Advertisment

Chocolate train: ଦୀର୍ଘତମ ଚକୋଲେଟ୍‌ ଟ୍ରେନ୍

Advertisment

ମାଲ୍‌ଟାର ଚକୋଲେଟ୍ ସେଫ୍ ଆଣ୍ଡ୍ର୍ୟୁ ଫାରୁଜିଆ ଏହି ୫୫.୨୭ ମିଟର ଦୈର୍ଘ୍ୟ ବିଶିଷ୍ଟ ଟ୍ରେନ୍ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି, ଯାହା ପୃଥିବୀର ଦୀର୍ଘତମ ଚକୋଲେଟ୍ ପ୍ରତିକୃତି ଭାବେ ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସ୍‌ରେ ସ୍ଥାନ ପାଇଛି।

ମାଲ୍‌ଟାର ଚକୋଲେଟ୍ ସେଫ୍ ଆଣ୍ଡ୍ର୍ୟୁ ଫାରୁଜିଆ ଏହି ୫୫.୨୭ ମିଟର ଦୈର୍ଘ୍ୟ ବିଶିଷ୍ଟ ଟ୍ରେନ୍ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି, ଯାହା ପୃଥିବୀର ଦୀର୍ଘତମ ଚକୋଲେଟ୍ ପ୍ରତିକୃତି ଭାବେ ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସ୍‌ରେ ସ୍ଥାନ ପାଇଛି।

fshfhsfhxvbbv

ମାଲ୍‌ଟାର ଚକୋଲେଟ୍ ସେଫ୍ ଆଣ୍ଡ୍ର୍ୟୁ ଫାରୁଜିଆ ଏହି ୫୫.୨୭ ମିଟର ଦୈର୍ଘ୍ୟ ବିଶିଷ୍ଟ ଟ୍ରେନ୍ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି, ଯାହା ପୃଥିବୀର ଦୀର୍ଘତମ ଚକୋଲେଟ୍ ପ୍ରତିକୃତି ଭାବେ ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ପ୍ରତିକୃତିରେ ଗୋଟିଏ ଷ୍ଟିମ୍ ଇଞ୍ଜିନ୍ ଓ ୨୨ଟି ରେଳଡବା ରହିଛି; ପ୍ରତ୍ୟେକଟିର ଓଜନ ପାଖାପାଖି ୧୬୦ କିଲୋଗ୍ରାମ। କେବଳ ରେଳଡବାଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ୫୦୦୦ରୁ ଅଧିକ ବେଲ୍‌ଜିଆନ୍ ଚକୋଲେଟ୍ ଖଣ୍ଡ ଓ ୧୮୦ଟି ଚକୋଲେଟ୍ ଚକ ବ୍ୟବହାର କରାଯାଇଛି। ଏପରିକି ଟ୍ରେନ୍‌ଟି ଛିଡ଼ା ହୋଇଥିବା ରେଳପଥକୁ ମଧ୍ୟ ଚକୋଲେଟ୍‌ରେ ତିଆରି କରାଯାଇଛି।

Weekly Horoscope 2026 March 1 To 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଏଗୁଡ଼ିକୁ ଯୋଡ଼ି ସୂକ୍ଷ୍ମ କାର୍ଯ୍ୟ କରିବା ପାଇଁ ଆଣ୍ଡ୍ରୁ ଓ ତାଙ୍କ ସହଯୋଗୀଙ୍କୁ କିଛି ମାସର ସମୟ ଲାଗିଥିଲା। ଏହି ଟ୍ରେନ୍‌ଟିର ଦୈର୍ଘ୍ୟ ଅଲିମ୍ପିକ୍ ସୁଇମିଂ ପୁଲ‌୍‌ର ଦୈର୍ଘ୍ୟ ଠାରୁ ଅଧିକ ଏବଂ ବୋଇଂ ୭୪୭ ବିମାନର ଡେଣାଦ୍ବୟର ଲମ୍ବ ସହିତ ତୁଳନୀୟ। ଦୁଃଖର କଥା ଯେ, ଏତେ ବଡ଼ ଚକୋଲେଟ୍ ପ୍ରତିକୃତିଟି ଦୀର୍ଘ ସମୟ ଧରି ପ୍ରଦର୍ଶନ ପାଇଁ ବାହାରେ ରଖାଯାଇଥିବାରୁ ତାହା ଆଉ ଖାଇବା ଯୋଗ୍ୟ ନୁହେଁ। ତେଣୁ ତାହାକୁ ତରଳାଇ ପୁଣି ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ଚକୋଲେଟ୍‌କୁ ପଶୁଖାଦ୍ୟ ରୂପେ ଦେଇଦିଆଯିବ। 

War: ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରଁନ: ଶାନ୍ତି ସ୍ଥାପକଙ୍କ ଅସଲ ମୁଖା ଖୋଲିଗଲା: ପୂର୍ବତନ ରୁଷ୍‌ ରାଷ୍ଟ୍ରପତି

ସେଫ୍ ଆଣ୍ଡ୍ର୍ୟୁ ହେଉଛନ୍ତି ମାଲ୍‌ଟା ପର୍ଯ୍ୟଟନ ଅଧ୍ୟୟନ ସଂସ୍ଥାନର ଜଣେ କର୍ମଚାରୀ। ସେ ଅତୀତରେ ମଧ୍ୟ ଚକୋଲେଟ୍‌କୁ ନେଇ କଳାତ୍ମକ ଜିନିଷ ପ୍ରସ୍ତୁତ କରିବାରେ ନିଜର ପରାକା‌ଷ୍ଠା ପ୍ରଦର୍ଶନ କରିସାରିଛନ୍ତି। ଏହା ପୂର୍ବରୁ ତାଙ୍କ ନାମରେ ଦୁଇଟି ଗିନିଜ୍‌ ରେକର୍ଡ ପଞ୍ଜୀକୃତ ହୋଇସାରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe