Advertisment

Global fashion: ଚଳନ୍ତିକା: ମୃଦୁଳାଙ୍କ ସାଲ୍‌ ଆଜି ବୈଶ୍ବିକ ଫ୍ୟାସନ୍‌

Advertisment

ପ୍ରାୟ ଚାରି ଦଶନ୍ଧି ତଳେ ସାଲ୍‌ ଥିଲା ଅନ୍ୟତମ ଶୀତକାଳୀନ ଫ୍ୟାସନ୍‌ ଓ ସମ୍ଭ୍ରାନ୍ତୀୟ ପୋଷାକ ଶୈଳୀ । ସେହି ଋତୁକାଳୀନ ବସ୍ତ୍ରଟି ମୃଦୁଳା ଜୈନ୍‌ ନାମ୍ନୀ ଜନୈକା ମହିଳାଙ୍କ ଉଦ୍‌ଯୋଗ ବଳରେ ସମ୍ପ୍ରତି ବିଶ୍ବବ୍ୟାପୀ ଫ୍ୟାସନ୍‌ ଧାରା‌ ଭାବେ ପରିଗଣିତ ହେଉଛି।

ପ୍ରାୟ ଚାରି ଦଶନ୍ଧି ତଳେ ସାଲ୍‌ ଥିଲା ଅନ୍ୟତମ ଶୀତକାଳୀନ ଫ୍ୟାସନ୍‌ ଓ ସମ୍ଭ୍ରାନ୍ତୀୟ ପୋଷାକ ଶୈଳୀ । ସେହି ଋତୁକାଳୀନ ବସ୍ତ୍ରଟି ମୃଦୁଳା ଜୈନ୍‌ ନାମ୍ନୀ ଜନୈକା ମହିଳାଙ୍କ ଉଦ୍‌ଯୋଗ ବଳରେ ସମ୍ପ୍ରତି ବିଶ୍ବବ୍ୟାପୀ ଫ୍ୟାସନ୍‌ ଧାରା‌ ଭାବେ ପରିଗଣିତ ହେଉଛି।

global fashion

ପ୍ରାୟ ଚାରି ଦଶନ୍ଧି ତଳେ ସାଲ୍‌ ଥିଲା ଅନ୍ୟତମ ଶୀତକାଳୀନ ଫ୍ୟାସନ୍‌ ଓ ସମ୍ଭ୍ରାନ୍ତୀୟ ପୋଷାକ ଶୈଳୀ । ସେହି ଋତୁକାଳୀନ ବସ୍ତ୍ରଟି ମୃଦୁଳା ଜୈନ୍‌ ନାମ୍ନୀ ଜନୈକା ମହିଳାଙ୍କ ଉଦ୍‌ଯୋଗ ବଳରେ ସମ୍ପ୍ରତି ବିଶ୍ବବ୍ୟାପୀ ଫ୍ୟାସନ୍‌ ଧାରା‌ ଭାବେ ପରିଗଣିତ ହେଉଛି। ୧୯୮୬ରେ ମାତ୍ର ଆଠଟି ତନ୍ତ ଯୋଗେ ଅୟମାରମ୍ଭ ହୋଇଥିବା ସେହି ସାଲ୍‌ ଶିଳ୍ପ ଏବେ ଶିଙ୍ଗୋରା ନାମରେ ଅଶେଷ ଖ୍ୟାତି ଅର୍ଜନ କରିଛି। କେବଳ ସେତିକି ନୁହେଁ, ୟୁରୋପ୍‌, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ଆଦି ଦେଶ ନିମନ୍ତେ ଏହା ଭାରତର ଅନ୍ୟତମ ଅଗ୍ରଣୀ ରପ୍ତାନି ବ୍ରାଣ୍ଡ୍‌ ମାନ୍ୟତା ମଧ୍ୟ ପାଇଛି। ସାଲ୍‌, ସ୍କାର୍ଭସ୍‌ ଓ ଅନ୍ୟାନ୍ୟ ଟେକ୍‌ଷ୍ଟାଇଲ୍‌ ନିମନ୍ତେ ସୁଖ୍ୟାତି ଅର୍ଜନ କରିଛି ମୃଦୁଳାଙ୍କ ଶିଙ୍ଗୋରା ବ୍ରାଣ୍ଡ୍‌।

Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ

ଲୁଧିଆନାରେ ଗୋଟାଏ ଜୈନ ପରିବାରରେ ଜନ୍ମିତା ମୃଦୁଳା ସ୍ନାତକ ପଢ଼ା ଶେଷକରି ବିବାହ କରିଥିଲେ। କିନ୍ତୁ ନିଜେ କିଛି କରି ଖ୍ୟାତି ଅର୍ଜନ କରିବାର ପିପାସା ସଦାସର୍ବଦା ତାଙ୍କ ମନରେ ଉଜ୍ଜୀବିତ ହୋଇରହିଥାଏ। ଦୃଢ଼ମନା ମୃଦୁଳା ଅଧ୍ୟୟନ ଜାରିରଖି ସ୍ନାତକୋତ୍ତର ଶେଷକରି ଉଦ୍ୟୋଗ କ୍ଷେତ୍ର ପ୍ରତି ମନବଳାଇଲେ। ୧୯୮୬ରେ ସେ ସଂସ୍ଥାପନ କଲେ ସାଲ୍‌ କମ୍ପାନି ଶିଙ୍ଗୋରା। ଏ ପ୍ରସଙ୍ଗରେ ମୃଦୁଳା କହନ୍ତି, ‘‘ମୁଁ ଶିଙ୍ଗୋରା ଆରମ୍ଭ କଲାବେଳେ ସାଲ୍‌ କେବଳ ଗୋଟାଏ ଅତ୍ୟାବଶ୍ୟକ ବସ୍ତ୍ର ରୂପେ ପରିଗଣିତ ହେଉଥିଲା। ମୋ ଅଭୀପ୍ସା ଓ ଆଗ୍ରହ ଦେଖି ସ୍ବାମୀ ‌ଆଠଟି ତନ୍ତ ଖରିଦ କଲେ। ଶିଙ୍ଗାର ଶବ୍ଦରୁ ମୁଁ ସଂସ୍ଥାର ନାଁ ଦେଲି ଶିଙ୍ଗୋରା। ତା’ର କାରଣ, ସାଲ୍‌ ନାରୀ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି ମୋର ମନେହୁଏ।’’

ପ୍ରାରମ୍ଭିକ ବର୍ଷମାନଙ୍କରେ ଶିଙ୍ଗୋରା ଚିରାଚରିତ ସାଲ୍‌ ଉତ୍ପାଦନ କରିବାରେ ମନୋନିବେଶ କଲା। କାଳକ୍ରମେ ମୃଦୁଳା ଦୁପଟ୍ଟା, ସ୍କାର୍ଭସ୍‌, ସୁଟ୍‌ ସେଟ୍‌, କାଶ୍ମୀରୀ ସାଲ୍‌ ଓ ଗୃହ ସାଜସଜ୍ଜା କପଡ଼ା ଉତ୍ପାଦନ କଲେ। ତାଙ୍କ ଦୂରଦୃଷ୍ଟି ଯୋଗୁଁ ସାଲ୍‌ ଧୀରେ ଧୀରେ ଚିରାଚରିତ ଶୀତବସ୍ତ୍ର ପରିସୀମାରୁ ବାହାରି ‌ଫ୍ୟାସନ୍‌ ଉତ୍ପାଦ ଭାବେ ବିବେଚିତ ହେଲା। ଦେଶ ଓ ବିଦେଶ ବଜାରରେ ସାଲ୍‌ର ଆଦର ବଢ଼ିଲା। ଏବେ ଭାରତରେ ଶତାଧିକ ଶିଙ୍ଗୋରା ସୋ’ରୁମ୍‌ ରହିଛି। ଏହା ଉତ୍ପାଦର ପ୍ରାୟ ୯୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, କାନାଡା, ସ୍ବିଜର୍‌ଲାଣ୍ଡ୍‌, ନେଦର୍‌ଲାଣ୍ଡ୍‌ସ୍‌ ଓ ଅଷ୍ଟ୍ରେଲିଆ ଭଳି ଦେଶମାନଙ୍କୁ ରପ୍ତାନି ହେଉଛି। ମୃଦୁଳା କହନ୍ତି, ‘‘ଅୟମାରମ୍ଭରେ ଅର୍ଡର୍‌ ପାଇଁ ମୁଁ ଦିଲ୍ଲୀ ଗସ୍ତ କରୁଥିଲି। ମୋତେ ସର୍ବପ୍ରଥମେ ମିଳିଥିବା ବଡ଼ ଅର୍ଡର୍‌ଟି ଥିଲା ୧୦ ଲକ୍ଷ ଟଙ୍କା ମୂଲ୍ୟର। ତାହାରି ଯୋଗୁଁ ହିଁ ମୋର ଆତ୍ମବିଶ୍ବାସ ବଢ଼ିଲା ଓ ମୁଁ ବ୍ୟବସାୟ ସମ୍ପ୍ରସାରଣ କରି ବିଶ୍ବବ୍ୟାପୀ ଏହାର ପ୍ରସାର କରାଇଲି।’’

Paddy: ପୁଲିସର ଅବହେଳା ପାଇଁ ଗଜା ହେଇଗଲା ୧୮ କୁଇଣ୍ଟାଲ ଧାନ

ମୃଦୁଳାଙ୍କୁ ଏତେ ସଫଳତା କିନ୍ତୁ ବିନା ବାଧାବିଘ୍ନରେ ମିଳିନାହିଁ। ଆଦ୍ୟାବସ୍ଥାରେ ବ୍ୟାଙ୍କ୍‌ରୁ ଋଣ ପାଇବା ସହଜ ନ ଥିଲା। ସରକାର ମଧ୍ୟ କୌଣସି ରିହାତି ଦେଉ ନ ଥିଲେ। କେବଳ ପାରିବାରିକ ଅର୍ଥ ବିନିଯୋଗ କରି ମୃଦୁଳା କମ୍ପାନି ଚଳାଉଥିଲେ। ସେତେବେଳେ ଉତ୍ପାଦ ପାଇଁ ସେ ନିଜେ ଡିଜାଇନ୍‌ କରୁଥିଲେ। କ୍ରମେ ଏଥିପାଇଁ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କଲେ। ଏବେ ତାଙ୍କ ବୋହୂ ମଧ୍ୟ ବ୍ୟବସାୟରେ ସହଯୋଗ କରୁଛନ୍ତି। ଉଦ୍ୟମିତା ଓ ରପ୍ତାନି ନିମନ୍ତେ ମୃଦୁଳା ‘ମହିଳା ଉଦ୍ୟୋଗ ରତ୍ନ’, ‘ଓମେନ୍‌ ଏଣ୍ଟର୍‌ପ୍ରେନ୍ୟୁୟର୍‌ ଅଫ୍‌ ଦି ଇୟର୍‌’, ‘ବେଷ୍ଟ୍‌ ଓମ୍ୟାନ୍‌ ଏଣ୍ଟର୍‌ପ୍ରେନ୍ୟୁୟର୍‌’, ‘ମୋଚ୍‌ପୁର ସୁପ୍ରିମ୍‌ ସାଲ୍‌ ଆୱାର୍ଡ’, ‘ଉଲ୍‌ମାର୍କ କମ୍ପାନି ଆୱାର୍ଡ’, ‘ପଞ୍ଜାବ ଗଭର୍ଣ୍ଣମେଣ୍ଟ୍‌ ଅନର୍‌’, ‘ଓମେନ୍‌ ଏକ୍‌ସ୍‌ପୋର୍ଟର୍‌ ଅଫ୍‌ ଦି ଇୟର୍‌’ ଏବଂ ‘ପ୍ରାଇଡ୍‌ ଅଫ୍‌ ଲୁଧିଆନା ଆୱାର୍ଡ’ ଆଦି ପାଇଛନ୍ତି।

ନାରୀଙ୍କୁ ସଶକ୍ତ କରିବାର ଅସଲ ଜିନିଷ ଶିକ୍ଷା ଓ ସ୍ବାଧୀନତା ବୋଲି ମୃଦୁଳା ମନେକରନ୍ତି। ସେ କହନ୍ତି, ‘‘ଜୀବନ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବାରେ ପ୍ରତ୍ୟେକ ମହିଳାଙ୍କର ସ୍ବାଧୀନତା ରହିବା ଉଚିତ। ପାରିବାରିକ ଦାୟିତ୍ବ ଯୋଗୁଁ ସର୍ବଦା ନାରୀମାନଙ୍କ ମନରେ କିଛି ହେବା ନିମନ୍ତେ ରହିଥିବା ସହଜାତ ଇଚ୍ଛା ଅବଦମିତ ହୋଇଯାଏ। ସମାଜ ସେମାନଙ୍କୁ ସହାୟକ ହେବା ଆବଶ୍ୟକ, କାରଣ ନିଜେ ଅଗ୍ରଗତି କରିବା ସହିତ ନାରୀ ସମଗ୍ର ପରିବାରକୁ ଅଗ୍ରସର କରାଇଥାଏ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe