ଚୀନର ବୈଜ୍ଞାନିକମାନେ ଟମାଟୋ ବା ବିଲାତି ବାଇଗଣର ଏକ ନୂଆ କିସମ ବିକଶିତ କରିଛନ୍ତି, ଯାହା ଲହୁଣି ବୋଳା ହୋଇଥିବା ପପ୍କର୍ଣ୍ଣ ପରି ବାସୁଛି। ଜିନ୍ ସମ୍ପାଦନା ପ୍ରଯୁକ୍ତି ବ୍ୟବହାର କରି ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି। ସମଗ୍ର ପୃଥିବୀରେ ସବୁଠାରୁ ଅଧିକ ଚାଷ ହେଉଥିବା ଓ ଖିଆଯାଉଥିବା ପରିବା ହେଉଛି ଟମାଟୋ। ଏହାର ବାସ୍ନା ବିଭିନ୍ନ ବ୍ୟଞ୍ଜନର ଆବେଦନ ବୃଦ୍ଧି କରିଥାଏ, ତେଣୁ ଯେଉଁ ଟମାଟୋ କିସମ ଯେତେ ଅଧିକ ବାସ୍ନା ହୁଏ, ତାହାର ଚାହିଦା ଓ ଦର ସେତେ ଅଧିକ। ତେବେ ସମସ୍ୟା ହେଲା, ଟମାଟୋର ଆକାର, ସ୍ଥାୟିତ୍ବ, ଅମଳ ବଢ଼ାଇବା ପ୍ରକ୍ରିୟାରେ ଏହାର ବାସ୍ନା କମିଯାଇଛି। ଏ ସମସ୍ୟା ଦୂର କରିବା ପାଇଁ ବୈଜ୍ଞାନିକମାନେ ଟମାଟୋ ଜିନ୍ରେ ସଂଶୋଧନ କରିଛନ୍ତି।
LPG shortage: ଘାରିଲା ଏଲ୍ପିଜି ଅଭାବ ଚିନ୍ତା: କେବଳ ଘରୋଇ ଗ୍ରାହକଙ୍କୁ ଦିଆଯିବ, ଜରୁରିକାଳୀନ କ୍ଷମତା ଲାଗୁ କଲେ
ଟମାଟୋରେ ଥିବା ‘୨-ଏପି’ ନାମକ ଯୌଗିକ ଲହୁଣିଆ ପପ୍କର୍ଣ୍ଣର ବାସ୍ନା ସୃଷ୍ଟି କରିଥାଏ, କିନ୍ତୁ ତାହା ଖୁବ୍ କମ୍ ମାତ୍ରାରେ ଉତ୍ପାଦିତ ହୁଏ। ‘୨-ଏପି’ର ଉତ୍ପାଦନକୁ ନିୟନ୍ତ୍ରଣ କରୁଥିବା ଦୁଇଟି ଜିନ୍କୁ ‘କ୍ରିସ୍ପର୍/କାସ୍୯’ ଜିନ୍ ସମ୍ପାଦନ ପ୍ରଯୁକ୍ତି ବ୍ୟବହାର କରି ବୈଜ୍ଞାନିକମାନେ ନିଷ୍କ୍ରିୟ କରିଦେଲେ। ଫଳସ୍ବରୂପ ନୂଆ ଟମାଟୋରେ ‘୨-ଏପି’ର ମାତ୍ରା ସାଧାରଣ ଟମାଟୋ ତୁଳନାରେ ଚାରିଗୁଣ ବଢ଼ିଯାଇଥିଲା। ବାସୁମତି ଚାଉଳ ପରି ଏହି ନୂଆ କିସମର ଟମାଟୋର ବଜାର ଦର ଓ ଚାହିଦା ଅଧିକ ରହିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/fshsshffhxbv-2026-03-07-03-23-10.jpg)