ହିନ୍ଦୀ ସିନେଜଗତର ବଛା ବଛା ଅଭିନେତ୍ରୀଙ୍କ ମଧ୍ୟରୁ କୃତି ସେନନ୍ ଅନ୍ୟତମ। ଦୀର୍ଘ ୧୨ ବର୍ଷ ହେବ ବଲିଉଡ୍ରେ ସକ୍ରିୟ ରହି ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ସେ। ନିକଟରେ ତାଙ୍କୁ ‘ତେରେ ଇସ୍କ ମେଁ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜି ସିନେ ଆୱାର୍ଡ ମିଳିଛି।
ପୁରୁଣା ସଜାଡ଼ିଲେନି, ନୂଆ ବି ଅଚଳ: ଖରାରେ ପାଣି ପାଇ ଦହଗଞ୍ଜ ହେବେ, ଗ୍ରିନ୍ ସିଟି ଯୋଜନା ବାଟବଣା
A collection: କୌତୁକିଆ ସଂଳାପ ସହ ଶିକ୍ଷଣୀୟ କଥାର ସମାହାର
ଏହାକୁ ନେଇ ସୋସିଆଲ୍ ମିଡିଆରେ ନକାରାତ୍ମକ ମତାମତ ଦେଖିବାକୁ ମିଳିଛି। କୃତି ପୁରସ୍କାର ପାଇଁ ଯୋଗ୍ୟା ନୁହନ୍ତି ବୋଲି କହି ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପରିବର୍ତ୍ତେ ଅଭିନେତ୍ରୀ ୟାମୀ ଗୌତମ କିମ୍ବା କଙ୍ଗନା ରାନାୱତ୍ଙ୍କୁ ଏହି ପୁରସ୍କାର ମିଳିବା ଉଚିତ ଥିଲା ବୋଲି ଟ୍ରୋଲ୍ମାନେ ମତ ବ୍ୟକ୍ତ କରିଛନ୍ତି। ଅଭିନେତା ଟାଇଗର୍ ଶ୍ରଫଙ୍କ ବିପକ୍ଷରେ ୨୦୨୪ ମସିହାରେ ‘ହିରୋପନ୍ତୀ’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ କୃତି ସେନନ୍। ତାଙ୍କୁ ନିକଟରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜି ସିନେ ଆୱାର୍ଡ ମିଳିବା ପରେ ସେ ଖୁସି ବ୍ୟକ୍ତ କରି ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ୍ କରିଥିଲେ। ଏହାର କିଛି ସମୟ ମଧ୍ୟରେ ସେ ଟ୍ରୋଲ୍ର ଶିକାର ହୋଇଥିଲେ। ପୁରସ୍କାର ଜିତିବା ପରେ ଟ୍ରୋଲ୍ର ଶିକାର ହେବାରେ କୃତି ପ୍ରଥମ ଅଭିନେତ୍ରୀ ନୁହନ୍ତି। ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ‘ଜିଗ୍ରା’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବା ପରେ ସମାନ ସମସ୍ୟାର ସାମ୍ନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-3-2026-03-07-04-44-28.jpg)