ଇନ୍ଦୋର: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଗୁରୁବାର ଦିନ ମେଘାଳୟ ବିପକ୍ଷରେ ଧୂଆଁଧାର ଇନିଂସ୍ ଖେଳି ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।
ସୟଦ ମୁସ୍ତାକ ଅଲି ଟ୍ରଫିରେ ଏହା ଅଭିଷେକଙ୍କ ଚତୁର୍ଥ ଶତକ। ଏହା ସହିତ ସେ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ଟି-୨୦ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ସେ ୨୯ ବଲରେ ଅପରାଜିତ ୧୦୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୮ ଚୌକା ଓ ୧୧ ଛକା ଥିଲା।
ଅଭିଷେକ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଲେଣ୍ଡର ବର୍ଷରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ଟି-୨୦ ଛକା ମାରିବାର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ୨୦୨୨ ମସିହାରେ ୪୧ ଇନିଂସରେ ସୂର୍ଯ୍ୟକୁମାର ୮୫ ଛକା ମାରିଥିଲେ ଏବଂ ଅଭିଷେକ ଚଳିତ ବର୍ଷ ମାତ୍ର ୩୮ ଇନିଂସରେ ୮୬ ଛକା ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ଏହି ସଫଳତା ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ: ମୋଦୀ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରଶଂସା କଲେ ପୁଟିନ
Follow Us