IND vs AUS LIVE: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ, ବ୍ୟାଟିଂ କରିବ ଭାରତ

ପ୍ରଥମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇନେବା ପରେ ଦ୍ବିତୀୟ T20Iରେ ଆଜି ଭାରତ-ଅଷ୍ଟ୍ରେଲିଆ ଚର୍ଚ୍ଚିତ ମେଲ୍‌ବର୍ଣ୍ଣ କ୍ରିକେଟ୍ ପଡ଼ିଆ (ଏମ୍‌ସିଜି)ରେ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ।

T-20 MATCH

Australia Win Toss Photograph: (Getty Images)

ମେଲ୍‌ବର୍ଣ୍ଣ: ପ୍ରଥମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇନେବା ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଆଜି ଭାରତ-ଅଷ୍ଟ୍ରେଲିଆ ଚର୍ଚ୍ଚିତ ମେଲ୍‌ବର୍ଣ୍ଣ କ୍ରିକେଟ୍ ପଡ଼ିଆ (ଏମ୍‌ସିଜି)ରେ ମୁହାଁମୁହିଁ ହୋଇଛନ୍ତି । ୯୦,୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ଏହି ମ୍ୟାଚ୍‌କୁ ଆହୁରି ରୋଚକ ଓ ରୋମାଞ୍ଚକ କରିବ ବୋଲି ଆଶା କରାଯାଉଛି। ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ସୂର୍ଯ୍ୟକୁମାର ଯାଦବ। ଅନ୍ୟପକ୍ଷ‌ରେ ଅଷ୍ଟ୍ରେଲିଆ ଦଳର ଦାୟିତ୍ୱରେ ଅଛନ୍ତି ମିଚେଲ ମାର୍ଶ।

ବର୍ଷା ସାଜିପାରେ ବାଧକ

ତେବେ ମେଲ୍‌ବର୍ଣ୍ଣରେ ଦିନ ସାରା ଝିପି ଝିପି ବର୍ଷା ହେବା ସହ ସଂଧ୍ୟାରେ ବି ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏହା ଉଭୟ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇପାରେ। ଏଥିପାଇଁ ମ୍ୟାଚ୍‌ରେ ମଧ୍ୟ ଏକାଧିକ ବର୍ଷା ବ୍ୟାଘାତ ଦେଖିବାକୁ ମିଳିପାରେ। 

ପରିସ୍ଥିତି ଯାହା ହେଉନା କାହିଁକି ଏହି ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ଦଳ ନିର୍ଭୀକ କ୍ରିକେଟ୍ ଖେଳିବ। ଯାହାର ଝଲକ ଶୃଙ୍ଖଳା ଆରମ୍ଭରୁ ଅର୍ଥାତ୍ ପ୍ରଥମ ଟ୍ବେଣ୍ଟି-୨୦ରେ ଦେଖିବାକୁ ମିଳି ସାରିଛି। କାନବେରାରେ ଲଗାଣ ବର୍ଷା ପାଇଁ ଭାରତ ପାଳିର ୯.୪ ଓଭର ପରେ ମ୍ୟାଚ୍ ବାତିଲ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା କିନ୍ତୁ ଏହି ମ୍ୟାଚ୍‌ର ସବୁଠୁ ସକାରାତ୍ମକ ଦିଗ ଥିଲା। 

ଭାରତୀୟ ଟିମ୍: ଅଭିଷେକ ଶର୍ମା, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମ୍‌ସନ୍ (ୱିକେଟ୍‌ରକ୍ଷକ), ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍‌ରା। 
ଅଷ୍ଟ୍ରେଲିଆ ଟିମ୍: ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ଜୋସ୍ ଇଂଗ୍ଲିସ୍ (ୱିକେଟ୍‌ରକ୍ଷକ), ଟିମ୍ ଡେଭିଡ୍, ମିଚ୍ ଓଏନ୍, ମା‌ର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ସର୍ଟ, ନାଥନ୍ ଏଲିସ୍, ଜାଭିୟର ବାର୍ଟଲେଟ୍, ମାଥ୍ୟୁ କୁହ୍ନେମାନ ଏବଂ ଜୋସ୍ ହାଜେଲଉଡ୍। 

ଆହୁରି ପଢ଼ନ୍ତୁ: Jemimah Rodrigues Got Emotional: ପ୍ରତିଶୋଧମୂଳକ ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ

ଆହୁରି ପଢ଼ନ୍ତୁ: PRO suspended: ନିର୍ବାଚନ ଆଚରଣ ବିଧି ଉଲଂଘନ କରି ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe