ବ୍ରହ୍ମପୁର: ଜିଆଇ ଟ୍ୟାଗ୍ ମିଳିଛି। ଆଦର ବଢ଼ିଛି। ହେଲେ ପାରିଶ୍ରମିକ ବଢ଼ିପାରୁନି। ଫଳରେ ତନ୍ତ ଛାଡ଼ି ଏବେ ଦାଦନମୁହାଁ ବ୍ରହ୍ମପୁରର ବୁଣାକାର। ଏକଦା ବୁଣାକାର ପରିବାର ବ୍ରହ୍ମପୁର ପାଟ ବୁଣି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ତନ୍ତ ଖାଁ ଖାଁ ପଡ଼ିଛି। ପରିଣାମହେଲା ବଜାରକୁ ଆବଶ୍ୟକ ମୁତାବକ ଅସଲି ବ୍ରହ୍ମପୁରୀ ପାଟ ଆସିପାରୁନି।
The 12 crore: ଖତ ଖାଉଛି ୧୨ କୋଟିର ବୁଣାକାର ବଜାର କୋଠା
‘ପାଟଶାଢ଼ି’ ପାଇଁ ପ୍ରସିଦ୍ଧ ବ୍ରହ୍ମପୁର। ଏହି ସହରକୁ ରେଶମନଗରୀ କୁହାଯାଏ। ୨୦୦ବର୍ଷ ତଳେ ମହୁରୀରାଜା ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ କିଛି ଦେବାଙ୍ଗ ବୁଣାକାରଙ୍କୁ ପୁରୁଣା ବ୍ରହ୍ମପୁରର ବାଲୁଙ୍କେଶ୍ବରପେଟା ଅଞ୍ଚଳକୁ ଆଣି ରଖିଥିଲେ। ସେଠାରେ ଏହି ବୁଣାକାରମାନେ ପାଟବସ୍ତ୍ର ବୁଣାବୁଣି କରୁଥିଲେ। କାଳକ୍ରମେ ସୌଖୀନ ବୁଣା ଓ ଅସଲି ତନ୍ତୁ ଯୋଗୁଁ ପାଟବସ୍ତ୍ରର ଆଦର ବଢ଼ିଲା। ପାରମ୍ପରିକ ଶୈଳୀରେ ବୁଣାକାରମାନେ ପୁରୁଷମାନଙ୍କ ଲାଗି ‘ଯୋଡ଼’ ଓ ମହିଳାଙ୍କ ଲାଗି ‘ରେଶମ ପାଟଶାଢ଼ି’ ପ୍ରସ୍ତୁତ କରି ଆସୁଛନ୍ତି। ପାରମ୍ପରିକ ଫୋଡ଼ କୁମ୍ଭ ଡିଜାଇନ୍ ହେଉଛି ବ୍ରହ୍ମପୁର ପାଟଶାଢ଼ିର ସ୍ବତନ୍ତ୍ରତା।
ପାଟଶାଢ଼ିକୁ ଭୌଗୋଳିକ ସୂଚକାଙ୍କ ବା ଜିଆଇ ଟ୍ୟାଗ୍ ମିଳିସାରିଛି। ବଲିଉଡ୍ ନାୟିକା ଆଲିଆ ଭଟ୍ଟ ବ୍ରହ୍ମପୁରୀ ପାଟଶାଢ଼ି ପିନ୍ଧିବା ପରେ ଦେଶରେ ଏହାର ଆଦର ଆହୁରି ବଢ଼ିଯାଇଛି। ଦିନଥିଲା ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନକୁ ପାଟଶାଢ଼ି ରପ୍ତାନି ହେଉଥିଲା। ହେଲେ କରୋନା ପରେ ବୁଣାକାରଙ୍କ ଅଣ୍ଟା ଭାଙ୍ଗି ଯାଇଛି। ସାହୁକାର ପାଖରୁ ସେମାନେ ଯେଉଁ ପାରିଶ୍ରମିକ ପାଉଛନ୍ତି, ତାହା ନ କହିବା ଭଲ। ଦିନସାରା ସୂତାକୁ ସୂତା ଯୋଡ଼େଇ କରୁଥିବା
The 12 crore: ଖତ ଖାଉଛି ୧୨ କୋଟିର ବୁଣାକାର ବଜାର କୋଠା
ବୁଣାକାରଙ୍କୁ ମଜୁରି ମିଳୁଛି ମାତ୍ର ୩୫୦ ଟଙ୍କା। ୭ରୁ ୮ଘଣ୍ଟା ହାଡ଼ଭଙ୍ଗା ପରିଶ୍ରମ ବଦଳରେ ଏହି ମଜୁରି କିଛି ନୁହେଁ ବୋଲି ବୁଣାକାର କହିଛନ୍ତି। ସେହିପରି ୫.୫ ମିଟର ଶାଢ଼ି ବୁଣିବା ଲାଗି ୩ହଜାରରୁ ୩୫୦୦ ଓ ଯୋଡ଼ ଲାଗି ଅଢ଼େଇରୁ ୩ହଜାର ଟଙ୍କା ମଜୁରି ମିଳୁଛି। ଗୋଟିଏ ବୁଣାକାର ପରିବାର ମାସରେ ୪ଟି ଶାଢ଼ି ବୁଣିଲେ ୧୨ରୁ ୧୫ ହଜାର ପର୍ଯ୍ୟନ୍ତ ଟଙ୍କା ପାଉଥିଲାବେଳେ ଏଥିରେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି। ସରକାରୀ ପ୍ରୋତ୍ସାହନ ଓ ଆନ୍ତରିକତା ଅଭାବରୁ ବ୍ରହ୍ମପୁରୀ ପାଟଶାଢ଼ିର ସ୍ଥିତି ଖରାପ ଆଡ଼କୁ ଯାଉଛି। ପୂର୍ବରୁ ସହରର ବାଲୁଙ୍କେଶ୍ବରପେଟା, ଗୋବର୍ଦ୍ଧନପେଟା ଓ ଦେଶୀବେହେରା ସାହି ଅଞ୍ଚଳରେ ୪୦୦ରୁ ୫୦୦ ବୁଣାକାର ପରିବାର ପାଟବସ୍ତ୍ର ବୁଣୁଥିଲେ। କମ୍ ପାରିଶ୍ରମିକ ଯୋଗୁଁ ଅନେକ ପୁରୁଷ ବୁଣାକାର ଦାଦନ ଖଟିବାକୁ ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ କେରଳ ଆଦି ରାଜ୍ୟକୁ ପଳାଉଛନ୍ତି। ଏବେ ଯେତିକି ବୁଣାକାର ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ବୟସ୍କ। ବୁଣାକାର ପରିବାରର ଭବିଷ୍ୟତ ପିଢ଼ି କୌଳିକ ବୃତ୍ତି ଆପଣାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେଣୁ ଚାହିଦା ତୁଳନାରେ ଉତ୍ପାଦନ କମି ଯାଉଥିବା ବ୍ୟବସାୟୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/20/untitled-18-2026-02-20-07-52-24.jpg)