Advertisment

Bharatmala project: ଆଶଙ୍କାରେ ବହୁ ପ୍ରତୀକ୍ଷିତ ଭାରତମାଳା ପ୍ରକଳ୍ପ

Advertisment

ବାଲିକୁଦା-ଏରସମା ଅଞ୍ଚଳରେ ବହୁ ପ୍ରତୀକ୍ଷିତ ଭାରତମାଳା ପ୍ରକଳ୍ପ ଅଧୀନରେ ଉପକୂଳ ରାଜପଥ ନିର୍ମାଣକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତିନି...

ବାଲିକୁଦା-ଏରସମା ଅଞ୍ଚଳରେ ବହୁ ପ୍ରତୀକ୍ଷିତ ଭାରତମାଳା ପ୍ରକଳ୍ପ ଅଧୀନରେ ଉପକୂଳ ରାଜପଥ ନିର୍ମାଣକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତିନି...

Untitled-25

ବାଲିକୁଦା: ବାଲିକୁଦା-ଏରସମା ଅଞ୍ଚଳରେ ବହୁ ପ୍ରତୀକ୍ଷିତ ଭାରତମାଳା ପ୍ରକଳ୍ପ ଅଧୀନରେ ଉପକୂଳ ରାଜପଥ ନିର୍ମାଣକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତିନି ଥର ସଂଶୋଧିତ ନକ୍ସା ଜାରି ହେବା ପରେ ବି ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ପ୍ରକଳ୍ପର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଆଶଙ୍କା ସୃଷ୍ଟି କରୁଛି।

Sundargarh : ଜଳ ଯନ୍ତ୍ରଣାରେ ଛଟପଟ ସୁନ୍ଦରଗଡ଼


କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୨୦୧୫ରେ ସାରା ଭାରତ ବର୍ଷର ଉପକୂଳ ଅଞ୍ଚଳକୁ ଯୋଡ଼ିବା, ସାମୁଦ୍ରିକ ବନ୍ଦରରୁ ସ୍ଥଳପଥ ଦେଇ ମାଲ୍‌ ପରିବହନ ବ୍ୟବସ୍ଥାକୁ ସହଜ କରିବା ଲକ୍ଷ୍ୟରେ ଉପକୂଳ ରାଜପଥ ନିର୍ମାଣର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରଥମ ନକ୍ସାରେ ବାଲିକୁଦା ବ୍ଲକର ମରିଚପୁର ପଞ୍ଚାୟତ, କୁସୁପୁର, ବରମୁଣ୍ଡଳୀ ପଞ୍ଚାୟତ ଦେଇ ଏହି ପ୍ରକଳ୍ପ ଜଗତସିଂହପୁର ଜିଲ୍ଲା ପାରାଦୀପ ଓ ପୁରୀ ଜିଲ୍ଲା ଅସ୍ତରଙ୍ଗକୁ ସଂଯୋଗ କରିବାର ଥିଲା। ହେଲେ ପରବର୍ତ୍ତୀ ସମୟରେ ନକ୍ସା ସଂଶୋଧିତ ହୋଇ ସମୁଦ୍ର କୂଳରୁ ୨୫ କିମି ଦୂର ବାଲିକୁଦା ବ୍ଲକ୍‌ର ଆମ୍ବଶାଳ, ବୋରିକିନା, ଅଢଙ୍ଗା ଦେଇ ନାଉଗାଁ ବ୍ଲକ୍‌ ଡାବରକୁ ସଂଯୋଗ କରିବା ପାଇଁ ନକ୍ସା ଜାରି କରାଗଲା।

The shaliyapatni: ବିଲୁପ୍ତ‌ ହୋଇଗଲେଣି ଶାଳିଆପତନି!

ଫଳରେ ବାଲିକୁଦା ବ୍ଲକ୍‌ ଉପକୂଳ ଅଞ୍ଚଳର ୯ ପଞ୍ଚାୟତ ରାହାଣ, ଅନନ୍ତପୁର, କୁସୁପୁର, ଓଷକଣା, ଖାଲଗାଁ, ଅପଣ୍ଡରା, ବରମୁଣ୍ଡଳୀ, ନହରଣା ଓ ମରିଚପୁର ପଞ୍ଚାୟତର ଲୋକେ ଉପକୂଳ କ୍ରିୟାନୁଷ୍ଠାନ କମିଟି ଗଠନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।  କେନ୍ଦ୍ର ସରକାର ଏହାକୁ ବିଚାର କରି ତୃତୀୟ ସଂଶୋଧିତ ନକ୍ସା ଜାରି କଲେ। ଏହା ପରେ ବାଲିକୁଦା ବ୍ଲକ୍‌ ଆମ୍ବଶାଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗର ପରିବେଶ ମଞ୍ଜୁରି ସମ୍ବନ୍ଧୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ହେଲେ ଜନଶୁଣାଣି ମତାମତକୁ ବାଲିକୁଦା ବିକାଶ ପରିଷଦ ଓ ନାଉଗାଁ ବିକାଶ ପରିଷଦ ବିରୋଧ କରିବା ଆରମ୍ଭ କରିଥିଲା। ତୃତୀୟ ନକ୍ସାଅନୁଯାୟୀ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଖୁଣ୍ଟ ପୋତାଯାଇ ସଂକେତ ଦିଆଯାଇଥିବା ବେଳେ ବାଲିକୁଦା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜମି ମାଲିକଙ୍କୁ ଭେଟି ଅବଗତ କରାଯାଇଛି। ତେବେ ଏରସମା ତହସିଲ ପକ୍ଷରୁ ଏନେଇ ଅଗ୍ରଗତି ହୋଇ ପାରୁ ନ ଥିବା ବେଳେ ଟେଣ୍ଡର ପ୍ରକ୍ରିୟାର ବିଳମ୍ବ ଦ୍ୱନ୍ଦ୍ୱର କାରଣ ହୋଇଛି। କିନ୍ତୁ ଟେଣ୍ଡରରେ ସାମିଲ ହେବାକୁ ଥିବା ବିଭିନ୍ନ ଏଜେନ୍ସି ପକ୍ଷରୁ ଆକାଶ ମାର୍ଗ ସହ ସ୍ଥଳପଥରେ ଏଥିପାଇଁ ସର୍ଭେ ଓ ସମୀକ୍ଷା କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe