ବୀରମହାରାଜପୁର: ୨୮ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ୍ କପ୍ର ଚତୁର୍ଥ ଦିବସରେ ମଙ୍ଗଳବାର ହଜାରିବାଗର ପାନ୍ଥରକୁ ପରାସ୍ତ କରି ଭୁବନେଶ୍ବରର ସ୍ପାଟନ୍ ସେମିଫାଇନାଲ୍ରେ ପହଞ୍ଚିଛି।
ମ୍ୟାଚ୍ଟି ଟି-୨୦ ଓ ଟି-୧୦ ଫର୍ମାଟ୍ରେ ଖେଳା ଯାଇଥିଲା। ହଜାରିବାଗ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ପ୍ରଥମ ଫର୍ମାଟ୍ର ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୧ରନ୍ କରିଥିଲା। ଦଳ ପାଇଁ ସଂସ୍କାର ପ୍ରଭାକର ସର୍ବାଧିକ ୪୨ ରନ୍ ଓ ସନ୍ଦୀପ କୁମାର ଶର୍ମା ୩୨ ରନ୍ କରିଥିଲେ। ବିପକ୍ଷ ଭୁବନେଶ୍ଵରର ସୁମିତ ମହାରଣା ସର୍ବାଧିକ ୪ ଟି ୱିକେଟ୍ ଅକ୍ତିଆର କରିଥିଲେ।, ବାଦଲ ଭୋଳ, ଅବଦୁଲ ମୁଜିବ ଖାନ୍, ବିବେକ କୁମାର ଓ ଇଲ୍ଲୁ ଗୋଚ୍ଛାୟତଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି
ଜବାବରେ ଭୁବନେଶ୍ୱର ୧୪ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକୀୟ ୧୧୨ ରନ୍ ସଂଗ୍ରହ କରିଥିଲା। ଦଳର ଉତ୍କର୍ଷ ପାଣ୍ଡେ ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିବା ବେଳେ କେ.ପଟ୍ଟନାୟକ ୨୯ ରନ୍ ଯୋଡ଼ିଥିଲେ। ବିପକ୍ଷ ହଜାରିବାଗର ଫୈଜଲ ଅନ୍ୱୱର ସର୍ବାଧିକ ୩ଟି ଓ ସନ୍ଦୀପ କୁମାର ଶର୍ମା ୨ଟି ୱିକେଟ୍ ନେଇଥିଲେ।
ଏହି ଖବର ପଢ଼ନ୍ତୁ: ମତେ ହଟାଇବା ପାଇଁ ନୋଟିସ୍ ଏକ କଳଙ୍କି ଲଗା ଛୁରୀ ଥିଲା: ଉପରାଷ୍ଟ୍ରପତି
ଦ୍ଵିତୀୟ ଫର୍ମାଟ୍ରେ ହଜାରିବାଗ ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ହରାଇ ୪୭ ରନ୍ କରିଥିଲା। ଦଳର କୁମାର ଶିଭମ ଓ ପ୍ରେମ ବେଶରା ପ୍ରତ୍ୟେକ ୧୬ ରନ୍ ଲେଖାଏଁ କରିଥିଲେ। ବିପକ୍ଷ ଭୁବନେଶ୍ୱରର ବାଦଲ ଭୋଳ, ସୁମିତ ମହାରଣା ଓ ଅବଦୁଲ ମୁଜିବ ଖାନ୍ ପ୍ରତ୍ୟେକ ୨ ଟି ଲେଖାଏଁ ନେଇଥିଲେ। ଜବାବରେ ଭୁବନେଶ୍ୱର ୪ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକୀୟ ୪୮ ରନ୍କୁ ସଂଗ୍ରହ କରିଥିଲା। ଏଥିରେ ସରୋଜ ପଣ୍ଡାଙ୍କ ୨୮ ଓ ଇଲ୍ଲୁ ଗୋଚ୍ଛାୟତଙ୍କ ୧୨ ରନ୍ ଯୋଗଦାନ ଥିଲା। ହଜାରିବାଗ ପାଇଁ ଉତ୍ତମ କୁମାର ଓ ଅନ୍ଵେଶ ଝା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଏହି ଖବର ପଢ଼ନ୍ତୁ: ବୁଲା କୁକୁର ପଲ କାମୁଡାରେ ୬ବର୍ଷର ଝିଅର ମୃତ୍ୟୁ
ଉଭୟ ଟି-୨୦ ଓ ଟି-୧୦ ଫର୍ମାଟ୍ରେ ବିଜୟୀ ହୋଇ ଭୁବନେଶ୍ୱର ମ୍ୟାଚ୍ର ବିଜେତା ହୋଇ ସେମି ଫାଇନାଲ୍ରେ ପ୍ରବେଶ କରିଛି। ‘ପୁଲ-ଏ’ର କ୍ପାର୍ଟର ଫାଇନାଲ ବିଜେତା ଛତିଶଗଡ଼ ଓ ସ୍ପାର୍ଟନ ଭୁବନେଶ୍ବର ମଧ୍ୟରେ ବୁଧବାର ଦିନ ସେମିଫାଇନାଲ ମ୍ୟାଚ୍ ଖେଳାଯିବ।
-ମାଧବ ମହାକୁର, ଆୟୋଜକ ସମ୍ପାଦକ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଜାରି ଥିବା ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବକୁ ଶିକ୍ଷାବିତ୍ ପ୍ରାଣବନ୍ଧୁ ସାହୁ ସଂଯୋଜନା କରିଥିଲେ। ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା ପୂର୍ବତନ ଉଚ୍ଚଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଏବଂ ନାକଚି(ଅନୁଗୁଳ) ହାଇସ୍କୁଲର ଶିକ୍ଷକ କାଲାଚାନ୍ଦ ପ୍ରଧାନ, ବୀରମହାରାଜପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶୁତୋଷ ହୋତା, ଋସୁଡା ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ ମଲ୍ଲିକ, କ୍ରୀଡାବିତ ପିକୁଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସୁମିତ ମହାରଣାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ହସିନାଙ୍କୁ ନେଇ ଭାରତର କୂଟନୈତିକ ସମସ୍ୟା ବଢ଼ିଲା
ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ଶ୍ୟାମସୁନ୍ଦର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବା ବେଳେ ସବ୍ୟସାଚୀ ବଘାର ଓ ଜୟ ପ୍ରକାଶ ସାହୁ ସ୍କୋରିଙ୍ଗ, ଚମାରୁ ମହାକୁର ଓ ଶୁଭେନ୍ଦୁ ଶେଖର ସାହୁ ଅ ଲାଇନ୍ ସ୍କୋରିଙ୍ଗ ଏବଂ ପୀତାମ୍ବର ସାହୁ, ପ୍ରାଣବନ୍ଧୁ ସାହୁ ଓ ତନୁଜରାଜ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।