Video games: ଭିଡିଓ ଗେମ୍‌: ସପ୍ତାହକୁ କେତେ ଘଣ୍ଟା ନିରାପଦ?

Advertisment

ଭିଡିଓ ଗେମ୍‌ ମନୋରଞ୍ଜନର ଏକ ଲୋକପ୍ରିୟ ସାଧନ ପାଲଟିଛି। କିନ୍ତୁ ଅନେକ ସମୟରେ ତାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେବେ ଭିଡିଓ ଗେମ୍‌ କେତେ ସମୟ ଖେଳିଲେ କ୍ଷତି ହେବ....

ଭିଡିଓ ଗେମ୍‌ ମନୋରଞ୍ଜନର ଏକ ଲୋକପ୍ରିୟ ସାଧନ ପାଲଟିଛି। କିନ୍ତୁ ଅନେକ ସମୟରେ ତାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେବେ ଭିଡିଓ ଗେମ୍‌ କେତେ ସମୟ ଖେଳିଲେ କ୍ଷତି ହେବ....

hfshfshfvxbbvxvbbvx

ଭିଡିଓ ଗେମ୍‌ ମନୋରଞ୍ଜନର ଏକ ଲୋକପ୍ରିୟ ସାଧନ ପାଲଟିଛି। କିନ୍ତୁ ଅନେକ ସମୟରେ ତାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେବେ ଭିଡିଓ ଗେମ୍‌ କେତେ ସମୟ ଖେଳିଲେ କ୍ଷତି ହେବ ନାହିଁ ସେ ନେଇ ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ସାପ୍ତାହିକ ଭିଡିଓ ଗେମ୍‌ ଖେଳିବା ଅବଧି ଓ ଯୁବା ସ୍ୱାସ୍ଥ୍ୟ ଉପରେ ତାହାର ପ୍ରଭାବ ନେଇ ଏଥିରେ ବିଷଦ ଭାବେ ଅନୁଧ୍ୟାନ କରାଯାଇଥିଲା। 

Education: ’ଶିକ୍ଷାକ୍ଷେତ୍ରରେ ନବରଙ୍ଗପୁର ଆଗାମୀ ଦିନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ’

ଅଷ୍ଟ୍ରେଲିଆର ୩୧୭ ଜଣ ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ନେଇ ଏକ ସର୍ଭେ କରି ଅଂଶଗ୍ରହଣକାରୀମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଥିଲା। ୦ରୁ ୫ ଘଣ୍ଟା ଭିଡିଓ ଗେମ୍‌ ଖେଳାଳିଙ୍କୁ ନିମ୍ନ, ୫ରୁ ୧୦ ଘଣ୍ଟା ଖେଳାଳିଙ୍କୁ ମଧ୍ୟମ ଓ ୧୦ ଘଣ୍ଟାରୁ ଅଧିକଙ୍କୁ ଉଚ୍ଚ ଧରଣର ଖେଳାଳି ଭାବେ ଗୋଷ୍ଠୀଭୁକ୍ତ କରାଯାଇଥିଲା।

Cricket: ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କଲା ଭାରତ

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ସପ୍ତାହରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଭିଡିଓଗେମ୍‌ ଖେଳୁଥିଲେ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରଭାବ ସମାନ ପ୍ରକାରର ଥିଲା, କିନ୍ତୁ ଏହି ସୀମା ଅତିକ୍ରମ କରୁଥିବା ପିଲାମାନେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କର୍ଟିନ୍ ସ୍କୁଲ୍ ଅଫ୍ ପପୁଲେସନ୍ ହେଲ୍‌ଥର ପ୍ରଫେସର ମାରିଓ ସିଆର୍ଭୋଙ୍କ ଅନୁଯାୟୀ, ସପ୍ତାହରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଭିଡିଓଗେମ୍‌ ଖେଳୁଥିବା ଛାତ୍ରମାନେ ଖାଦ୍ୟ, ଶୟନ ଓ ଓଜନ ଦୃଷ୍ଟିରୁ ପ୍ରାୟ ସମାନ ଧରଣର ମନେ ହୋଇଥିଲେ। କିନ୍ତୁ ଭିଡିଓଗେମ୍‌ ଖେଳିବାରେ ସପ୍ତାହରେ ୧୦ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରୁଥିବା ଛାତ୍ରଙ୍କ ମଧ୍ୟରେ ଗୁରୁତର ସ୍ବାସ୍ଥ୍ୟ ଓ ସାମାଜିକ ସମସ୍ୟା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe