ଆଥଲେଟିକ୍ ଟ୍ରାକ୍ରେ ମଧ୍ୟ ଭାରତୀୟ ଖେଳାଳିମାନେ ଟାଣୁଆ ପ୍ରଦର୍ଶନ କରିଥିଲେ। ଅନିମେଷ କୁଜୁର ପ୍ରଥମ ଭାରତୀୟ ଭାବେ ବିଶ୍ବ ଦୌଡ଼କୁଦପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଗ୍ରୀସ୍ର ଭାରିଠାରେ ଆୟୋଜିତ ଡ୍ରୋମିଆ ଅନ୍ତର୍ଜାତୀୟ ମିଟ୍ର ୧୦୦ ମିଟର ଦୌଡ଼କୁ ୧୦.୧୮ ସେକେଣ୍ଡ୍ରେ ଶେଷ କରି ଦେଶରଦ୍ରୁତତମ ଧାବକ ପାଲଟିଥିଲେ ସେ। ଦୋହା ଡାଏମଣ୍ଡ୍ ଲିଗ୍ରେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ନିଜ ସର୍ବଶ୍ରେଷ୍ଠ ଥ୍ରୋ (୯୦.୨୩ ମିଟର) ପାଇଥିଲେ। ଗୁଲବୀର ସିଂହ ୩୦୦ ମିଟର ଷ୍ଟିପଲ୍ ଚେଜ୍ରେ ନୂଆ ରେକର୍ଡ (୭:୩୪.୪୯) କରିଥିଲେ। ସେହିଭଳି ଡେକାଥଲନ୍ରେ ତେଜସ୍ବିନ୍ ଶଙ୍କର (୭୮୨୬ ପଏଣ୍ଟ୍) ନିଜ ଯାଦୁ ଦେଖାଇଥିଲେ। ସେହିଭଳି ବିଶ୍ବବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୨ ପଦକ ଜିତିବା, ବିଶ୍ବକ୍ରୀଡ଼ାରେ ଦ୍ବିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା, ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାର ପୁରୁଷ କମ୍ପାଉଣ୍ଡ୍ରେ ପ୍ରଥମ ଥର ସ୍ବର୍ଣ୍ଣ ପଦକ ଜିତିବା, ଚତୁର୍ଥ ଥର ଲାଗି ଭାରତୀୟ ଦଳ ପୁରୁଷ ହକି ଏସିଆ କପ୍ ଜିତିବା, ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ମୀରାବାଇ ଚାନୁ ନୂଆ ରେକର୍ଡ କରିବା, ବିଶ୍ବ ଯୁଗକୁସ୍ତିରେ ଭାରତ ୯ ପଦକ ଜିତିବା ଭଳି ଐତିହାସିକ ସଫଳତା ହାସଲ କରିବା ମଧ୍ୟ ଭାରତୀୟ କ୍ରୀଡ଼ା କ୍ୟାଲେଣ୍ଡର୍ର ସଫଳତାକୁ ଆହୁରି ସମୃଦ୍ଧ କରିଥିଲା।
Performance: ଟ୍ରାକ୍ରେ ଟାଣୁଆ ପ୍ରଦର୍ଶନ
Advertisment
Follow Us