Dhoni's Training Ahead Of IPL 2026 Photograph: (@sambad.in)
ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଆଗାମୀ ଆଇପିଏଲରେ ଖେଳିବେ କି ନାହିଁ ସେନେଇ କିଛିଦିନ ହେବ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଇତିମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ ନିଶ୍ଚିତ କରିଛି ଧୋନି ୪୪ବର୍ଷ ବୟସରେ ଆଇପିଏଲ ୨୦୨୬ରେ ଖେଳିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ସେ ସିଏସକେକୁ କ୍ରମାଗତ ଭାବେ ପାଞ୍ଚଥର ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଧୋନି ଗତ ବର୍ଷ ସିଏସକେର ଅଧିନାୟକ ଋତୁରାଜ ଗାଏକ୍ୱାଡ଼ଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିଲେ।କିନ୍ତୁ ଦଳର ଖରାପ ପ୍ରଦର୍ଶନ ପାଇଁ ଏହା ନିମ୍ନ ସ୍ଥାନରେ ରହିଥିଲେ। ଧୋନି ଫ୍ରାଞ୍ଚାଇଜ୍କୁ ପାଞ୍ଚଟି ଆଇପିଏଲ ଟାଇଟଲ୍ (୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩) ଜିତାଇଛନ୍ତି। ଧୋନି ସିଏସକେ ପାଇଁ ୨୪୮ ମ୍ୟାଚରେ ୪,୮୬୫ ରନ୍ କରିଛନ୍ତି।
ଆଗାମୀ ଆଇପିଏଲରେ ଖେଳିବେ ଧୋନି
ଅଧିକପଢ଼ନ୍ତୁ:ଜେଲରେ କଟିଲା ଇଲେକ୍ସନ, ଲୋକ କଲେ ସିଲେକ୍ସନ
ସିଏସକେର ସିଇଓ ନିଶ୍ଚିତ କରିଛନ୍ତି କି, ଧୋନି ଆଗାମୀ ଆଇପିଏଲ ସିଜିନରେ ଖେଳିବେ । ଜେଏସସିଏର ଅଧିକାରୀ କହିଛନ୍ତି, ‘ ଧୋନି ଦୁଇମାସ ହେବ ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଧୋନି ତାଙ୍କ ଘର ପାଖରୁ ୧୦କିଲୋମିଟର ଦୂରରେ ଥିବା ଜେଏସସିଏ ଷ୍ଡାଡିୟମକୁ ଯାଉଛନ୍ତି। ଧୋନି ପ୍ରତିଦିନ ଅପରାହ୍ନ ୧.୩୦ରେ ଷ୍ଡାଡିୟମରେ ପହଞ୍ଚିବା ପରେ ପ୍ରଥମେ ୧ଘଣ୍ଟା ବ୍ୟାୟାମ କରନ୍ତି ତା’ପରେ ଖେଳ ଅଭ୍ୟାସ ଆରମ୍ଭ କରିଥାଆନ୍ତି। ଶେଷରେ ୧ଘଣ୍ଟା ସୁଇମିଂ କରି ଘରକୁ ଫେରି ଆସନ୍ତି।
ଅଧିକପଢ଼ନ୍ତୁ:ନୂଆପଡ଼ାରେ ବଡ଼ ବିଜୟ ଅଭିମୁଖେ ବିଜେପି, ଜୟ ଢୋଲକିଆ ୬୨୩୧୩ ଭୋଟରେ ଆଗୁଆ
Follow Us