ନୂଆଦିଲ୍ଲୀ: ଦୁବାଇ ସୁରକ୍ଷା କାରଣ ଦର୍ଶାଇ ଭାରତ ନ ଆସିବାକୁ ବାଂଲାଦେଶ ନିଷ୍ପତ୍ତି ନେବା ପରେ ଆଇସିସି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ଏହି ଦଳକୁ ବାଦ୍ ଦେଇ ତା’ ସ୍ଥାନରେ ସ୍କଟ୍ଲାଣ୍ଡ ସ୍ଥାନ ଦେଇଛି। ଏଥିଲାଗିି କ୍ରିକେଟ୍ ସ୍କଟ୍ଲାଣ୍ଡ୍ ଆଇସିସିକୁ କୃତଜ୍ଞତା ଜଣାଇବା ସହ ଭାରତ ପହଞ୍ଚିବାକୁ ଦଳ ପ୍ରସ୍ତୁତ ଅଛି ବୋଲି ସମ୍ମତି ଦେଇଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳିବା ନେଇ ଶନିବାର ଆମକୁ ଆଇସିସି ସୂଚନା ଦେଇଥିଲା। ଏହାକୁ ଆମେ ଗ୍ରହଣ କରିବା ସହ ଖେଲିବା ଲାଗି ପ୍ରସ୍ତୁତ ଅଛୁ ବୋଲି ଜଣାଇଛୁ। ଲକ୍ଷ ଲକ୍ଷ ସମର୍ଥକଙ୍କ ସମ୍ମୁଖରେ ବିଶ୍ବସ୍ତରର ପ୍ରତିଯୋଗିତାରେ ଖେଳିବାର ସୁଯୋଗ ନିଶ୍ଚିତ ସ୍କଟ୍ଲାଣ୍ଡ ଖେଳାଳିଙ୍କ ପାଇଁ ଖୁସିର ଖବର। ଶ୍ରେଷ୍ଠ ଦଳ ସହ ଖେଳିବା ନିଶ୍ଚିତ ଆମ ପାଇଁ ବଡ଼ କଥା ହେବ।
ସ୍କଟ୍ଲାଣ୍ଡ ଖେଳାଳିଙ୍କ ପାଇଁ ଖୁସିର ଖବର
ଅଧିକପଢ଼ନ୍ତୁ:ଆରପାରିରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର୍
ଆମେ ଆଇସିସିର ଆମନ୍ତ୍ରଣକୁ ସ୍ବୀକାର କରୁଛୁ ଏବଂ ଦଳ ଖୁବ୍ଶୀଘ୍ର ଘୋଷଣା କରିବୁ। ଏଥିଲାଗି ମୁଁ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ଫୋନ୍ କରି ଧନ୍ୟବାଦ ଜଣାଇଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ରୁଡି ଲିଣ୍ଡବ୍ଲେଡ୍ କହିଛନ୍ତି। ଏହି ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କାରେ ଫେବ୍ରୁଆରି ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ଏହି ୧୬ ଦଳୀୟ ପ୍ରତିଯୋଗିତାରେ ସ୍କଟ୍ଲାଣ୍ଡ ଗ୍ରୁପ୍-ସି’ରେ ଇଂଲଣ୍ଡ, ୱେଷ୍ଟ୍ଇଣ୍ଡିଜ୍, ନେପାଳ ଓ ଇଟାଲି ସହ ରହିଛି। ଫେବ୍ରୁଆରି ୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବା ପରେ ୯ରେ ଇଟାଲି, ୧୪ରେ ଇଂଲଣ୍ଡ ଓ ୧୭ରେ ନେପାଳ ବିପକ୍ଷରେ ଖେଳି ଗ୍ରୁପ୍ ଅଭିଯାନ ଶେଷ କରିବ। ପୂର୍ବରୁ ସ୍କଟ୍ଲାଣ୍ଡ ୫ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାର ଅଭିଜ୍ଞତା ରଖିଛି।
Follow Us