white-monkey-spotted-in-himachal-pradesh Photograph: (@sambad.in)
White Monkey: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭରମୌରସ୍ଥିତ ତାଣ୍ଡାର ଘଞ୍ଚ ଜଙ୍ଗଲରେ ଏକ ବିରଳ "ଧଳା ମାଙ୍କଡ଼" ଦେଖାଦେଇଛି। ପ୍ରଥମ ଥର ଏଭଳି ଏକ ମାଙ୍କଡ଼ ଦେଖାଯାଇଛି।
ବିରଳ ମାଙ୍କଡ଼ ଦେଖି ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ
ତାଣ୍ଡାର ରେଞ୍ଜର ବନ ଅଧିକାରୀ କୁଶଳ କୁମାର ଧୁନ୍ଧ କହିଛନ୍ତି, ‘ବନବିଭାଗର ଦଳ ଜଙ୍ଗଲରେ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଏଭଳି ଏକ ମାଙ୍କଡ଼କୁ ଦେଖିବାକୁ ପାଇଥିଲେ। ଏହି ମାଙ୍କଡ଼ ତାର ମା’ ପିଠି ଉପରେ ବସିଥିଲା। ଉକ୍ତ ମାଙ୍କଡ଼ଟି ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ଧଳା।’
ଅଧିକ ପଢ଼ନ୍ତୁ: ୨ଛାତ୍ରଙ୍କ ମୃତ୍ୟୁ ଘଟଣା: କ୍ଷତିପୁରଣ ଦାବିରେ ରାସ୍ତାରେ ଜଳିଲା ନିଆଁ
ହିମାଚଳ ଜଙ୍ଗଲରେ ଧଳା ମାଙ୍କଡ଼
ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ସ୍ଥାନୀୟ ବନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ନୂତନ କିମ୍ବା ବିଦେଶୀ ପ୍ରଜାତିର ମାଙ୍କଡ଼ ନୁହେଁ। ଏହା "ଆଲବିନିଜମ୍" ନାମକ ଜେନେଟିକ୍ ରୋଗରେ ପୀଡିତ ଏକ ସାଧାରଣ "ରିସସ୍ ମକାକ୍"।ଏହି ଅବସ୍ଥାରେ ଶରୀରରେ ମେଲାନିନ୍ ଉତ୍ପାଦନ ହୁଏ ନାହିଁ। ଏହି କାରଣରୁ ଏହି ମାଙ୍କଡ଼ ସମ୍ପୂର୍ଣ୍ଣ ରୁପେ ଧଳା ଦେଖାଯାଉଛି।
ଏହା କେଉଁ ପ୍ରଜାତିର ମାଙ୍କଡ଼?
ଏପରି ଏକ ବିରଳ ଧଳା ରିସସ୍ ମକାକ୍ ମାଙ୍କଡ଼ ୨୦୨୨ ମସିହାରେ ଭାରତରେ କେବଳ ଥରେ ଆସାମରେ ଦେଖାଯାଇଥିଲା। ହିମାଚଳର ତାଣ୍ଡା ଜଙ୍ଗଲରେ ଏଭଳି ମାଙ୍କଡ଼ ନଜର ଆସିବା ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଜଙ୍ଗଲରେ ଏଭଳି ପ୍ରାଣୀ ଦେଖାଯିବା ଏକ ଶତାବ୍ଦୀରେ ଥରେ ଘଟେ। ଏହି ବିରଳ ପ୍ରାଣୀର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବନ ବିଭାଗ ଏବେ ଅଞ୍ଚଳ ଉପରେ ଟିକନିଖ ନଜର ରଖିଛି।
ଅଧିକପଢ଼ନ୍ତୁ:କ୍ରିକେଟ ଛଡ଼ା ଅନ୍ୟ କିଛି ଚିନ୍ତା କରି ମୁଁ ନିଜକୁ କଷ୍ଟ ଦେବାକୁ ଚାହୁଁନାହିଁ
Follow Us