ସୁନ୍ଦରଗଡ଼: ଡିସେମ୍ବର ଡେଉଁ ଡେଉଁ ଶୁଖିଯାଏ ସୁନ୍ଦରଗଡ଼ର ଜୀବନରେଖା ଇବ୍ ନଦୀ। ଫେବ୍ରୁଆରି ବେଳକୁ ସୁନ୍ଦରଗଡ଼ ସମେତ ନଦୀ ସଂଲଗ୍ନ ବ୍ଲକ୍ରେ ଜଳସଂକଟ ଗମ୍ଭୀର ରୂପ ଧାରଣ କରେ। ଏପରିକି ଦିନ ଦିନ ଧରି ଜଳଯୋଗାଣ ବନ୍ଦ ହୋଇଯିବାର ଦୁଃସ୍ଥିତି ମଧ୍ୟ ଭୋଗିଛନ୍ତି ସାଧାରଣ ଜନତା। ଛତିଶଗଡ଼ରୁ ବାହାରିଥିବା ଏହି ନଦୀର ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟ ଏକଚାଟିଆ ଅଧିକାର ଦେଖାଇ ଗୋଟିଏ ପରେ ଗୋଟିଏ ବନ୍ଧ ତିଆରି କରି ପାଣିକୁ ଅଟକାଇ ଦେଇଥିବାରୁ ପ୍ରତିବର୍ଷ ଜଳ ଯନ୍ତ୍ରଣାରେ ଛଟପଟ ହେଉଛି ସୁନ୍ଦରଗଡ଼। ବହୁ ଦାବି ପରେ ପାନୀୟଜଳ ଓ ଜଳସେଚନ ସୁବିଧା ପହଞ୍ଚାଇବା ଲାଗି ୨୦୨୨ରୁ ନଦୀର କୋପସିଂହା ଓ କୁଡ଼ାବଗାଠାରେ ୪୯୩ କୋଟି ବ୍ୟୟ ଅଟକଳରେ ବ୍ୟାରେଜ୍ ନିର୍ମାଣ ଚାଲିଛି। ୨୦୨୪ ଡିସେମ୍ବରରେ ଶେଷ ହେବାକୁ ଥିବା ଏହି ବନ୍ଧ ୧୪ ମାସ ପରେ ବି ସରିବାର ନାଁ ନେଉ ନାହିଁ। ନିର୍ମାଣ କେବେ ସରିବ ଓ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିିଥିବାବେଳେ ସୁନ୍ଦରଗଡ଼ର ବହୁ ପ୍ରତୀକ୍ଷିତ ପାଣି ସ୍ବପ୍ନ ଏବେ ବି ସ୍ବପ୍ନ ହୋଇ ରହିଛି। ତେବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ବ୍ୟାରେଜ୍କୁ ନେଇ ଭିନ୍ନ କଥା କହିଛନ୍ତି। ମୂଳ ଡିଜାଇନ୍ରେ ବନ୍ଧର ଉଚ୍ଚତା କମ୍ କରିଦେବା ଯୋଗୁଁ ଇନ୍ଟେକ୍ କୂଅକୁ ପର୍ଯ୍ୟାପ୍ତ ପାଣି ମିଳିବ ନାହିଁ। ଯେଉଁଥିପାଇଁ ସୁନ୍ଦରଗଡ଼ ସହର ସମେତ ପାର୍ଶ୍ବବର୍ତ୍ତୀ ଗାଁକୁ ପାନୀୟ ଜଳ ଯୋଗାଇବା କଷ୍ଟକର ହେବ ବୋଲି ସେ କହିଛନ୍ତି।
The shaliyapatni: ବିଲୁପ୍ତ ହୋଇଗଲେଣି ଶାଳିଆପତନି!
ଇବ୍ନଦୀ ଉପରେ ଛତିଶଗଡ଼ କବ୍ଜା କରିବାର ବହୁ ପୂର୍ବରୁ ୧୯୮୦ରେ ବାଲିଶଙ୍କରା ବ୍ଲକ୍ କଟ୍ନିଡିହିଠାରେ ଯୁଗୀଯୁଗେନର ଦୁଇ ପାହାଡ଼ ମଝିରେ ୧୨ ଶହ କୋଟି ବ୍ୟୟରେ ବୃହତ ବନ୍ଧ ତିଆରି ପାଇଁ ଯୋଜନା କରିଥିଲେ ଓଡ଼ିଶା ସରକାର। କିନ୍ତୁ ବନ୍ଧରେ ବହୁ ଅଞ୍ଚଳ ବୁଡ଼ି ଯାଉଥିବାରୁ ସ୍ଥାନୀୟ ଅଧିବାସୀ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମନ୍ତ୍ରୀ ଗଜାଧର ମାଝୀଙ୍କ ବିରୋଧ ପରେ ପ୍ରକଳ୍ପ ବାତିଲ ହୋଇଯାଇଥିଲା। ତା’ ପରଠାରୁ ୪୨ ବର୍ଷ ଧରି ସରକାର ଇବ୍ରେ ବନ୍ଧ ନିର୍ମାଣ କଥା ଭୁଲିଗଲେ। ଅବଶ୍ୟ ୨୦୧୦ରେ ତତ୍କାଳୀନ କଂଗ୍ରେସ ବିଧାୟକ ଯୋଗେଶ କୁମାର ସିଂ ବିଧାନସଭାରେ ଇବ୍ନଦୀରେ ବନ୍ଧ ତିଆରି କରିବାକୁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ତତ୍କାଳୀନ ବିଧାୟିକା କୁସୁମ ଟେଟେ ମଧ୍ୟ ସ୍ବର ଉଠାଇଥିଲେ। ଏହା ପରେ ବିଭିନ୍ନ ସମୟରେ ଇବ୍ରେ ବନ୍ଧ, ଆନିକଟ ପାଇଁ ପ୍ରସ୍ତାବ ଆସିଲା। କିନ୍ତୁ ସେସବୁ ଯୋଜନା, ସର୍ବେକ୍ଷଣ, ପ୍ରକଳ୍ପ ସବିଶେଷ ବିବରଣୀ (ଡିପିଆର୍), ଅନୁମୋଦନ ପ୍ରକ୍ରିୟା ମଧ୍ୟରେ ବର୍ଷ ବର୍ଷ ଗଡ଼ିଗଲା।
Mountain: ପାହାଡ଼ ଥିଲା, ଏବେ ପୋଖରୀ
ଶେଷରେ ୨୦୨୨ ଜାନୁଆରି ୧୦ ତାରିଖରେ କୋପସିଂହା ଓ କୁଡ଼ାବଗାଠାରେ ବନ୍ଧ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଆଶା ଦେଖାଇଥିଲେ, ଏଥିରେ ସୁନ୍ଦରଗଡ଼ ପୌରାଞ୍ଚଳ ସହ ସୁନ୍ଦରଗଡ଼ ସଦର ବ୍ଲକ୍, ଲେଫ୍ରିପଡ଼ା, ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକ୍ର ୪୭ ହଜାର ଲୋକ ସିଧାସଳଖ ଉପକୃତ ହେବେ। ୪୮୮ ହେକ୍ଟର ଜମିକୁ ଜଳସେଚନ ଓ ସମ୍ପୃକ୍ତ ବ୍ଲକ୍ରେ ଘରକୁ ଘର ପାନୀୟ ଜଳ ପହଞ୍ଚିବ। କିନ୍ତୁ ବନ୍ଧ କାମ ସରୁନି। ବନ୍ଧ ନିର୍ମାଣର ମନ୍ଥରତା ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ଦେବେନ୍ଦ୍ର ପଟେଲ। ସୁନ୍ଦରଗଡ଼ର ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ ଜିଲ୍ଲାର ସ୍ବପ୍ନ ପୂରା କରିବାକୁ ସରକାର ଆଉ କେତେ ସମୟ ନେବେ ବୋଲି ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-23-2026-03-07-06-11-00.jpg)