କର୍ଣ୍ଣାଟକ
ଚିନ୍ତାମଣି ଘାଟ: ଅନେଗୁଡ଼ି, ହାମ୍ପିରେ ଶିବଙ୍କର ଏକ ମନ୍ଦିର ଅଛି। ତା’ ନାମ ଚିନ୍ତାମଣି ଶିବ ମନ୍ଦିର। ଏହି ମନ୍ଦିର ତୁଙ୍ଗଭଦ୍ରା ନଦୀ କୂଳରେ ଅବସ୍ଥିତ। ମନ୍ଦିର ପାହାଚରୁ ଜଣେ ଅକ୍ଳେଶରେ ଓହ୍ଲାଇ ନଦୀ ପାଖକୁ ଯାଇ ପାରିବ। ମନ୍ଦିର ମଧ୍ୟରେ ଏକ ଗୁମ୍ଫା ଅଛି। କୁହାଯାଏ, ରାମ-ସୁଗ୍ରୀବ ଏଠାରେ ବସି ବାଳିବଧର ଯୋଜନା କରିିଥିଲେ। ଏହା ମଧ୍ୟ କୁହାଯାଏ, ଏହିଠାରୁ ଶର ସନ୍ଧାନ କରି ରାମ ବାଳିକୁ ବଧ କରିଥିଲେ। ସୀତାଙ୍କ ଅନୁସନ୍ଧାନରେ ଗଲାବେଳେ ଏହିଠାରେ ରାମ ହନୁମାନଙ୍କୁ ଚିହ୍ନ ସ୍ବରୂପ ମୁଦ୍ରିକା ପ୍ରଦାନ କରିଥିଲେ। ଜଣେ ସନ୍ନ୍ୟାସୀ ଏଠାକୁ ଆସି ଏକ ରୁଦ୍ରାକ୍ଷର ଶିବଲିଙ୍ଗ ପ୍ରତିଷ୍ଠା କରିଥଲେ। ଏଠାରେ ରାମପାଦ ମଧ୍ୟ ରହିଛି।
Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି
ଯନ୍ତ୍ର ଧାରକ ହନୁମାନ ମନ୍ଦିର: ତୁଙ୍ଗଭଦ୍ରା ନଦୀ ତୀରରେ ଏକ ଛୋଟ ପାହାଡ଼ ଉପରେ ରହିଛି ଯନ୍ତ୍ରଧାରକ ହନୁମାନ ମନ୍ଦିର। କୋଦଣ୍ଡ ରାମ ମନ୍ଦିର ପଛପଟରେ ଏହା ଅବସ୍ଥିତ। କଥିତ ଅଛି ଏ ମନ୍ଦିର ସେହି ସ୍ଥାନରେ ଅଛି ଯେଉଁଠାରେ ପ୍ରଥମେ ରାମ-ହନୁମାନଙ୍କର ମିଳନ ହୋଇଥିଲା। ଯନ୍ତ୍ରଧାରକ ହନୁମାନ ଅର୍ଥ ଏକ ଯନ୍ତ୍ର ଧାରଣ କରିଥିବା ହନୁମାନ ମୂର୍ତ୍ତି। ସର୍ବତ୍ର ହନୁମାନ ବୀରବିକ୍ରମ ମୁଦ୍ରାରେ ଥିଲାବେଳେ ଏଠାରେ ମୁଗୁନି ପଥରର ଏକ ଛଅକୋଣ ଯୁକ୍ତ ଯନ୍ତ୍ର ମଧ୍ୟରେ ପଦ୍ମାସନରେ ରହିଛନ୍ତି। ଏହି ଯନ୍ତ୍ରର ଚାରି ପାଖରେ ବାରଟି ବାନର ମୂର୍ତ୍ତି ରହିଛି। େସମାନେ ପରସ୍ପରର ଲାଞ୍ଜକୁ ଧରି ରହିଛନ୍ତି। କୁହାଯାଏ, ଏହି ବାରମୂର୍ତ୍ତି ବ୍ୟାସରାଜଙ୍କର ପ୍ରାର୍ଥନାର ପ୍ରତୀକ।
ବିଜୟନଗର ଅଧିପତି କୃଷ୍ଣଦେବ ରାୟଙ୍କର ରାଜଗୁରୁ ଥିଲେ ବ୍ୟାସରାଜ। ସେ ସର୍ବଦା ମଳୟ ବନ ପାହାଡ଼ ଉପରକୁ ଯାଇ କୋଇଲାରେ ଏକ ହନୁମାନ ମୂର୍ତ୍ତି ନିର୍ମାଣ କରି ତାକୁ ପୂଜା କରୁଥିଲେ ଏବଂ ହନୁମାନଙ୍କୁ ଦର୍ଶନ କରିବାପାଇଁ ପ୍ରାର୍ଥନା କରୁଥିଲେ। ସେ ଫେରିଆସିଲା ପରେ ସେ କୋଇଲା ଚିତ୍ରଟି ଉଭେଇ ଯାଇଥିଲା। ଏହିପରି ବାରଦିନ କଲାପରେ ହନୁମାନ ତାଙ୍କୁ ଦର୍ଶନ ଦେଲେ ଏବଂ ଯନ୍ତ୍ରାରୂଢ଼ ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ କହିଲେ। ବ୍ୟାସରାଜ ସେହିପରି କଲେ। ଯନ୍ତ୍ର ହନୁମାନଙ୍କର ଅସୀମ ଶକ୍ତିର ପ୍ରତୀକ। ଏହି ହନୁମାନ ମନ୍ଦିରଟି ପ୍ରାୟ ପାଞ୍ଚଶହ ବର୍ଷ ତଳେ ନିର୍ମିତ। ଏହି ମନ୍ଦିର ନିକଟରେ ଶ୍ରୀନିବାସ ବିଷ୍ଣୁ ମନ୍ଦିର ରହିଛି।
Justice Yashwant Varma: ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍ପତି
ଚିତ୍ରଦୁର୍ଗ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାସ୍ଥିତ ହଲୁ ରାମେଶ୍ବର ମନ୍ଦିର ରାମ ବନବାସ ମାର୍ଗରେ ପଡ଼ିଥାଏ। ଏହାର ବିଶେଷତ୍ବ ହେଉଛି ଏହି ମନ୍ଦିର ନିକଟରେ ଏକ ପୁଷ୍କରିଣୀ ରହିଛି। ଏଥିରେ ସ୍ନାନ କଲେ ରାମଙ୍କ ଆଶୀର୍ବାଦରୁ ସମସ୍ତ ଇଚ୍ଛା ପୂରଣ ହୁଏ। ଏହି ପୁଷ୍କରିଣୀର ଜଳ କ୍ଷାର ସଦୃଶ ମଧୁର। ଏହି ମନ୍ଦିରରେ ଶିବ ଏବଂ ଗଙ୍ଗାମାତା ପୂଜିତ ହୋଇଥାନ୍ତି। ଏଠାରେ ଶ୍ରୀରାମ ଭଗବାନ ମହାଦେବ ଓ ମାତା ଗଙ୍ଗାଙ୍କୁ ପୂଜନ କରି ଲଙ୍କା ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ।
-ଡକ୍ଟର ତୁଳସୀ ଓଝା
Follow Us