କଟକ: ବାରବାଟୀ ମ୍ୟାଚ୍ ପାଇଁ କଟକ ରେଳ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଟ୍ରେନ୍ ଯୋଗେ ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ବାହାରୁ ଦର୍ଶକ ଆସିବାର ସମ୍ଭାବନା ଥିବାରୁ ଉଭୟ ଜିଆର୍‌ପି ଓ ଆରପିଏଫ୍‌ ପକ୍ଷରୁ ୩୦ ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟ୍‌ଫର୍ମରେ ମୁତୟନ କରାଯାଇଛି। ଏହି ଟିମ୍ ସୋମବାର ରାତିରୁ ମୁତୟନ ହୋଇଛନ୍ତି। ଏହାବାଦ୍ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ କଟକ ରେଳ ଷ୍ଟେସନ୍‌ରୁ ‘ଆମ ବସ୍’ ସିଧାସଳଖ ବାରବାଟୀ ଷ୍ଟାଡିୟମ୍‌କୁ ଚଳାଚଳ କରିବ। ଏହି ବସ୍ ସେବା ଅପରାହ୍ଣ ୩ଟା ୩୦ ପରେ ଚାଲିବାକୁ ଥିବା ବେଳେ ବସ୍ ଭଡ଼ା ୪୦ ଟଙ୍କା ଓ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଆସନ୍ତାକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହେବାକୁ ଯାଉଥିବା ବେଳେ କଟକ ଷ୍ଟେସନ୍‌ରେ ୧୧୦ଟି ଉଭୟ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ଚାଲିବାକୁ ଯାଉଛି। ଯେଉଁ ଟ୍ରେନ୍‌ଗୁଡ଼ିକ କଟକ ଷ୍ଟେସନ୍‌ରେ ଅଟକିବ ଯାତ୍ରୀ ଓହ୍ଲାଇବା ସମୟରେ ସେମାନଙ୍କୁ ଆରପିଏଫ୍ ଓ ଜିଆରପି ଟିମ୍ ସ୍ବାଗତ କରିବ।

Advertisment

Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ‌ହେଉନି ୯୪୨ ଶିକ୍ଷକ ପଦବି

ଆରପିଏଫ୍ ପକ୍ଷରୁ ୨୦ ଜଣ ଓ ଜିଆର୍‌ପିର ୧୦ ପୁଲିସ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜନ କରାଯାଇଛି। ଏମାନେ ଯାତ୍ରୀ ସୁରକ୍ଷା ସହିତ ଭିଡ଼ ନିୟନ୍ତ୍ରଣରେ ମଧ୍ୟ ନିୟୋଜିତ ହେବେ। ଗେଟ୍ ନମ୍ବର-୧ରେ ବ୍ୟାଗ୍ ସ୍କାନିଂ ମେସିନ୍ ଲଗାଯାଇଛି। ପ୍ରତ୍ୟେକ ଯାତ୍ରୀ ଆଣୁଥିବା ବ୍ୟାଗଗୁଡ଼ିକୁ ସ୍କାନିଂ କରାଯାଉଛି। ପ୍ଲାଟ୍‌ଫର୍ମରେ ମାଇକ୍‌ ଯୋଗେ ଚୋରି, ଛିନତାଇ ସମ୍ପର୍କରେ ଯାତ୍ରୀଙ୍କୁ ସତର୍କ କରାଯାଉଛି। ଆରପିଏଫର ଏକ ସହାୟତା ନମ୍ବର ଜାରି କରାଯାଇଛି। ପ୍ଲାଟ୍‌ଫର୍ମରେ ଏକ ଡିସପ୍ଲେ ମାଧ୍ୟମରେ ପୁଲିସ ସହାୟତା ନମ୍ବର ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି। କୌଣସି ଅଘଟଣ ଘଟିଲେ ତୁରନ୍ତ ଯାତ୍ରୀମାନେ ଆରପିଏଫ୍‌ର ସହଯୋଗ ନେଇପାରିବେ। 

ମ୍ୟାଚ୍ ପାଇଁ ଷ୍ଟେସନରେ ବଢ଼ିଲା ସୁରକ୍ଷା

ଆର୍‌ପିଏଫ୍‌ର ଖୋଲିଲା କଣ୍ଟ୍ରୋଲ୍‌ ରୁମ୍‌

ଅନ୍ୟପଟେ ଭୁବନେଶ୍ବର ଓ କଟକ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କ ଯାତାୟତରେ ଯେଭଳି କୌଣସି ସମସ୍ୟା ନହୁଏ ସେଥିପାଇଁ ସିଧା ବାରବାଟୀ ଷ୍ଟାଡିୟମ୍‌ ଯାଏ ଆମ ବସ୍ ଚଳାଚଳ କରିବ। ମୋଟ ୨୦ଟି ‘ଆମ ବସ୍’ ଚଳାଚଳ କରିବ। ତେବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାରବାଟୀ ଷ୍ଟାଡିୟମ ଅପରାହ୍ନ ୩ଟା ୩୦ରେ ଛାଡ଼ିବ। ଏହି ନନ୍ ଏସି ବସ୍ ଯାତ୍ରୀ ପିଛା ୪୦ ଟଙ୍କା ଲେଖାଏଁ ଆଦାୟ କରିବ। ତେବେ ଏହି ବସ୍ ଜୟଦେବବିହାର ଛକ-କିଟ୍ ଛକ, ନନ୍ଦନକାନନ, ଜୁଡିସିଆଲ୍ ଏକାଡେମୀ, ସତୀଚଉରା ଦେଇ ଚଳାଚଳ କରିବ। ବାରବାଟୀ ଷ୍ଟାଡିୟମ୍‌ରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଯାଏ ସମାନ ରାସ୍ତାରେ ଅପରାହ୍ନ ୩ଟା ୩୦ରେ ବସ୍ ଯିବ। ଏହାର ଯାତ୍ରୀ ଭଡ଼ା ବି ସମାନ ରହିଛି। ସେହିଭଳି ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ବାରବାଟୀ ଷ୍ଟାଡିୟମ୍‌ ସେହି ସମୟରେ ଚାଲିବାକୁ ଥିବା ବସ୍ ବାଣୀବିହାର ସ୍କୋୟାର୍‌, ରସୁଲଗଡ଼, ନଖରା, ଲିଙ୍କରୋଡ, ସିଏନବିଟି, ଜୁଡିସିଆଲ୍ ଏକାଡେମି, ସତୀଚଉରା ଦେଇ ବାରବାଟୀରେ ପହଞ୍ଚିବ।

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ସମାନ ସମୟରେ ବାରବାଟୀ ଷ୍ଡାଡିୟମ୍‌ରୁ ଭୁବନେଶ୍ବର ରେଳ ଷ୍ଟେସନ ଚାଲିବାକୁ ଥିବା ବସ୍ ସମାନ ରାସ୍ତାରେ ଯିବ। ବାରବାଟୀରୁ କଟକ ରେଳ ଷ୍ଟେସନ୍‌କୁ ଅପରାହ୍ନ ୪ଟାରେ ଚାଲିବାକୁ ଥିବା ବସ୍ ସତୀଚଉରା, ଜୁଡିସିଆଲ ଏକାଡେମୀ, ସିଏନ୍‌ବିଟି, ଓଏମ୍‌ପି ଛକ ଦେଇ ଯିବ। ସେହିଭଳି କଟକ ରେଳ ଷ୍ଟେସନରୁ ସମାନ ସମୟରେ ସେହି ରାସ୍ତାରେ ବସ୍ ଯିବ। ତେବେ ବାରବାଟୀ ଷ୍ଟାଡିୟମ୍‌ ଓ ରେଳ ଷ୍ଟେସନ ଭିତରେ ଚଳାଚଳ ହେବାକୁ ଥିବା ନନ୍‌-ଏସି ବସରେ ଯାତ୍ରୀ ଭଡ଼ା ୨୦ ଟଙ୍କା ରହିଛି। ସିଏନବିଟିକୁ ପୂର୍ବ ଭଳି କଟକ-ଭୁବନେଶ୍ବର ରାସ୍ତାରେ ଚଳାଚଳ କରୁଥିବା ୧୬୦ଟି ବସ୍ ଚାଲିବ। ଏହି ବସ୍‌ ପାଖାପାଖି ୪୫୦ ଟ୍ରିପ୍ କରିବ। ଯେଉଁମାନେ ସିଏନବିଟିରେ ଓହ୍ଲାଇବାକୁ ଚାହିଁବେ କିମ୍ବା ସିଏନବିଟିରୁ ଭୁବନେଶ୍ବର ଯିବାକୁ ଚାହାନ୍ତି, ସେମାନେ ପୂର୍ବ ଭଳି ଯାଇପାରିବେ ବୋଲି ସୂଚନା ମିଳିଛି।