ବାରିପଦା: ଶିମିଳିପାଳରୁ ଅନେକ ଅପ୍ରୀତିକର ଖବରମାନ ଆସୁଛି। କେତେବେଳେ ଅବାଧ ଶିକାର ତ ଆଉ କେତେବେଳେ ପରିବେଶ ଓ ପରିସଂସ୍ଥାନଗତ ସମସ୍ୟା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଉଛି। ଆଉ ଏବେ ଏଠାରେ ବିଚରଣ କରୁଥିବା ଶାଳିଆପତନି କ୍ରମେ ବିଲୁପ୍ତ ହୋଇଯିବା ଘଟଣା ଉକ୍ତ ଚିନ୍ତାକୁ ବଢ଼ାଇଦେଇଛି।
The name: ନାମ ବଦଳିଲା, କାମ ନାହିଁ
ମୟୂରଭଞ୍ଜଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ୨,୭୫୦ ବର୍ଗ କିମି ଅଞ୍ଚଳରେ ବ୍ୟାପି ରହିଛି। ଯାହା ଘଞ୍ଚ ଜଙ୍ଗଲ ଏବଂ ବନ୍ୟ ଜୀନଜନ୍ତୁଙ୍କ ଉପଯୁକ୍ତ ପରିସଂସ୍ଥାନ ନେଇ ସାରା ବିଶ୍ବରେ ପରିଚିତ ହୋଇଛି। ହେଲେ କିଛି ବର୍ଷ ହେବ ଶିମିଳିପାଳରେ ଅବାଧ ଶିକାର ଏବଂ ପରିବେଶ ଓ ପରିସଂସ୍ଥାନଗତ ସମସ୍ୟା ଦେଖାଦେଇଛି। ଏପରି ସମୟରେ ଅନେକ ଗଛଲତା ଓ ବନ୍ୟ ଜୀବଜନ୍ତୁ ଲୋପ ପାଇବାରେ ଲାଗିଛନ୍ତି। ଦିନ ଥିଲା, ଶିମିଳିପାଳ ବୁଲିଯାଉଥିବା ପର୍ଯ୍ୟଟକମାନେ ଜଙ୍ଗଲ ଭିତରେ ଶାଳିଆପତନି ଦେଖିବାକୁ ପାଉଥିଲେ। ହେଲେ ଏବେ ଆଉ ସେମାନେ ଦେଖାଯାଉ ନାହାନ୍ତି। ଏମିତି କି ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ମଧ୍ୟ ଶାଳିଆପତନିଙ୍କ ଚିତ୍ର ରେକର୍ଡ ହେଉନି।
ତେବେ ଶିମିଳିପାଳରେ ଶାଳିଆପତନିଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପଛର କାରଣ ଶିକାର ଏବଂ ଜଙ୍ଗଲ କ୍ଷୟ ଦ୍ବାରା ସୃଷ୍ଟି ହୋଇଥିବା ପରିସଂସ୍ଥାନଗତ ସମସ୍ୟା ବୋଲି କୁହାଯାଉଛି। ତେବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଶିକାର। ଶିକାରୀମାନେ ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ଏବଂ ମାଂସ ଖାଇବା ପାଇଁ ଶାଳିଆପତନିଙ୍କ ଅବାଧ ଶିକାର କରୁଛନ୍ତି। ଯାହାର ଏକାଧିକ ପ୍ରମାଣ ମିଳିଛି। ୨୦୧୭ ମସିହା ଏପ୍ରିଲ୍ ୨୮ ତାରିଖ ଦିନ ବାରିପଦା ଭଞ୍ଜପୁର ରେଳଷ୍ଟେସନ୍ ନିକଟ ନିର୍ମାଣାଧୀନ ଏକ ଘରୁ ୩ଟି ଶାଳିଆପତନି ଉଦ୍ଧାର ହୋଇଥିଲା। ସେହିପରି ଉକ୍ତ ବର୍ଷ ଜୁନ୍ ମାସ ବାରିପଦାସ୍ଥ ଅନ୍ୟ ଏକ ଘରୁ ୩ଟି ଶାଳିଆପତନିଙ୍କୁ ଉଦ୍ଧାର କରାଯାଇଥିଲା। ଯେଉଁମାନଙ୍କୁ ପରେ ଶିମିଳିପାଳ ଜଙ୍ଗଲରେ ଛଡ଼ାଯାଇଥିଲା।
Odia Asthma: ଓଡ଼ିଆ ଅସ୍ମିତା ସୁରକ୍ଷାକୁ ଅଣଦେଖା
ଉଲ୍ଲେଖ ଥାଉକି; ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ବିଲୁପ୍ତପ୍ରାୟ ପ୍ରାଣୀ ତାଲିକା ପ୍ରକାଶ କରେ। ନିକଟରେ ସଂଘ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ଶାଳିଆପତନିର ନାମ ରହିଛି। ଶାଳିଆପତନିକୁ ନେଇ ସାମନାକୁ ଆସିଥିବା ଚିତ୍ର ବାବଦରେ ବନ୍ୟଜନ୍ତୁ ବିଶେଷଜ୍ଞ ଭାନୁମିତ୍ର ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଶିମିଳିପାଳର ଐତିହ୍ୟରେ ଶାଳିଆପତନିର ଏକ ପ୍ରମୁଖ ଅଂଶ ରହିଛି। ହେଲେ ସେଗୁଡ଼ିକର ସୁରକ୍ଷା ନେଇ ବନ ବିଭାଗ ଆଖିଦୃଶିଆ କାମ କରୁନି। ଶାଳିଆପତନିଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯିବା ଦରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-18-2026-03-07-05-56-37.jpg)