Cricket: ଆଇସିସି ଭାରତୀୟ କ୍ରିକେଟ୍ ବୋର୍ଡ ଚାପ ଆଗରେ ନଇଁଯାଏ: ବାଂଲାଦେଶ

Advertisment

ବିସିସିଆଇ ଚାପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ରଖୁଥିବା ଅନ୍ୟାୟପୂର୍ଣ୍ଣ ସର୍ତ୍ତ ମାନିବୁ ନାହିଁ। ଭାରତରେ ନ ଖେଳିବା ସଂପର୍କିତ ନିଷ୍ପତ୍ତି ଅଟଳ ବୋଲି ବାଂଲାଦେଶର କ୍ରୀଡା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି।

ବିସିସିଆଇ ଚାପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ରଖୁଥିବା ଅନ୍ୟାୟପୂର୍ଣ୍ଣ ସର୍ତ୍ତ ମାନିବୁ ନାହିଁ। ଭାରତରେ ନ ଖେଳିବା ସଂପର୍କିତ ନିଷ୍ପତ୍ତି ଅଟଳ ବୋଲି ବାଂଲାଦେଶର କ୍ରୀଡା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି।

Untitled-23

ଢାକା: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରଖୁଥିବା ଅନ୍ୟାୟପୂର୍ଣ୍ଣ ସର୍ତ୍ତ ମାନିବୁ ନାହିଁ। ଭାରତରେ ନ ଖେଳିବା ସଂପର୍କିତ ନିଷ୍ପତ୍ତି ଅଟଳ ବୋଲି ବାଂଲାଦେଶର କ୍ରୀଡା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି।

ଢାକାସ୍ଥିତ ସଚିବାଳୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯଦି ଆଇସିସି ଭାରତୀୟ କ୍ରିକେଟ୍ ବୋର୍ଡ ଚାପ ଆଗରେ ନଇଁଯାଏ ଓ ବାଂଲାଦେଶ ଆଗରେ ଅନ୍ୟାୟପୂର୍ଣ୍ଣ ସର୍ତ୍ତ ରଖେ ତେବେ ତାହାକୁ ଗ୍ରହଣ କରାଯିବ ନାହିଁ। ଚାପରେ ପଡ଼ି ବାଂଲାଦେଶ ଭାରତ ଗସ୍ତ କରିବ ନାହିଁ। ଯଦି ବାଂଲାଦେଶ ବିଶ୍ବକପରୁ ଓହରିଯାଏ ତେବେ ସ୍କଟଲାଣ୍ଡକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ ଯେ ଏ ନେଇ କୌଣସି ଔପଚାରିକ ନିଷ୍ପତ୍ତି ସଂପର୍କରେ ଆଇସିସି ଜଣାଇନାହିଁ। ପୂର୍ବରୁ ଉଦାହରଣ ରହିଛି ଯେ ଭାରତ ପାକିସ୍ତାନକୁ ଗସ୍ତ କରିବାକୁ ମନା କରିବାରୁ ତାହାର ମ୍ୟାଚଗୁଡ଼ିକୁ ପାକିସ୍ତାନ ବାହାରକୁ ନିଆଯାଇଥିଲା। ଏହି ଦୃଷ୍ଟିରୁ ଆମର ଦାବି ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Lashkar is preparing for a Mumbai-like attack: ମୁମ୍ବାଇ ଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଲସ୍କର! ଆତଙ୍କବାଦୀଙ୍କୁ ପାଣି ଭିତରେ ଲଢ଼ିବା ତାଲିମ

ଭାରତକୁ ଆସିବାକୁ ମନା କରୁଛି ବାଂଲାଦେଶ

ଚଳିତ ମାସ ଆରମ୍ଭରେ ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ବାଂଲାଦେଶ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବାକୁ ମନା କରୁଛି। ଆଇସିସିର ବାରମ୍ବାର ଉଦ୍ୟମ ସତ୍ତ୍ବେ ବାଂଲାଦେଶ ନିଜ ଜିଦରେ ଅଟଳ ରହିଛି।

ଆହୁରି ପଢ଼ନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଫେରିଲେ ନବୀନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe