India Vs South Africa 1st ODI : ବିରାଟଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୩୫୦ ରନର ଲକ୍ଷ୍ୟ

ରାଞ୍ଚିଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ବଳରେ ଏକ ବିଶାଳ ସ୍କୋର ଛିଡ଼ା କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୩୪୯ ରନ କରିବା ସହ ଦକ୍ଷିଣ ଆଫ୍ରିକା ଆଗରେ ୩୫୦ ରନର ଲକ୍ଷ୍ୟ ରଖିଛି।

virat

virat

India Vs South Africa 1st ODI  : ରାଞ୍ଚିଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ବଳରେ ଏକ ବିଶାଳ ସ୍କୋର ଛିଡ଼ା କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୩୪୯ ରନ କରିବା ସହ ଦକ୍ଷିଣ ଆଫ୍ରିକା ଆଗରେ ୩୫୦ ରନର ଲକ୍ଷ୍ୟ ରଖିଛି।

ଆହୁରି ପଢନ୍ତୁ : Virat Kohli: ବିରାଟ କୋହଲି ମାରିଲେ ୮୩ତମ ଅନ୍ତର୍ଜାତୀୟ ଶତକ, ଉତ୍ସବମୁଖର ପାଲଟିଲା ରାଞ୍ଚି ଷ୍ଟାଡିୟମ


ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମା ପ୍ରଥମ ଓ୍ବିକେଟ ଯୋଡ଼ିରେ ମାତ୍ର ୨୫ ରନ କରିବା ପରେ ଜୟସ୍ବାଲ ମାତ୍ର ୧୮ ରନ କରି ଆଉଟ ହୋଇଥିଲେ । ଏହା ପରେ ଭାରତୀୟ ଦଳର ଦୁଇ ପୁରୁଖା ତାରକା ରୋହିତ ଓ ବିରାଟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖାଦେଇଥିଲା । ରୋହିତ ୫୭ ରନ କରିଥିବାବେଳେ ବିରାଟ କୋହଲି ନିଜ କ୍ୟାରିୟରର ୫୨ତମ ଶତକ ଅର୍ଜନ କରି ମୋଟ ୧୩୫ ରନ କରିଥିଲେ । ନିଜର ଏହି ଶତକ ପାଇଁ ବିରାଟ ୭ଟି ଛକା ଓ ୧୧ଟି ଚୌକା ମାରିଥିଲେ ।

ଆହୁରି ପଢନ୍ତୁ : IND vs SA ODI: ଟସ ଜିତି ପ୍ରଥମେ ବୋଲିଂ କରୁଛି ଦକ୍ଷିଣ ଆଫ୍ରିକା

ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ବାଡ ଓ ଓ୍ବାସିଂଟନ ସୁନ୍ଦର ଶସ୍ତାରେ ଆଉଟ ହେବା ପରେ ଅଧିନାୟକ କେଏଲ ରାହୁଲ ୬୦ ରନ ଓ ରବୀନ୍ଦ୍ର ଜାଦେଜା ୩୨ ରନ କରି ଭାରତୀୟ ସ୍କୋରକୁ ୩୪୦ ଉପରକୁ ନେଇଯାଇଥିଲେ । ଭାରତ ୯ ଓ୍ବିକେଟ ହରାଇ ୩୪୯ ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, କାର୍ବିନ ବୋସ, ନାନ୍ଦ୍ରେ ବର୍ଗର ଓ ଓଟନିଲ ବାର୍ଟମାନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe