The path of Sri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାମ-ବନଗମନ ପଥ

Advertisment

ଛତିଶଗଡ଼ର ଧମତରୀ ସହରର ମଧ୍ୟଭାଗରେ ଏକ ପ୍ରାଚୀନ ରହସ୍ୟମୟ ମନ୍ଦିର ରହିଛି। ତାହାର ନାମ ବିଲେଇମାତା (ବିନ୍ଧ୍ୟବାସିନୀ ଦେବୀ)। ଏହି ଦେବୀ ଧମତରୀ ସହରର ମୁଖ୍ୟଦେବୀ। କିଂବଦନ୍ତି ରହିଛି ଯେ ‌ଦେବୀଙ୍କ ମୂର୍ତ୍ତିକୁ କୌଣସି ମନୁଷ୍ୟ ନିର୍ମାଣ କରି ନାହାନ୍ତି।

ଛତିଶଗଡ଼ର ଧମତରୀ ସହରର ମଧ୍ୟଭାଗରେ ଏକ ପ୍ରାଚୀନ ରହସ୍ୟମୟ ମନ୍ଦିର ରହିଛି। ତାହାର ନାମ ବିଲେଇମାତା (ବିନ୍ଧ୍ୟବାସିନୀ ଦେବୀ)। ଏହି ଦେବୀ ଧମତରୀ ସହରର ମୁଖ୍ୟଦେବୀ। କିଂବଦନ୍ତି ରହିଛି ଯେ ‌ଦେବୀଙ୍କ ମୂର୍ତ୍ତିକୁ କୌଣସି ମନୁଷ୍ୟ ନିର୍ମାଣ କରି ନାହାନ୍ତି।

dagdgdgzvv

ଧମତରୀ ଜିଲା-
 ୪. ବିଲେଇମାତା ମନ୍ଦିର:
ଛତିଶଗଡ଼ର ଧମତରୀ ସହରର ମଧ୍ୟଭାଗରେ ଏକ ପ୍ରାଚୀନ ରହସ୍ୟମୟ ମନ୍ଦିର ରହିଛି। ତାହାର ନାମ ବିଲେଇମାତା (ବିନ୍ଧ୍ୟବାସିନୀ ଦେବୀ)। ଏହି ଦେବୀ ଧମତରୀ ସହରର ମୁଖ୍ୟଦେବୀ। କିଂବଦନ୍ତି ରହିଛି ଯେ ‌ଦେବୀଙ୍କ ମୂର୍ତ୍ତିକୁ କୌଣସି ମନୁଷ୍ୟ ନିର୍ମାଣ କରି ନାହାନ୍ତି। ଏହିପରି ଶରୀରରେ ଦେବୀ ସ୍ବୟଂ ଆବିର୍ଭୂତା ହୋଇଥିଲେ। ପ୍ରାଚୀନ କାଳରେ ଏହି ଅଞ୍ଚଳ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏକଦା ରାଜା ନରହର ଦେଓ ଅରଣ୍ୟ ମଧ୍ୟଦେଇ ଯାତ୍ରା କରୁଥିବା ସମୟରେ ଅସଂଖ୍ୟ ବିରାଡ଼ି ରାଜାଙ୍କର ପଥରୋଧ କରି ଠିଆହେଲେ। ରାଜା ଯେତେ ଚେଷ୍ଟାକଲେ ମଧ୍ୟ ବିରାଡ଼ିଙ୍କୁ ତଡ଼ି ଆଗକୁ ବଢ଼ିପାରିଲେ ନାହିଁ। ରାଜା ଫେରି ଆସିଲେ। ରାତ୍ରରେ ରାଜା ସ୍ବପ୍ନରେ ଦେବୀଙ୍କୁ ଦେଖିଲେ ଏବଂ ଦେବୀଙ୍କ ଆଦେଶ ଅନୁସାରେ ସେଠାରେ‌ ଦେବୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ। ଚୈତ୍ର ନବମୀ (ରାମଙ୍କ ଜନ୍ମଦିନ) ଏଠାର ସବୁଠାରୁ ବଡ଼ ପର୍ବ। ଚୈତ୍ର ଓ ନବରାତ୍ର ଏଠାରେ ମହାସମାରୋହରେ ପାଳିତ ହୁଏ। ଫୁଲରେ ମନ୍ଦିରକୁ ସଜ୍ଜିତ କରାଯାଏ ଏବଂ ଏକ ଜ୍ୟୋତି କଳସ ଯାତ୍ରା ଅନୁଷ୍ଠିତ ହୁଏ।

Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ

୫. ସଂକଟମୋଚନ ହନୁମାନ ମନ୍ଦିର:
ଧମତରୀ ସହରର ମଧ୍ୟସ୍ଥଳରେ ଏକ ସୁରମ୍ୟ ହନୁମାନ ମନ୍ଦିର ରହିଛି। ଏଠାରେ ସ୍ଥାପିତ ହନୁମାନ ମୂର୍ତ୍ତି ମଧ୍ୟ ଅତ୍ୟନ୍ତ ମନୋମୁଗ୍‌ଧକର। ଜିଲା ମଧ୍ୟରୁ ଏବଂ ବାହାରୁ ବହୁୁ ଦର୍ଶନାର୍ଥୀ ଅଭୀଷ୍ଟ ପ୍ରାର୍ଥନା କରିବାପାଇଁ ଏହି ମନ୍ଦିରକୁ ଆସିଥାନ୍ତି। ଶନିବାର ଓ ମଙ୍ଗଳବାର ଏଠାରେ ପ୍ରବଳ ଭିଡ଼ ହୁଏ। ଏହି ସ୍ଥାନଟି ଅତ୍ୟନ୍ତ ଶାନ୍ତିପ୍ରଦାୟକ। ତେଣୁ ରାମଭକ୍ତମାନେ ଏଠାକୁ ଆସି ପ୍ରାର୍ଥନା କରିଥାନ୍ତି।

୬. ଦନ୍ତେଶ୍ବରୀ ଗୁମ୍ଫା ମନ୍ଦିର:
ସିହବା ପର୍ବତ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ସ୍ଥାନରେ ରହିଛି ମାତା ଦନ୍ତେଶ୍ବରୀଙ୍କ ମନ୍ଦିର। ଏଠାରେ ସାତରୁ ଅଧିକ ଗୁମ୍ଫା ରହିଛି। ସେ ମଧ୍ୟରୁ ଏକ ଗୁମ୍ଫା ମଧ୍ୟରେ ଦେବୀ ଦନ୍ତେଶ୍ବରୀ ପୂଜା ପାଇଥାନ୍ତି। ଏହି ଗୁମ୍ଫାମାନଙ୍କ ମଧ୍ୟରୁ  ଏକ ଗୁମ୍ଫାରେ ସର୍ବଦା ଏକ ଦୀପ ଜଳୁଥାଏ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା। ଏହି ପର୍ବତରେ ଏକ ପଥର ଉପରେ ଶ୍ରୀରାମଙ୍କର ପଦଚିହ୍ନ ରହିଛି। ତେଣୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ, ଭକ୍ତ, ତପସ୍ବୀ ଓ ମୁନିଋଷିମାନେ ଏଠାକୁ ରାମଙ୍କ ସାନ୍ନିଧ୍ୟ ପ୍ରାପ୍ତିପାଇଁ ଆସିଥାନ୍ତି।

Horticulture: ବଦଳିଲା ଉଦ୍ୟାନ ବିଭାଗ ଉଜୁଡ଼ା କ୍ଷେତର ରୂପ

୭. କର୍ଣ୍ଣେଶ୍ବର ଶିବ ମନ୍ଦିର: ଧମତରୀ ଜିଲାର ସିହବା ଆଧ୍ୟାତ୍ମିକମଣ୍ଡଳ ମଧ୍ୟରେ ରହିଛି ପ୍ରାଚୀନ କର୍ଣ୍ଣେଶ୍ବର ମନ୍ଦିର। ଏହା ଗୋଟିଏ ନୁହେଁ ଏକାଧିକ ମନ୍ଦିରର ସମଷ୍ଟି। ଏଠାରେ ଶିବ ମନ୍ଦିର ସହିତ ଭଗବାନ ବିଷ୍ଣୁ ଏବଂ ଦେବୀ ପାର୍ବତୀଙ୍କର ମଧ୍ୟ ସ୍ବତନ୍ତ୍ର ମନ୍ଦିର ରହିଛି। ଆଞ୍ଚଳିକ କିଂବଦନ୍ତି ଅନୁସାରେ, ଏହି ମନ୍ଦିର ମହାଭାରତର କର୍ଣ୍ଣଙ୍କ ସହିତ ସମ୍ବନ୍ଧିତ। ଇତିହାସ ଅନୁଯାୟୀ ଏହି ମନ୍ଦିର   ସୋମବଂଶୀ ଦକ୍ଷିଣକୋଶଳ ରାଜା କର୍ଣ୍ଣଦେବଙ୍କ ଦ୍ବାରା ନିର୍ମିତ ଶିବ ମନ୍ଦିର। ତେଣୁ ଏହାର ନିର୍ମାଣ କାଳ ପ୍ରାୟ ଦ୍ବାଦଶ ଶତାବ୍ଦୀ। ଏଠାରେ ଏକ ପ୍ରାକୃତିକ ଜଳକୁଣ୍ଡ ରହିଛି। ମାଘପୂର୍ଣ୍ଣିମା ଓ ମହାଶିବରାତ୍ରି ଏଠାକାର ବଡ଼ପର୍ବ। ଏହା ବ୍ୟତୀତ ପ୍ରତ୍ୟେକ ବର୍ଷ ଶ୍ରାବଣ ସୋମବାରଗୁଡ଼ିକରେ ବହୁ ଭକ୍ତ ଏଠାକୁ ଆସି କର୍ଣ୍ଣେଶ୍ବରୀଙ୍କୁ ଜଳଲାଗି କରାନ୍ତି। ଦକ୍ଷିଣକୋଶଳର ସ୍ବତନ୍ତ୍ର କଳାକୃତିରେ ଏହି ମନ୍ଦିର ନିର୍ମିତ। ମନ୍ଦିର ଗାତ୍ରରେ ରାମାୟଣ ଓ ମହାଭାରତର କାହାଣୀ ଖୋଦିତ।

୮. ନିରାଇ ମାତା ମନ୍ଦିର: 
ଧମତରୀ ଜିଲାର ମୋହେରା ଗ୍ରାମର ଘନ ଅରଣ୍ୟ ମଧ୍ୟରେ ରହିଛି ନିରାଇ ମାତା ମନ୍ଦିର। ଏହାକୁ ଧମତରୀ ଜିଲାର ଆଧ୍ୟାତ୍ମିକ ତଥା ଧାର୍ମିକ ସ୍ବର୍ଗ କୁହାଯାଏ। ଏହି ନୈସର୍ଗିକ ପୀଠ କୌଣସି ମଣିଷ ଦ୍ବାରା ସ୍ଥାପିତ ନୁହେଁ ବରଂ ଏହା ସ୍ବୟଂ ପ୍ରକୃତିର ଅବଦାନ। ସବୁଠାରୁ ବଡ଼କଥା ହେଉଛି, ଏହି ମନ୍ଦିର କେବଳ ପୁରୁଷମାନଙ୍କ ଦ୍ବାରା ପୂଜିତ। ଚୈତ୍ର ନବରାତ୍ର ପୂର୍ବ ରବିବାର ଦିନ ଏଠାରେ ଦେବୀଙ୍କର ମୂର୍ତ୍ତି ନିର୍ମିତ ହୁଏ ପ୍ରାୟ ଚାରି ପାଞ୍ଚଘଣ୍ଟା ପୂର୍ବରୁ।  ବିନାଘିଅ ଓ ତେଲରେ ‌ଏଠାରେ ଏକ ଜ୍ୟୋତି ଜଳିଥାଏ । ଏହି ଜ୍ୟୋତିକୁ ହିଁ ଦେବୀଙ୍କର ମୂର୍ତ୍ତି ଭାବି ପୂଜା କରାଯାଏ। ପୂଜାରେ ଅର୍ଘ୍ୟ ସଦୃଶ କେବଳ ନଡ଼ିଆ ଅର୍ପଣ କରାଯାଏ। ଏହିଠାରେ ରାମଙ୍କର ଧମତରୀ ଯାତ୍ରା ସମାପ୍ତ ହୁଏ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe