Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

Advertisment

ଜୟଜଗନ୍ନାଥ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ୨୯ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ୍‌ କପ୍‌ର ଉଦ୍‌ଘାଟନୀ ଅବସରରେ ଭିଏସ୍‌ଏ ଝାଡ଼ଖଣ୍ଡର ଦେଓଘର ଏବଂ କୋଲକାତାର ଏସ୍‌ସିଏ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯାଇଥିଲା।

ଜୟଜଗନ୍ନାଥ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ୨୯ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ୍‌ କପ୍‌ର ଉଦ୍‌ଘାଟନୀ ଅବସରରେ ଭିଏସ୍‌ଏ ଝାଡ଼ଖଣ୍ଡର ଦେଓଘର ଏବଂ କୋଲକାତାର ଏସ୍‌ସିଏ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯାଇଥିଲା।

Cricket2

29th All India Jai Jagannath Cricket Cup inaugurated in Sunday. Photograph: (sambad.in)

ବୀରମହାରାଜପୁର: ଭାରତୀୟ ଲୋକେ କ୍ରିକେଟ୍‌କୁ ବହୁତ ଭଲ ପାଆନ୍ତି, ଏକଥା ସମଗ୍ର ବିଶ୍ବ ଜାଣିଛି। ଗାଁଠୁ ସହର ଯାଏଁ ସବୁ‌ଆଡ଼େ କ୍ରିକେଟ୍‌ର କ୍ରେଜ୍‌ ଏହି ଦେଶରେ ହିଁ ଅଧିକ ଦେଖିବାକୁ ମିଳିଥାଏ। ଏକଥାକୂ କେହି ଅସ୍ବୀକାର କରିପାରିବେ ନାହିଁ। କ୍ରିକେଟ୍‌କୁ ଭାରତୀୟମାନେ ‌କେତେ ଭଲପାଆନ୍ତି, ସେହି ଦୃଶ୍ୟ ଅନ୍ତର୍ଜାତୀୟ ସ୍ତରୀୟ ଷ୍ଟାଡିୟମର ଗ୍ୟାଲେରିରେ ଦେଖିବାକୁ ମିଳେ। କିନ୍ତୁ କ୍ରିକେଟ୍‌ ପ୍ରତି ଭାରତର ଗ୍ରାମାଞ୍ଚଳର ଲୋକ ଓ ପ୍ରଶଂସକମାନେ କେତେ ଯେ ଉତ୍ସର୍ଗୀକୃତ ଏବଂ ସମର୍ପିତ ତାହା ଏଠାରେ ଉପସ୍ଥାପିତ କିଛି ଚିତ୍ର ହିଁ କହୁଛି। 

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜୟଜଗନ୍ନାଥ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ୨୯ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ୍‌ କପ୍‌ର ଉଦ୍‌ଘାଟନୀ ଅବସରରେ ଭିଏସ୍‌ଏ ଝାଡ଼ଖଣ୍ଡର ଦେଓଘର ଏବଂ କୋଲକାତାର ଏସ୍‌ସିଏ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ମହିଳା ଖେଳାଳିଙ୍କୁ ନେଇ ଏହି ମ୍ୟାଚ୍‌ର ଆୟୋଜନ କରାଯାଇଥିବାରୁ ଦୂରଦୂରାନ୍ତରୁ ଦର୍ଶକଙ୍କ ଆଗମନ ହୋଇଥିଲା। ସୋମବାର ଠାରୁ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ମ୍ୟାଚ୍‌ଗୁଡ଼ିକ ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ। ସୋମବାର ମ୍ୟାଚ୍‌ରେ ସୋନପୁରକୁ ଭୁବନେଶ୍ବରର ସ୍ପାର୍ଟନ ମୁକାବିଲା କରିବ।  

Cricket1

ପର୍ବ ଭଳି ଆୟୋଜନ

ଗ୍ରାମାଞ୍ଚଳର ଲୋକେ କ୍ରିକେଟ୍‌କୁ କେତେ ଭଲ ପାଆନ୍ତି, ତାହା ଏହି ପଡ଼ିଆର ବାଉଣ୍ଡ୍ରି ବାହାର ପାର୍ଶ୍ବ କହୁଛି। ପ୍ରାୟ ୧୫ ହଜାର ଦର୍ଶକ କୋଲକାତା ଏବଂ ଝଡ଼ଖଣ୍ଡର ମହିଳା ଟିମ୍‌ ମଧ୍ୟରେ ଖେଳାଯାଇଥିବା ଐତିହାସିକ ପ୍ରଦର୍ଶନୀ ମ୍ୟାଚ୍‌ର ସାକ୍ଷୀ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସଦସ ମହକୁମା ସୋନପୁର ଠାରୁ ୩୫କିଲୋମିଟର ଦୂରରେ ଆୟୋଜିତ ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରୁ ମଧ୍ୟ କ୍ରିକେଟ୍‌ପ୍ରେମୀ ଧାଇଁ ଆସନ୍ତି। ସବୁଠାରୁ ବଡ଼ କଥା ହେଲା ଶାନ୍ତି ଓ ଶୃଙ୍ଖଳାର ସହିତ ମ୍ୟାଚ୍‌ ଦେଖିବା ଏବଂ କ୍ରିକେଟ୍‌କୁ ସମ୍ମାନ ଦେବା। ଲୁତୁରପଙ୍କ ଗ୍ରାମବାସୀ ମଧ୍ୟ ସ୍ଥାନୀୟ କ୍ଲବକୁ ବିପୁଳ ସମର୍ଥନ ଦେଇ ଆସୁଛନ୍ତି। ଏଠାରେ ପଡ଼ିଆରେ ସିନା ଖେଳ ହେଉଛି, କିନ୍ତୁ ଅନେକଙ୍କ ମତରେ ଏହା ଏକ ପର୍ବ ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ମ୍ୟାଚ ସମୟରେ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ପାରଂପରିକ ବାଦ୍ୟ ସମେତ ଇଲେକ୍‌ଟ୍ରୋନିକ୍‌ ସାଉଣ୍ଡ ପରିବେଶକୁ ଆହୁରି ଖୁସି ଆଣିଦେଉଛି। ସେହିପରି ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ଓ ଇଂରାଜିରେ ମ୍ୟାଚ୍‌ର ଧାରାବିବରଣୀ  ଦର୍ଶକଙ୍କ ମନେରେ ଉତ୍ସାହ ଭରି ଦେଉଥିଲା। ମଝିରେ ମଝିରେ ପୁଣି ଜୟ ଜଗନ୍ନାଥ ଶ୍ଲୋଗାନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲା।

ଆହୁରି ପଢ଼ନ୍ତୁ: NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍

Cricket

କ’ଣ କହିଲେ ଦୁଇ ଅଧିନାୟିକ

ପ୍ରଦର୍ଶନୀ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଝାଡ଼ଖଣ୍ଡର ଅଧିନାୟିକା ସୋନିଆ କୁମାରୀଙ୍କ କହିଛନ୍ତି, ମୋର କ୍ରିକେଟ୍‌ କ୍ୟାରିୟର ଭିତରେ ଅନେକ ରାଜ୍ୟକୁ ମ୍ୟାଚ୍‌ ଖେଳିବାକୁ ଯାଇଛି। ବାହାର ରାଜ୍ୟର ଗ୍ରାମାଞ୍ଚଳରେ ମଧ୍ୟ କ୍ରିକେଟ ଖେଳିବାର ଅଭିଜ୍ଞତା ରହିଛି। କିନ୍ତୁ ଏହି ପଡ଼ିଆରେ ଯେଉଁଭଳି ଦର୍ଶକଙ୍କ ଭିଡ଼ ରହିଛି, ଅନ୍ୟ କେଉଁଠି ଦେଖିନାହିଁ। ଏଠାକାର ବାତାବରଣ ଅନ୍ୟ ସ୍ଥାନର ତୁଳନାରେ ନିଶ୍ଚିତ ଭାବେ ସ୍ବତନ୍ତ୍ର। ସେହିପରି କୋଲକାତା ଟିମ୍‌ର ଅଧିନାୟିକା ବ୍ରିଷ୍ଟି ରୟ କହିଛନ୍ତି ଆମର ଟିମ୍‌ ମୁମ୍ବାଇ ସମେତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଖେଳିଛି। କିନ୍ତୁ ଏଠାକୁ ଆସିଥିବା ଦର୍ଶକଙ୍କ କ୍ରୀଡ଼ା ପ୍ରତି ଯେଉଁ ସକରାତ୍ମକ ମନୋଭାବ ଅନ୍ୟ ଜାଗାରେ କ୍ବଚିତ ଦେଖିବାକୁ ମିଳିଥାଏ। ଗ୍ରାମାଞ୍ଚଳରେ ଆୟୋଜିତ ଏଭଳି ଟୁର୍ଣ୍ଣାମେଣ୍ଟରେ ଦର୍ଶକଙ୍କ ଭଲ ପାଇବା ମନେ ରହିବ। ସେମାନେ ଖେଳାଳିମାନଙ୍କୁ ବହୁତ ଉତ୍ସାହିତ କରୁଛନ୍ତି। 

cricket3

ଆହୁରି ପଢ଼ନ୍ତୁ: Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe