ନୂଆଦିଲ୍ଲୀ/ଢାକା: ଭାରତ ନିଜ ବାଂଲାଦେଶ ଗସ୍ତକୁ ସ୍ଥଗିତ ରଖିବା ଏବଂ ଆଇପିଏଲ୍ରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବା ପରେ ଏବେ ବାଂଲାଦେଶ ବି କଠୋର ହୋଇଛି। ଫେବ୍ରୁଆରି-ମାର୍ଚ୍ଚରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ବାଂଲାଦେଶ କ୍ରିକେଟ୍ ଦଳ ବି ଭାରତ ଆସିବ ନାହିଁ। ସରକାରଙ୍କ ସହ ଆଲୋଚନା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ରବିବାର ଏହି ଘୋଷଣା କରିଛି। ଆସନ୍ତା ମାସରେ ବାଂଲାଦେଶ ନିଜର ବିଶ୍ବକପ୍ ଗ୍ରୁପ୍ ପର୍ଯ୍ୟାୟର ୩ଟି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖଳିବାର କାର୍ଯ୍ୟକ୍ରମ ଥିଲା। ‘ବିଶ୍ବକପ୍ ଖେଳିବାକୁ ବାଂଲାଦେଶ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ ନାହିଁ’ ବୋଲି ବାଂଲାଦେଶର କ୍ରୀଡ଼ା ଉପଦେଷ୍ଠା ଅସିଫ୍ ନଜରୁଲ୍ ପ୍ରକାଶ କରିଛନ୍ତି।
T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?
ଅତ୍ୟନ୍ତ ସାମ୍ପ୍ରଦାୟିକ ନୀତି ଗ୍ରହଣ କରିଥିବା ଭାରତୀୟ କ୍ରିକେଟ୍ ବୋର୍ଡର ନିଷ୍ପତ୍ତିକୁ ବାଂଲାଦେଶ ସ୍ବାଗତ କରୁଛି ବୋଲି କହି ନଜରୁଲ୍ କଟାକ୍ଷ କରିଛନ୍ତି। ବାଂଲାଦେଶ କ୍ରିକେଟ୍ ବୋର୍ଡ ମଧ୍ୟ ବିଶ୍ବକପ୍ରେ ନିଜ ଭେନ୍ୟୁ ପରିବର୍ତ୍ତନ ଲାଗି ଆଇସିସି ନିକଟରେ ଆନୁଷ୍ଠାନିକ ଦାବି କରିଛି। ଆଇସିସି ଏବେ ବାଂଲାଦେଶର ଏହି ଅନୁରୋଧକୁ ତର୍ଜମା କରୁଥିବା ଜଣାପଡ଼ିଛି। ସେହିଭଳି ଆଇପିଏଲ୍ ଖେଳିବା ଲାଗି ମୁସ୍ତାଫିଜୁରଙ୍କୁ ଦେଇଥିବା ଆପତ୍ତିବିହୀନ ପ୍ରମାଣପତ୍ରକୁ ମଧ୍ୟ ବାଂଲାଦେଶ କ୍ରିକେଟ୍ ବୋର୍ଡ ବାତିଲ କରି ଦେଇଛି। ପୁଣି ବାଂଲାଦେଶରେ ଆଇପିଏଲ୍ ପ୍ରସାରଣକୁ ରୋକିବା ଲାଗି ନଜରୁଲ ଧମକ ଦେଇଛନ୍ତି। ବାଂଲାଦେଶରେ ଯେମିତି ଆଇପିଏଲ୍ ପ୍ରସାରଣ ନହୁଏ, ସେ ବ୍ୟବସ୍ଥା କରିବାକୁ ମୁଁ ଆମ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଅନୁରୋଧ କରିଛି ବୋଲି କହିଛନ୍ତି ସେ।
ସଂକଟରେ କ୍ରିକେଟ୍ ସଂପର୍କ ବାଂଲାଦେଶର ବର୍ତ୍ତମାନ ରାଜନୈତିକ ପରିସ୍ଥିତି, ବିଶେଷକରି ସେଠାରେ ଦେଖାଦେଇଥିବା ଭାରତ ବିରୋଧୀ ଜନମତ ଦୁଇଦେଶର କ୍ରିକେଟ୍ ସଂପର୍କକୁ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି। ବିସିସିଆଇର ନିର୍ଦ୍ଦେଶ କ୍ରମେ ଆଇପିଏଲ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହେମାନଙ୍କୁ ବାଦ୍ ଦିଆଯିବା ପରେ ଅଗଷ୍ଟ ମାସରେ ହେବାକୁ ଥିବା ଭାରତର ବାଂଲାଦେଶ ଗସ୍ତକୁ ଆପାତତଃ ସ୍ଥଗିତ ରଖାଯାଇଛି। ଏହି ଗସ୍ତ ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା କରିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଥିଲେ।
ସ୍ଥାନ ବଦଳାଇବା ପାଇଁ ଆଇସିସିକୁ ଅନୁରୋଧ
ଆଇପିଏଲ୍ ପ୍ରସାରଣ ରୋକିବାକୁ ଧମକ
ଭାରତୀୟ ଦଳର ବାଂଲାଦେଶ ଗସ୍ତ ୨୦୨୫ରେ ହେବାର ଥିଲା, କିନ୍ତୁ ସେଠାକାର ରାଜନୈତିକ ଓ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିଲା। ତେବେ ଶୁକ୍ରବାର ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଜାରି କ୍ରିକେଟ୍ କ୍ୟାଲେଣ୍ଡର୍ରେ ଭାରତ ଗସ୍ତକୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରି ୩ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି-୨୦ ଖେଳିବାର ଥିଲା। କିନ୍ତୁ ଏବେ ଏହି ଗସ୍ତକୁ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଯଦି ବିସିସିଆଇ ଏହି ଗସ୍ତକୁ ସମ୍ପୂର୍ଣ୍ଣ ରଦ୍ଦ କରେ, ତେବେ ତାହା ବାଂଲାଦେଶ ସହ ଭାରତର କ୍ରିକେଟ ସଂପର୍କକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କିନ୍ତୁ ଏଥିପାଇଁ ବିସିସିଆଇ ଯେତିକି ଦାୟୀ ହେବ ନାହିଁ, ତା’ଠାରୁ ଅଧିକ ଦାୟୀ ରହିବ ବାଂଲାଦେଶର ବର୍ତ୍ତମାନ କାମଚଳା ସରକାରଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଓ ସେଠାକାର ଚିନ୍ତାଜନକ ସୁରକ୍ଷା ପରିସ୍ଥିତି। ବାଂଲାଦେଶରେ ବର୍ତ୍ତମାନ ଯେଉଁ ଦୟନୀୟ ସୁରକ୍ଷା ପରିସ୍ଥିତି ରହିଛି ଏବଂ ହିନ୍ଦୁମାନଙ୍କ ଉପରେ ଯେପରି ଆକ୍ରମଣ ହେଉଛି, ତାହା ସତ୍ତ୍ବେ ସେଠାକୁ ଭାରତୀୟ ଦଳକୁ ପଠାଇବା ସୁରକ୍ଷା ସହ ସାଲିସ କରିବା ସଦୃଶ ହେବ। ଏଣୁ ବିସିସିଆଇ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିବାକୁ ଉଚିତ ମନେକରିଛି।
Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର
ଅତୀତରେ ପାକିସ୍ତାନ ଖେଳାଳିଙ୍କ ଭଳି ବିସିସିଆଇ ବି ଭବିଷ୍ୟତରେ ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍ରୁ ଦୂରେଇ ରଖିବା ଆଶଙ୍କା ଜାତ ହୋଇଛି। ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଆଇପିଏଲ୍ରେ ଖେଳିବା ନେଇ ବିସିସିଆଇ କଟକଣା ଜାରି କରିଥିଲା। ପାକିସ୍ତାନ ଖେଳାଳିମାନେ ୨୦୦୮ରେ ଅନୁଷ୍ଠିତ ପ୍ରଥମ ଆଇପିଏଲ୍ରେ ଖେଳିଥିଲେ। କିନ୍ତୁ ସେହିବର୍ଷ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କ ଆଇପିଏଲ୍ ଖେଳିବା ଉପରେ କଟକଣା ଲଗାଇଥିଲା, ଯାହାକି ଏପର୍ଯ୍ୟନ୍ତ ଜାରି ରହିଛି। ଯଦି ବାଂଲାଦେଶର ମୁସ୍ତାଫିଜୁର ରହେମାନଙ୍କ ଘଟଣାକୁ ଉଦାହରଣ ଭାବେ ନେବା ତେବେ ବାଂଲାଦେଶ ପ୍ରତି ବି ସମାନ ଆଭିମୁଖ୍ୟ ରଖିବାକୁ ଯାଉଛି ବିସିସିଆଇ। ଏପରି ହେଲେ ପାକିସ୍ତାନ ପରେ ବାଂଲାଦେଶ ଖେଳାଳିମାନେ ବି ଆଇପିଏଲ୍ ଖେଳିବାରୁ ବଞ୍ଚିତ ହେବେ। ୨୦୦୦ ଜୁନ୍ରେ ବାଂଲାଦେଶ ଟେଷ୍ଟ୍ ମାନ୍ୟତା ପାଇବା ପଛରେ ବିସିସିଆଇ ଓ ତତ୍କାଳୀନ ଆଇସିସି ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ପ୍ରଚ୍ଛନ୍ନ ସମର୍ଥନ ଥିଲା। କିନ୍ତୁ ଏବେ ଯଦି ସେହି ବାଂଲାଦେଶ ଉପରୁ ଭାରତ ନିଜର ସମର୍ଥନ କାଢ଼ିନିଏ, ତେବେ ତାହାର ଏକ ବଡ଼ ମୂଲ୍ୟ ଦେବ ବାଂଲାଦେଶ କ୍ରିକେଟ୍। କିନ୍ତୁ ଏଥିପାଇଁ କେବଳ ଭାରତକୁ ଦାୟୀ କରାଯାଇପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/05/dfshfhshfhf-2026-01-05-02-24-20.jpg)