Villager Not Celebrated Diwali for Many years: ଅଭିଶପ୍ତ ଗାଁ: ଦଶନ୍ଧି ଧରି ପାଳନ କରାଯାଇ ନାହିଁ ଦୀପାବଳି

ହମିରପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ସାମ୍ମୁ ଗାଁର ଲୋକଙ୍କ ବିଶ୍ୱାସ ଯେ ଯଦି କେହି ଦୀପାବଳି ପର୍ବ ପାଳନ କରିବାକୁ ଚେଷ୍ଟା କରନ୍ତି ତେବେ ଗାଁକୁ ବିପର୍ଯ୍ୟୟ ଆସିବା ସହିତ ଲୋକଙ୍କ ଅକାଳ ମୃତ୍ୟୁ ଘଟିଥାଏ।

e64c1654-d512-40c9-a80b-5a338a2cacef

village-of-himachal-pradesh-has-not-celebrated-diwali @ndtv.in

ନୂଆଦିଲ୍ଲୀ: ଭାରତରେ ଦୀପାବଳି ପର୍ବକୁ ଖୁବ ଉତ୍ସାହର ସହିତ ପାଳନ କରାଯାଏ। ଏହା ଏପରି ଏକ ପର୍ବ ଯାହାକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି। ଅନେକ ସ୍ଥାନରେ ଏହି ଦିନକୁ ଆତସବାଜି ଏବଂ ଦୀପ ଆଲୋକରେ ପାଳନ କରାଯାଏ। 
ଏହି କ୍ରମରେ ଦେଖିବାକୁ ଗଲେ ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ଏକ ଗ୍ରାମରେ ଦଶନ୍ଧି ଧରି ଦୀପାବଳି ପର୍ବ ପାଳନ କରାଯାଇ ନାହିଁ। ଏବେ ବି ଏହାକୁ ଏକ ଅଭିଶପ୍ତ ଗ୍ରାମ ଭାବରେ ଜଣାଯାଏ।

ହମିରପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ସାମ୍ମୁ ଗାଁର ଲୋକମାନେ ଦୀପାବଳିରେ ଖାଦ୍ୟ ପ୍ରସ୍ତୁତ କରନ୍ତି ନାହିଁ କିମ୍ବା ନିଜ ଘରକୁ ସଜାନ୍ତି ନାହିଁ। ଗାଁରେ ବିଶ୍ୱାସ ଅଛି ଯେ ଯଦି କେହି ଦୀପାବଳି ପର୍ବ ପାଳନ କରିବାକୁ ଚେଷ୍ଟା କରନ୍ତି ତେବେ ଗାଁକୁ ବିପର୍ଯ୍ୟୟ ଆସିବା ସହିତ ଲୋକଙ୍କ ଅକାଳ ମୃତ୍ୟୁ ଘଟିଥାଏ। ଏହି ଭୟରେ ଏଠାକାର ଲୋକମାନେ ଦଶନ୍ଧି ଧରି ଦୀପାବଳି ପାଳନ କରିବାକୁ ସାହସ କରୁ ନାହାନ୍ତି।

ଅଧିକପଢ଼ନ୍ତୁ:ଦୀପାବଳିରେ ମା’ ରକ୍ତରେ ହୋଲି ଖେଳିଲା ପୁଅ

ସାମ୍ମୁ ଗ୍ରାମର ବୟୋଜ୍ୟେଷ୍ଠ ଲୋକଙ୍କ କହିବା ଅନୁସାରେ, ଏହି ଅଭିଶାପ ଶହ ଶହ ବର୍ଷ ପୁରୁଣା। କୁହାଯାଏ ଯେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଗାଁର ଜଣେ ମହିଳା ଦୀପାବଳିରେ ତାଙ୍କ ପିତାମାତାଙ୍କ ଘରକୁ ଚାଲିଯାଇଥିଲେ। ସେହି ସମୟରେ ସେନାରେ କାର୍ଯ୍ୟରତ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଗାଁ ଲୋକମାନେ ତାଙ୍କ ଶରୀରକୁ ନେଇ ଫେରୁଥିଲେ। ଗର୍ଭବତୀ ମହିଳା ଏହି ଦୃଶ୍ୟ ଦେଖି ସହ୍ୟ କରି ନ ପାରି ଜୀବନ ହାରି ଦେଇଥିଲେ। ମହିଳା ଜଣକ ଯିବା ସମୟରେ ସମଗ୍ର ଗାଁକୁ ଅଭିଶାପ ଦେଇ କହିଥିଲେ ଯେ ଏହି ଗାଁରେ ଦୀପାବଳି କେବେ ପାଳନ କରାଯିବ ନାହିଁ। ସେବେଠାରୁ, ଗାଁ ଲୋକମାନେ ଏହି ଉତ୍ସବ ପାଳନ କରିନାହାଁନ୍ତି।

ସାମ୍ମୁ ଗାଁର ବାସିନ୍ଦା ରଘୁବୀର ସିଂହ ରଙ୍ଗଡା ବ୍ୟାଖ୍ୟା କରିଛନ୍ତି, ‘ପିଲାଟି ଦିନରୁ ମୁଁ ଶୁଣି ଆସିଛି ଆମ ଗାଁରେ କେବେ ଦୀପାବଳି ପର୍ବ ପାଳନ କରାଯାଏ ନାହିଁ। ଯେକେହି ବି ଦୀପାବଳି ପାଳନ କରିବାକୁ ଚେଷ୍ଟା କରନ୍ତି ତା’ପରେ ଗାଁରେ ଆକାଳ ମୃତ୍ୟୁ ଘଟଣା କିମ୍ବା କୌଣସି ଦୁର୍ଭାଗ୍ୟଜନକ ପରିସ୍ଥିତି ଉପୁଜିଥାଏ।  

ଗ୍ରାମବାସୀ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ଅନେକ ଥର ଚେଷ୍ଟା କରିଛନ୍ତି, ପୂଜାପାଠ ମଧ୍ୟ କରିଛନ୍ତି, କିନ୍ତୁ କୌଣସି ଲାଭ ପାଇ ପାରିନାହାଁନ୍ତି। ପ୍ରତ୍ୟେକ ଦୀପାବଳିରେ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଠେ ଯେ ଗାଁ କେବେ ଏହି ଅଭିଶାପରୁ ମୁକ୍ତି ପାଇବ।"

ଅଧିକପଢ଼ନ୍ତୁ:ଦୀପାବଳିରେ ଏହି ଗାଁରେ ଶୋକ ପାଳନ୍ତି ଲୋକେ

Himachal Pradesh Not Celebrated Diwali

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe