ବୁଲ୍ଗେରିଆରର ମାଡାରା, ଏକ ପାହାଡ଼ର ପଥର କାନ୍ଥରେ ଖୋଦିତ ଅଶ୍ବାରୋହୀ ଭାସ୍କର୍ଯ୍ୟ ପାଇଁ ପ୍ରସିଦ୍ଧ। ସପ୍ତମ ଶତାବ୍ଦୀର ଶେଷ ଭାଗରେ ବୁଲ୍ଗେର ଖାନ ତରଭେଲ୍ ରାଜବ˚ଶର ଶାସନ କାଳରେ ଅଶ୍ବାରୋହୀ ଭାସ୍କର୍ଯ୍ୟଟି ଖୋଦିତ ହୋଇଥିଲା। ଭୂମିଠାରୁ ପ୍ରାୟ ପଞ୍ଚସ୍ତରି ଫୁଟ୍ ଉଚ୍ଚତାରେ ସେଇଟି ଦେଖିବାକୁ ମିଳେ। ଅଶ୍ବରୋହୀଙ୍କ ଦ୍ବାରା ସି˚ହ ଶିକାର ଦୃଶ୍ୟଟି କାଳକ୍ରମେ ନିଜର ମୂଳ ଚମକ ହରାଇସାରିଛି। ପ୍ରାକୃତିକ ଭାବେ କ୍ଷୟ ହୋଇଚାଲିଛି। ବୁଲ୍ଗେରିଆକୁ କିରସ୍ତାନଙ୍କ ଆଗମନ ପୂର୍ବରୁ ମାଡାରା ବୁଲ୍ଗେର୍ ଖାନମାନଙ୍କ ପାଇଁ ଏକ ପବିତ୍ର ସ୍ଥଳୀ ଥିଲା। ବୁଲ୍ଗେରିଆନ୍ମାନେ ନବମ ଶତାବ୍ଦୀରେ ବହୁ ସ˚ଖ୍ୟାରେ କିରସ୍ତାନ ଧର୍ମ ଗ୍ରହଣ କରିବା ସହ ସେଠାରେ ତୁର୍କ୍ମାନଙ୍କର ରାଜୁତି ଶେଷ ହୋଇଥିଲା। ମାଡାରା ଅଶ୍ବାରୋହୀ ଭାସ୍କର୍ଯ୍ୟ ଇଉରୋପ୍ରେ ଅଦ୍ବିତୀୟ। ଏ ଭଳି ପ୍ରସ୍ତର ଖୋଦେଇ ଭାସ୍କର୍ଯ୍ୟ ଇଉରୋପ୍ରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। ୧୯୭୯ରେ ଏହାକୁ ବିଶ୍ବ ଐତିହ୍ୟ ମାନ୍ୟତା ମିଳିଥିଲା। ପରବର୍ତ୍ତୀ କାଳରେ ମାଡାରା ଅଶ୍ବାରୋହୀ ଛବି ଥିବା ମୁଦ୍ରା ବୁଲ୍ଗେରିଆରେ ପ୍ରଚଳନ କରାଯାଇଥିଲା।
ବିଶ୍ବ ଐତିହ୍ୟ, ମାଡାରା
/sambad/media/post_attachments/wp-content/uploads/2019/11/sf56gh4sf9h874sf89h7sf89h74sf86h4sf56h4sf56h4s56f4hs56f4h6s5f4h6sf54hsf64h.jpg)