Washington Sundar: ଆହତ ଓ୍ବାସିଂଟନ ସୁନ୍ଦରଙ୍କ ସ୍ଥାନରେ ଟିମରେ ସାମିଲ ହେଲେ ଆୟୁଷ ବାଦୋନି

Advertisment

ପେଟ ଯନ୍ତ୍ରଣା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓ୍ବାସିଂଟନ ସୁନ୍ଦର ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ବାଦୋନିଙ୍କୁ ସୁଯୋଗ ମିଳିଛି...

ପେଟ ଯନ୍ତ୍ରଣା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓ୍ବାସିଂଟନ ସୁନ୍ଦର ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ବାଦୋନିଙ୍କୁ ସୁଯୋଗ ମିଳିଛି...

washington sundar

washington sundar Photograph: (sambad.in)

ମୁମ୍ବାଇ: ପେଟ ଯନ୍ତ୍ରଣା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓ୍ବାସିଂଟନ ସୁନ୍ଦର ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ବାଦୋନିଙ୍କୁ ସୁଯୋଗ ମିଳିଛି । ଏହା ଆୟୁଷଙ୍କ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ହେବ । ସେ ରାଜକୋଟରେ ଭାରତୀୟ ଦଳ ସହ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରାଜକୋଟରେ ହିଁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ।

ଆହୁରି ପଢନ୍ତୁ- Raj Thackeray: ରାଜ୍‌ ଠାକ୍‌ରେଙ୍କ ‘ରସମଲାଇ’ ମନ୍ତବ୍ୟରେ ଅନ୍ନାମଲାଇଙ୍କ ତୀବ୍ର ପ୍ରତିକ୍ରିୟା

ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ସୁନ୍ଦର ୫ ଓଭର ବୋଲିଂ କରି ୨୭ ରନ ଦେଇଥିଲେ। ଏହା ପରେ ତାଙ୍କ ବାମ ପଟ ପେଟରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ିଥିଲେ। ତେବେ ଯନ୍ତ୍ରଣା ସତ୍ତ୍ବେ ସେ ଭାରତ ପକ୍ଷରୁ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଆହତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ଏକ ଡାକ୍ତରୀ ଦଳ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଆଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢନ୍ତୁ- କାହିଁକି ନାହିଁ ଆମର ନାମ: ସ୍ଥାନୀୟ ନେତାଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ

ଆୟୁଷ ମୁଖ୍ୟତଃ ଜଣେ ପୂର୍ଣ୍ଣକାଳୀନ ବ୍ୟାଟ୍ସମ୍ୟାନ ହୋଇଥିବାବେଳେ ସାମୟିକ ଅଫସ୍ପିନ ବୋଲିଂ ମଧ୍ୟ କରିଥାନ୍ତି । ସେ ୨୭ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି ଓ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ଆଇପିଏଲରେ ସେ ଲକ୍ଷ୍ନୌ ସୁପରଜାୟାଣ୍ଟସ ପକ୍ଷରୁ ଖେଳନ୍ତି ଓ ଏପର୍ଯ୍ୟନ୍ତ ୫୬ଟି ମ୍ୟାଚ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe