ଚଣ୍ଡିଗଡ଼: ବାରବାଟୀରେ ବଡ଼ ବିଜୟ ଚଣ୍ଡିଗଡ଼ରେ ମଉଳି ଯାଇଛି। ୪୮ ଘଣ୍ଟା ତଳେ ୧୦୧ ରନ୍‌ରେ ଜିତି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ନ୍ୟୁ ପିସିଏ ଷ୍ଟାଡିୟମ୍‌ରେ ୫୧ ରନ୍‌ରେ ହାରିଯିବା ସହ ୫ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିବାକୁ ସୁଯୋଗ ଦେଇଛି। କ୍ବିଣ୍ଟନ୍ ଡି’କକ୍‌ଙ୍କ ଧୂଆଁଧାର ୯୦ ରନ୍ ପରେ ଭ୍ରମଣକାରୀ ବୋଲରମାନେ ମିଳିତ ଭାବେ ଭାରତ ପାଳିକୁ ୫ ବଲ୍‌ ପୂର୍ବରୁ ୧୬୧ ରନ୍‌ରେ ଶେଷ କରି ଦେଇଥିଲେ। ତିଳକ ବର୍ମାଙ୍କ ଲଢ଼ୁଆ ଅର୍ଦ୍ଧଶତକ (୩୪ ବଲ୍‌ରୁ ୬୨ ରନ୍, ୨ ଚୌକା, ୫ ଛକା) ଅବଶ୍ୟ କିଛିଟା ସମ୍ମାନ ରଖିଛି। କ୍ବିଣ୍ଟନ୍ ମ୍ୟାଚ୍‌ ବିଜୟୀ ପାଳି ସହିତ ୱିକେଟ୍‌ ପଛପଟେ ୨ କ୍ୟାଚ୍‌ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଛନ୍ତି।

Advertisment

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

ଭାରତ ୫୧ ରନ୍‌ରେ ହାରିଲା
ଡି’କକ୍ (୯୦) ଶ୍ରେଷ୍ଠ ଖେଳାଳି

ଟସ୍ ଜିତି ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାରବାଟୀରେ ବିଜୟୀ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରି ନଥିଲା ଘରୋଇ ଦଳ। କ୍ବିଣ୍ଟନ୍ ଡି’କକ୍‌ ଓ ଦଳକୁ ଫେରିଥିବା ରିଜା ହେଣ୍ଡ୍ରିକ୍ସ ପ୍ରଥମ ୪ ଓଭରରେ ୩୮ ରନ୍ ସଂଗ୍ରହ କରିଥିଲେ। ‌ହେଣ୍ଡ୍ରିକ୍ସଙ୍କୁ ବରୁଣ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ବଲ୍‌ରେ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅଧିନାୟକ ମାର୍କରାମ (୨୬ ବଲ୍‌ରୁ ୨୯ ରନ୍)ଙ୍କୁ ମଧ୍ୟ ବରୁଣ ଆଉଟ୍ କରିଥିଲେ। ଧୂଆଁଧାର ଖେଳିଥିବା କ୍ବିଣ୍ଟନ୍ ମାତ୍ର ୨୫ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ରନ୍‌ଆଉଟ୍ ହୋଇ ମାତ୍ର ୧୦ ରନ୍ ପ‌ାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଜିତେଶ ଶର୍ମା ତାଙ୍କୁ ରନ୍ ଆଉଟ୍ କରିଥିଲେ। କ୍ବିଣ୍ଟନ୍ ୪୬ ବଲ୍‌ରୁ ୯୦ ରନ୍ କରିଥିବା ବେଳେ ଏହା ମଧ୍ୟରେ ୭ ଛକା ଓ  ୫ ଚୌକା ସାମିଲ ଥିଲା। ଅଧିକାଂଶ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କେବଳ ବରୁଣ ଚକ୍ରବର୍ତ୍ତୀ (୪-୦-୨୯-୨) ନିୟନ୍ତ୍ରିତ ବୋଲିଂ କରିଥିଲେ। ଭାରତୀୟ ଦଳର ଦୁଇ ପେସ୍ ବୋଲିଂ ଅସ୍ତ୍ର ଅର୍ଶଦୀପ ସିଂହ (୪-୦-୫୪-୦) ଓ ଯଶପ୍ରୀତ୍ ବୁମ୍‌ରା (୪-୦-୪୫-୦) ମିଳିତ ଭାବେ ତାଙ୍କ ୮ ଓଭରରେ ୯୯ ରନ୍ ‌ବ୍ୟୟ କରିବା ଦକ୍ଷିଣ ଆଫ୍ରିକାକୁ ୨୦୦ ରନ୍ ଅତିକ୍ରମ କରିବାର ସ‌ୁଯୋଗ ଦେଇଥିଲା। ଗୋଟିଏ ଓଭରରେ ଅର୍ଶଦୀପ ୭ ୱାଇଡ୍ ସହ ୧୮ ରନ୍ ବ୍ୟୟ କରିବା ମଧ୍ୟ ଭାରତକୁ ପ୍ରତ୍ୟାବର୍ତନ କରିବାକୁ ସୁଯୋଗ ଦେଇ ନଥିଲା। ଶେଷ ୩ ଓଭରରୁ (୧୫, ୧୬, ୧୮) ଦକ୍ଷିଣ ଆଫ୍ରିକା ୪୯ ରନ୍ ଆଦାୟ କରିଥିଲା। ଅତୁଟ ପଞ୍ଚମ ୱିକେଟ୍‌ ପାଇଁ ଡୋନୋଭାନ୍ ଫେରେଇରା (୧୬ ବଲ୍‌ରୁ ୩୦* ରନ୍) ଏବଂ ଡେଭିଡ୍ ମିଲର୍ (୧୨ ବଲ୍‌ରୁ ୨୦* ରନ୍‌) ୨୫ ବଲ୍‌ରୁ ୫୩* ରନ୍ ଯୋଡ଼ିଥିଲେ।

Robbery: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୨୧୩/୪ (କ୍ବିଣ୍ଟନ୍ ଡି’କ୍‌-୯୦, ଡୋନୋଭାନ୍ ଫେରେଇରା-୩୦*, ଐଦେନ୍ ମାର୍କରାମ-୨୯, ଡେଭିଡ୍ ମିଲର୍‌-୨୦*, ବରୁଣ ଚକ୍ରବର୍ତ୍ତୀ-୨/୨୯, ଅକ୍ଷର ପଟେଲ୍‌-୧/୨୭)। ଭାରତ ୧୯.୧ ଓଭରରେ ୧୬୨/୧୦ (ତିଳକ ବର୍ମା-୬୨, ଜିତେଶ ଶର୍ମା-୨୭, ଅକ୍ଷର ପଟେଲ-୨୧, ହାର୍ଦିକ ପାଣ୍ଡ୍ୟା-୨୦, ଅର୍ଟନିଲ୍‌ ବାର୍ଟମ୍ୟାନ୍‌-୪/୨୪, ମାର୍କୋ ୟାନ୍‌ସେନ୍‌-୨/୨୫, ଲୁଙ୍ଗି ଏନ୍‌ଗିଡି-୨/୨୬, ଲୁଥୋ ସିପମାଲା-୨/୪୬)।

ନ୍ୟୁ ପିସିଏ ଷ୍ଟାଡିୟମ୍‌ରେ ଯୁବି, ହର୍ମନପ୍ରୀତ୍‌ ଷ୍ଟାଣ୍ଡ୍‌
ଚଣ୍ଡିଗଡ଼: ସ୍ଥାନୀୟ ନ୍ୟୁ ପିସିଏ ଷ୍ଟାଡିୟମ୍‌ରେ ଗୁରୁବାର ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପୂର୍ବରୁ ଦୁଇ ବିଶ୍ବକପ୍‌ ବିଜୟୀ ଖେଳାଳି ଯୁବରାଜ ସିଂହ ଓ ହର୍ମନପ୍ରୀତ କୌର ଷ୍ଟାଣ୍ଡ୍‌କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଉଦ୍‌ଘାଟନ କରିଛନ୍ତି। ୨୦୧୧ ଦିନିକିଆ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ଯୁବି ଏବଂ ନିକଟରେ ପ୍ରଥମ ଥର ମହିଳା ବିଶ୍ବକପ୍‌ ଜିତିଥିବା ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତଙ୍କ ସମ୍ମାନାର୍ଥେ ଷ୍ଟାଡିୟମ୍‌ର ଦୁଇଟି ଷ୍ଟାଣ୍ଡ୍‌କୁ ଏମାନଙ୍କ ନାମରେ ନାମିତ କରାଯାଇଛି। ମୁଖମନ୍ତ୍ରୀ ମାନ୍‌ଙ୍କ ବାଦ୍‌ ଉଭୟ ଖେଳାଳିଙ୍କ ପରିବାର, ବିସିସିଆଇ ଓ ପିସିଏ ଅଧିକାରୀ ସଦସ୍ୟ ଉପସ୍ଥିତ ଥିଲେ।