଲିଗଲା ଜୀବନ…

human sagar
human sagar Photograph: (sambad.in)

ଆହୁରି ପଢନ୍ତୁ- Brahmin Daughter Statement Controversy: ଯେପର୍ଯ୍ୟନ୍ତ ଜଣେ ବ୍ରାହ୍ମଣ ନିଜ ଝିଅକୁ ମୋ ପୁଅକୁ ଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ସଂରକ୍ଷଣ ଜାରି ରହିବ

ଗୁମର ଫିଟାଇଲେ ଦୀପ୍ତିରେଖା

ତେବେ ହ୍ୟୁମାନଙ୍କ ଜନ୍ମଦିନରେ ତାଙ୍କ ସହ କଣ୍ଠଶିଳ୍ପୀ ଦୀପ୍ତିରେଖା କିନ୍ତୁ ଖୋଲିଛନ୍ତି ବଡ ଗୁମର । ସେ କହିଛନ୍ତି ଯେ ଏହି ମାସରେ ହ୍ୟୁମାନ ଭାଇଙ୍କର ଜନ୍ମଦିନ ଓ ସେ ଏହି ମାସରେ ହିଁ ଚାଲିଗଲେ । ଏହା ସବୁଠାରୁ ବଡ ଦୁଃଖର କଥା ଯେ ଆମେ ଚାହିଁଲେ ବି ସେ ମଣିଷକୁ ଆଉ ପାଇପାରିବାନି । ତେବେ କେଉଁଠି ନା କେଉଁଠି ମୁଁ ଆମ ଇଣ୍ଡଷ୍ଟ୍ରିକୁ ବି ଦାୟୀ ଦେବି । ଇଣ୍ଡଷ୍ଟ୍ରିର ଲୋକମାନେ ଯେଉଁମାନେ ତାଙ୍କୁ ନେଇ କାମ କରୁଥିଲେ, ସେମାନେ ବି ଚାହିଁଥିଲେ ତାଙ୍କର ଖରାପ ସମୟରେ ସାଥ ଦେଇ ତାଙ୍କୁ ବଞ୍ଚାଇପାରିଥାନ୍ତେ । ସମସ୍ତେ ସମସ୍ତଙ୍କ ସ୍ୱାର୍ଥରେ ରହିଲେ, ସମସ୍ତେ କାମ ଓ କମିଶନ ଇଚ୍ଛାରେ ରହିଲେ । ତାଙ୍କ ଜନ୍ମଦିନରେ ମୁଁ ଭାବୁଛି ଯେ ହୁଏତ ସମସ୍ତଙ୍କର ସହଯୋଗ ଥିଲେ, ସେ ମଣିଷଟି ଆଜି ଆମ ପାଖରେ ଥାଆନ୍ତେ । ଦେହ ଖରାପ ଥିଲା..ବହୁତ ଖରାପ ଥିଲା, ସେତେବେଳେ ଶୁଣିବାକୁ ମିଳୁଥିଲା । କିନ୍ତୁ କିଛି ଜଣ ଯଦି ତାଙ୍କୁ ସାହାଯ୍ୟ କରିଥାନ୍ତେ, ଆମ ପାଖରେ ସେ ମଣିଷ ଥାଆନ୍ତେ । ଆଉ ମୁଁ ତାଙ୍କୁ ବହୁତ ମିସ କରୁଛି । ମୁଁ ପ୍ରତିବର୍ଷ ତାଙ୍କୁ ଶୁଭେଚ୍ଛା ଜଣାଏ । ହେଲେ ଆଜି ଆଉ ସେ ନାହାଁନ୍ତି ।

ଦୀପ୍ତିରେଖା Exclusive 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe