Adelaide Test: ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ଆଡିଲେଡ୍ ଟେଷ୍ଟ୍

Advertisment

ଏ ବର୍ଷର ଆସେସ୍‌ରେ ଇଂଲଣ୍ଡର ଶୋଚନୀୟ ସ୍ଥିତି ଜାରି ରହିଛି।  ‘ବାଜ୍‌ବଲ୍’ର ଆକ୍ରମଣାତ୍ମକ ଶୈଳୀ ଲଗାତାର ଫ୍ଲପ୍ ମାରୁଥିଲା ବେଳେ ପର୍ଥ ଓ ବ୍ରିସବେନ୍ ଭଳି ଆଡିଲେଡ୍‌ରେ ମଧ୍ୟ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ....

ଏ ବର୍ଷର ଆସେସ୍‌ରେ ଇଂଲଣ୍ଡର ଶୋଚନୀୟ ସ୍ଥିତି ଜାରି ରହିଛି।  ‘ବାଜ୍‌ବଲ୍’ର ଆକ୍ରମଣାତ୍ମକ ଶୈଳୀ ଲଗାତାର ଫ୍ଲପ୍ ମାରୁଥିଲା ବେଳେ ପର୍ଥ ଓ ବ୍ରିସବେନ୍ ଭଳି ଆଡିଲେଡ୍‌ରେ ମଧ୍ୟ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ....

gjdgjdgjbcnbn

ଆଡିଲେଡ୍: ଏ ବର୍ଷର ଆସେସ୍‌ରେ ଇଂଲଣ୍ଡର ଶୋଚନୀୟ ସ୍ଥିତି ଜାରି ରହିଛି।  ‘ବାଜ୍‌ବଲ୍’ର ଆକ୍ରମଣାତ୍ମକ ଶୈଳୀ ଲଗାତାର ଫ୍ଲପ୍ ମାରୁଥିଲା ବେଳେ ପର୍ଥ ଓ ବ୍ରିସବେନ୍ ଭଳି ଆଡିଲେଡ୍‌ରେ ମଧ୍ୟ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଆଧିପତ୍ୟଭରା ବିଜୟ ଦ୍ବାର ଦେଶରେ ପହଞ୍ଚିଯାଇଛି। ତା’ ସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୦ର ଅପରାଜେୟ ଅଗ୍ରଣୀ ଲାଭ କରି ଆସେସ୍‌କୁ ନିଜ ପାଖରେ ରଖିବାଠାରୁ ମାତ୍ର ୪ ୱିକେଟ୍ ଦୂରରେ ରହିଛି କଙ୍ଗାରୁ ଦଳ। 

No Petrol Without Pollution Certificate: ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ପେଟ୍ରୋଲ୍ ନାହିଁ... ତେଲ ପାଇଁ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍

ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ସ୍କୋର୍ ୨୭୧/୪ରୁ ଶନିବାରର ଖେଳ ଆରମ୍ଭ କରି ଆଉ  ୭୮ ଭିତରେ  ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା। ଶତକ ହାସଲକାରୀ ତଥା ଅପରାଜିତ ବ୍ୟାଟର୍ ଟ୍ରାଭିସ୍ ହେଡ୍ ବ୍ୟକ୍ତିଗତ ସ୍କୋର୍‌ରେ ଆଉ ୨୮ ରନ୍ ଯୋଡ଼ି ୧୭୦ ରନ୍‌ରେ ଆଉଟ୍ ହୋଇଥିଲେ। ଫଳରେ ଦ୍ବିଶତକଠାରୁ ୩୦ ରନ୍ ଦୂରରେ ରହିଯାଇଥି‌ଲେ। ଅନ୍ୟତମ ଅପରାଜିତ ବ୍ୟାଟର୍ ଆଲେକ୍ସ କେରି ମଧ୍ୟ ୨୦ ରନ୍ ଯୋଡ଼ି ୭୨ ରନ୍‌ରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଫଳରେ ସେ ବି ୨୮ ରନ୍‌ ବ୍ୟବଧାନରେ ଶତକରୁ ବଞ୍ଚିତ ହୋଇଥିଲେ। ହେଡ୍ ଆଉଟ୍ ହେବାର ୩୮ ରନ୍ ଭିତରେ କିନ୍ତୁ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ଶେଷ ହୋଇଯାଇଥିଲା।

ଫଳରେ ଇଂଲଣ୍ଡ ସମ୍ମୁଖରେ ୪୩୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଇଂଲଣ୍ଡ ମାତ୍ର ୪ ରନ୍‌ରେ ଓପନର୍ ବେନ୍ ଡକେଟ୍‌ଙ୍କୁ ଝଟ୍‌କାରୁ ଆଦୌ ବାହାରି ପାରି ନଥିଲା। ଅଧିନାୟକ ବେନ୍ ଷ୍ଟୋକ୍ସ ମଧ୍ୟ ୫ ରନ୍ ଆଗକୁ ବଢ଼ି ପାରି ନଥିଲେ। ଏପରିକି ଅନ୍ୟତମ ଓପନର୍ ଜ୍ୟାକ୍ କ୍ରଲିଙ୍କ ୮୫ ରନ୍ ସତ୍ତ୍ବେ ଆଜି ଚତୁର୍ଥ ଦିନ ଷ୍ଟମ୍ପ୍ସ ସୁଦ୍ଧା ୨୦୭ ରନ୍‌ରେ ୬ ୱିକେଟ୍ ହରାଇ ସଂଘର୍ଷ କରିଥିଲେ। ଇଂଲଣ୍ଡକୁ ଏବେ ଶୃଙ୍ଖଳା ବଞ୍ଚାଇବା ଲାଗି ପଞ୍ଚମ ତଥା ‌‌ଶେଷ ଦିନରେ ୨୨୮ ରନ୍‌ର ଦରକାର ଥିଲା ବେଳେ ଏହି ଦଳ ହାତରେ ମାତ୍ର ୪ ୱିକେଟ୍ ରହିଛି। ଶେଷ ବିଶେଷଜ୍ଞ ବ୍ୟାଟର୍ ଯୋଡ଼ି ଭାବେ ୱିକେଟ୍‌ରକ୍ଷକ ଜାମି ସ୍ମିଥ୍ ଓ ୱିଲ୍ ଜ୍ୟାକ୍ସ ଯଥାକ୍ରମେ ୨ ଓ ୧୧ ରନ୍‌ରେ ଅପରାଜିତ ରହିଛନ୍ତି। ଏହା ପୂର୍ବରୁ ଆଲେକ୍ସ କ୍ୟାରିଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ପାଳିରେ ୩୭୧ ରନ୍ କରିଥିଲା। ପୁଣି ଇଂଲଣ୍ଡକୁ ୨୮୬ ରନ୍‌ରେ ଅଲ୍‌ଆଉଟ୍ କରି ଦେଇ ୮୫ ରନ୍‌ରେ ଆଗୁଆ ରହିଥିଲା। 

Highmast light Without Electricity: ହାଇମାଷ୍ଟ୍ ଲାଇଟ୍‌ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ

ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି-୩୭୧। ଇଂଲଣ୍ଡ ପ୍ରଥମ ପାଳି-୨୮୬। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି-୮୪.୪ ଓଭରରେ ୩୪୯ (ଟ୍ରାଭିସ୍‌ ହେଡ୍‌ ୧୭୦, ଆଲେକ୍ସ କ୍ୟାରି ୭୨, ଉସ୍‌ମାନ ‌ଖୱାଜା ୪୦, ଜୋସ୍‌ ଟଙ୍ଗ ୪/୭୦, ବ୍ରାଏଡନ୍‌ କାର୍ସ ୩/୮୦, ୱିଲ୍‌ ଜାକ୍‌ ୧/୧୦୭)। ଇଂଲଣ୍ଡ ଦ୍ବିତୀୟ ପାଳି-୬୩ ଓଭରରେ ୨୦୭/୬ (ଜ୍ୟାକ୍ କ୍ରଲି ୮୫, ଜୋ ରୁଟ୍ ୩୯, ହ୍ୟାରି ବ୍ରୁକ୍ ୩୦, ପ୍ୟାଟ୍ କମିନ୍ସ ୩/୨୪, ନାଥନ ଲାୟନ ୩/୬୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe