ଉପସ୍ଥାପନା: ପ୍ରଦୀପ କୁମାର ରାୟ
୨୦୦୧ ମସିହା, ଡିସେମ୍ବର ମାସ ୧୩ ତାରିଖ, ଭାରତ ତାହାର ସବୁଠାରୁ ମର୍ମାନ୍ତିକ ଓ ବିପଜ୍ଜନକ ଆକ୍ରମଣର ସାକ୍ଷୀ ହୁଏ, ଯେତେବେଳେ ୫ଜଣ ଭାରୀ ଅସ୍ତ୍ରଶସ୍ତ୍ରଧାରୀ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନୂଆଦିଲ୍ଲୀର ସଂସଦ ଉପରେ ଆକ୍ରମଣ କରନ୍ତି। ସଂସଦର ଶୀତକାଳୀନ ଅଧିବେଶନ ସ୍ଥଗିତ ହେବାର ମାତ୍ର କେଇ ମିନିଟ୍ ପରେ ହିଁ ଏବଂ ଯେତେବେଳେ ଶ୍ରୀଯୁକ୍ତ ଲାଲକୃଷ୍ଣ ଆଡ଼ଭାନୀ ଓ ଯଶୋବନ୍ତ ସିଂହଙ୍କ ପରି ନେତାମାନେ ସଂସଦ ଭବନ ଭିତରେ ଥିଲେ, ସେତେବେଳେ ଅତର୍କିତ ଭାବେ ହୋଇଥିବା ଆକ୍ରମଣ ଭାରତୀୟ ଗଣତନ୍ତ୍ରର ଭିତ୍ତିକୁ ଦୋହଲାଇ ଦେଇଥିଲା। ଏହାପରେ ଯାହା ଘଟିଥିଲା ତାହା ଥିଲା ଭୟ, ସାହସ ଓ ଚୂଡ଼ାନ୍ତ ତ୍ୟାଗର ଏକ ମୁହୂର୍ତ୍ତ। ସେଦିନ ସାହସୀ ରକ୍ଷକମାନଙ୍କ ଭିତରେ ଥିଲେ ସିଆର୍ପିଏଫ୍ କନଷ୍ଟେବଳ କମଳେଶ କୁମାରୀ ଯାଦବ, ଯିଏକି ମନ୍ତ୍ରୀ, ସାଂସଦ ଓ ଭିଆଇପିମାନଙ୍କର ପ୍ରବେଶଦ୍ବାର, ଆଇରନ୍ ଗେଟ୍ ନମ୍ବର-୧ରେ ମୁତୟନ ହୋଇଥିଲେ। ଆତଙ୍କବାଦୀମାନଙ୍କ ଦ୍ବାରା ଗୁଳିବର୍ଷଣ ହେବା ସଙ୍ଗେ ସଙ୍ଗେ ସେ ଜଣେ ଆତଙ୍କବାଦୀକୁ ଗେଟ୍ଆଡ଼କୁ ଧାଇଁ ଆସୁଥିବା ଦେଖିବାକୁ ପାଇଲେ ଏବଂ ତତ୍କ୍ଷଣାତ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କଲେ। କମଳେଶଙ୍କର ସତର୍କତା ଓ ଦ୍ରୁତ ପଦକ୍ଷେପ ହେତୁ ଆକ୍ରମଣକାରୀମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତି ଯାହାଫଳରେ ଅସଂଖ୍ୟ ଜୀବନ ସେଦିନ ରକ୍ଷା ପାଇଯାଏ। କର୍ତ୍ତବ୍ୟରତ ଅବସ୍ଥାରେ ୧୧ଟି ଗୁଳି ତାଙ୍କ ଶରୀରରେ ବିଦ୍ଧ ହୁଏ ଏବଂ ସଂସଦ ଆକ୍ରମଣ କାଳରେ ପ୍ରଥମେ ସହିଦ ହୁଅନ୍ତି। ତାଙ୍କର ଆତ୍ମତ୍ୟାଗ ଭାରତର ନିରାପତ୍ତା ବାହିନୀର ପ୍ରକୃତ ଚେତନାକୁ ପ୍ରତିଫଳିତ କରେ; ନିର୍ଭୀକ, ନିଃସ୍ବାର୍ଥପର ଏବଂ ଦେଶକୁ ରକ୍ଷା କରିବା ପାଇଁ ସେମାନଙ୍କର ଅଙ୍ଗୀକାର ଅଟଳ। ମୃତ୍ୟୁର ମୁହାଁମୁହିଁ ହୋଇ ମଧ୍ୟ କମଳେଶ କୁମାରୀ ନିଜ ଦେଶ ପାଇଁ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ।
୩ୟ T-20: ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କଲା ଭାରତ
କମଳେଶ କୁମାରୀ ୧୯୯୪ ମସିହାରେ ସିଆରପିଏଫ୍ରେ ଯୋଗ ଦେଇଥିଲେ ଏବଂ ପ୍ରଥମେ ଆଲାହାବାଦର ଆଭିଜାତ୍ୟ ୧୦୪ ରାପିଡ୍ ଆକ୍ସନ୍ ଫୋର୍ସରେ ନିଯୁକ୍ତି ପାଇଥିଲେ। ତା’ପରେ ୨୦୦୧ ମସିହା ଜୁଲାଇ ୧୨ ତାରିଖ ଦିନ ତାଙ୍କୁ ୮୮ତମ ମହିଳା ବାଟାଲିୟନ୍ରେ ନିଯୁକ୍ତି ମିଳେ ଏବଂ କମଳେଶ କୁମାରୀ ବ୍ରାଭୋ କମ୍ପାନିର ସଦସ୍ୟ ଭାବରେ କାର୍ଯ୍ୟ କରନ୍ତି, ଯେଉଁ କମ୍ପାନି ସଂସଦର ଅଧିବେଶନ ଚାଲିବା ସମୟରେ ସଂସଦର ନିରାପତ୍ତା ଦାୟିତ୍ବ ନିର୍ବାହ କରିଥାନ୍ତି।
ଅଦମ୍ୟ ସାହସ ଓ ବୀରତ୍ବ ପାଇଁ ୨୦୦୨ ମସିହାର ସାଧାରଣତନ୍ତ୍ର ଦିବସରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା କମଳେଶ କୁମାରୀଙ୍କୁ ମରଣୋତ୍ତର ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ବ ପୁରସ୍କାର ‘ଅଶୋକ ଚକ୍ର’ ପ୍ରଦାନ କରାଯାଇଥିଲା। କମଳେଶ କୁମାରୀ ସ୍ବାମୀ ଅବଧେଶ କୁମାର ଏବଂ ଦୁଇ ଝିଅ ଜ୍ୟୋତି କୁମାରୀ ଓ ଶ୍ବେତା କୁମାରୀଙ୍କୁ ଅନାଥ କରିଦେଇ ଦେଶପାଇଁ ସହିଦ ହୋଇଥିଲେ। ତଦନ୍ତକାରୀ ସଂସ୍ଥା ଦ୍ୱାରା ୨୦୦୧ ମସିହାର ସଂସଦ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ଅଫଜଲ୍କୁ ଭାରତର ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ପ୍ରଦାନ କରନ୍ତି।
Old woman: ଝାଟିମାଟିର କୁଡ଼ିଆରେ ବିତୁଛି ଅସହାୟ ଜୀବନ
ଅଫଜଲ୍ର ପରିବାର ମହାମହିମ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ପ୍ରାର୍ଥନାର ଆବେଦନ ଜଣାଇବା ପାଇଁ ନୂଆଦିଲ୍ଲୀରେ ଶିବିର ସ୍ଥାପନ କରନ୍ତି। ଏହାର ପ୍ରତିବାଦରେ କମଳେଶଙ୍କର ପରିବାର ପ୍ରକାଶ୍ୟରେ ଘୋଷଣା କରନ୍ତି ଯେ, ମହାମାନ୍ୟ ରାଷ୍ଟ୍ରପତି ଯଦି ଅଫଜଲ୍ଙ୍କ ପରିବାରର ଆବେଦନ ଗ୍ରହଣ କରନ୍ତି, ତାହାହେଲେ ସେମାନେ କମଳେଶଙ୍କୁ ପ୍ରଦତ୍ତ ଅଶୋକ ଚକ୍ର ଫେରାଇଦେବେ। ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଅଫଜଲ୍ଙ୍କ ପରିବାରର ଆବେଦନ ପ୍ରତ୍ୟାଖ୍ୟାନ କରି ନଥିଲେ କି ଗ୍ରହଣ ମଧ୍ୟ କରି ନଥିଲେ ଫଳରେ ଅଫଜଲ୍ର ଫାଶୀ ବିଳମ୍ବିତ ହୋଇଥିଲା। ଏହାର ପ୍ରତିବାଦରେ କମଳେଶଙ୍କ ପରିବାର ସହିତ ମିଶି ସଂସଦ ଆକ୍ରମଣ ସମୟରେ ସାହସିକତା ପାଇଁ ସମ୍ମାନିତ ହୋଇଥିବା ଅନ୍ୟ ୮ ଜଣ ନିରାପତ୍ତା କର୍ମକର୍ତ୍ତାଙ୍କ ପରିବାର ମଧ୍ୟ ୨୦୦୬ ମସିହା ଡିସେମ୍ବର ୧୩ ତାରିଖ ଦିନ ସେମାନଙ୍କର ବୀରତ୍ବର ପଦକ ଫେରାଇ ଦେଇଥିଲେ। ତେବେ ୨୦୧୩ ମସିହାରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ, ଅଫଜଲ୍ଙ୍କ ପରିବାରର କ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ୨୦୧୩ ମସିହା ଫେବ୍ରୁଆରି ୯ ତାରିଖ ଦିନ ଅଫଜଲ୍କୁ ଫାଶୀ ଦିଆଯାଇଥିଲା। ୨୦୧୩ ମସିହା ମାର୍ଚ୍ଚ ୩୦ ତାରିଖ ଦିନ କମଳେଶଙ୍କ ପରିବାର ସହିତ ଅନ୍ୟ ସହିଦ ପରିବାରର ସଦସ୍ୟମାନେ ଫେରାଇ ଦେଇଥିବା ପଦକ ପୁନଃଗ୍ରହଣ କରିବା ପାଇଁ ସମ୍ମତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/sfhhfshfsxvbvb-2025-12-14-23-42-50.jpg)